ପୋଷ୍ଟ କରାଯିବା ଦିନାଙ୍କ:
06 JAN 2025 8:55PM by PIB Bhubaneswar
ମାଇକ୍ରୋସଫ୍ଟର ଚେୟାରମ୍ୟାନ ତଥା ସିଇଓ ସତ୍ୟ ନାଦେଲା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ଭାରତରେ ମାଇକ୍ରୋସଫ୍ଟର ସମ୍ପ୍ରସାରଣ ଓ ନିବେଶ ଯୋଜନା ସମ୍ପର୍କରେ ଅବଗତ ହୋଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଖୁସି ଜାହିର କରିଛନ୍ତି । ବୈଠକରେ ଉଭୟେ ପ୍ରଯୁକ୍ତି, ନବାଚାର ଏବଂ ଏଆଇ ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରିଥିଲେ ।
ବୈଠକ ସମ୍ପର୍କରେ ଏକ୍ସ ରେ ସତ୍ୟ ନାଦେଲା କରିଥିବା ଏକ ପୋଷ୍ଟ ର ପ୍ରତିକ୍ରିୟାରେ ଶ୍ରୀ ମୋଦୀ କହିଛନ୍ତି:
“ତୁମକୁ @satyanadella ଭେଟିବା ନିଶ୍ଚିତ ଭାବେ ଖୁସିର କଥା! ଭାରତରେ ମାଇକ୍ରୋସଫ୍ଟର ସମ୍ପ୍ରସାରଣ ଓ ନିବେଶ ଯୋଜନା ସମ୍ପର୍କରେ ଅବଗତ ହୋଇ ଖୁସି ହେଲି । ବୈଠକରେ ପ୍ରଯୁକ୍ତି, ନବାଚାର ଏବଂ ଏଆଇ ସମ୍ପର୍କରେ ଆଲୋଚନା ଥିଲା ଚମତ୍କାର ।”
SR