ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ନିମନ୍ତେ ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ, ଭାରତ ସରକାର ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ମଧ୍ୟରେ ଏମଓୟୁ ପାଇଁ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 13 JAN 2025 7:00PM by PIB Bhubaneswar

 

 

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ନିମନ୍ତେ ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ, ଭାରତ ସରକାର ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ମଧ୍ୟରେ ଏମଓୟୁ ପାଇଁ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଶ୍ରୀ ମୋଦୀ କହିଛନ୍ତି ଯେ ଏହି ଯୋଜନା ଲୋକମାନଙ୍କୁ, ବିଶେଷକରି ନାରୀ ଶକ୍ତି ଓ ବରିଷ୍ଠ ନାଗରିକମାନଙ୍କୁ ସୁଲଭ ମୂଲ୍ୟରେ ଉଚ୍ଚମାନର ସ୍ବାସ୍ଥ୍ୟସେବା ସୁନିଶ୍ଚିତ କରିବ ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଜବାବରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି :

“ଓଡ଼ିଶାର ଲୋକମାନଙ୍କୁ ଅଭିନନ୍ଦନ !

ଏହା ଏକ ବିଡ଼ମ୍ବନା ଯେ ପୂର୍ବବର୍ତ୍ତୀ ସରକାର ମୋ ଓଡ଼ିଶାର ଭାଇ ଓ ଭଉଣୀମାନଙ୍କୁ ଆୟୁଷ୍ମାନ ଭାରତର ସୁବିଧା ପାଇବାରୁ ବଞ୍ଚିତ କରି ରଖିଥିଲେ । ଏହି ଯୋଜନା ସୁଲଭ ମୂଲ୍ୟରେ ଉଚ୍ଚମାନର ସ୍ବାସ୍ଥ୍ୟସେବାକୁ ସୁନିଶ୍ଚିତ କରିବ । ଏହା ବିଶେଷଭାବରେ ନାରୀ ଶକ୍ତି ଓ ବରିଷ୍ଠ ନାଗରିକମାନଙ୍କୁ ଉପକୃତ କରିବ ।“

TKM/Swadhin


(ରିଲିଜ ଆଡି: 2092651) ପରିଦର୍ଶକ କାଉଣ୍ଟର : 85