ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କୁୱେତରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ହାର୍ଦ୍ଦିକ ସ୍ୱାଗତରେ ପ୍ରଧାନମନ୍ତ୍ରୀଙ୍କ ସନ୍ତୋଷ ପ୍ରକାଶ
ପ୍ରଧାନମନ୍ତ୍ରୀ କୁୱେତରେ ଶ୍ରୀ ମଙ୍ଗଲ ସୈନ ହାଣ୍ଡାଙ୍କୁ ଭେଟିଲେ
प्रविष्टि तिथि:
21 DEC 2024 6:16PM by PIB Bhubaneshwar
କୁୱେତରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ହାର୍ଦ୍ଦିକ ସ୍ୱାଗତରେ ପ୍ରଧାନମନ୍ତ୍ରୀଙ୍କ ସନ୍ତୋଷ ପ୍ରକାଶ
ପ୍ରଧାନମନ୍ତ୍ରୀ କୁୱେତରେ ଶ୍ରୀ ମଙ୍ଗଲ ସୈନ ହାଣ୍ଡାଙ୍କୁ ଭେଟିଲେ
୨୧ ଡିସେମ୍ବର, ପିଆଇବି ଦିଲ୍ଲୀ
କୁୱେତରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ କରାଯାଇଥିବା ହାର୍ଦ୍ଦିକ ସ୍ୱାଗତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସନ୍ତୋଷ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଭାରତ ପ୍ରତି ସେମାନଙ୍କର ଭଲ ପାଇବା, ଅତୁଟ ବନ୍ଧନ ବାସ୍ତବରେ ପ୍ରେରଣାଦାୟକ ।
ଆଜି ଅପରାହ୍ଣରେ କୁୱେତରେ ଶ୍ରୀ ମଙ୍ଗଲ ସୈନ ହାଣ୍ଡାଙ୍କ ସହ ଭେଟ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସନ୍ତୋଷ ପ୍ରକାଶ କରିଛନ୍ତି ।
ଏକ୍ସର ଏକ ପୋଷ୍ଟରେ ସେ ଲେଖିଛନ୍ତି:
“କୁୱେତରେ ପବାସୀ ଭାରତୀୟଙ୍କ ପକ୍ଷରୁ ହାର୍ଦ୍ଦିକ ସ୍ୱାଗତ କରାଗଲା ।
ଭାରତ ପ୍ରତି ସେମାନଙ୍କର ଭଲ ପାଇବା, ଅତୁଟ ବନ୍ଧନ ବାସ୍ତବରେ ପ୍ରେରଣାଦାୟକ । ସେମାନଙ୍କ ଉତ୍ସାହ ପାଇଁ କୃତଜ୍ଞ ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ସେମାନଙ୍କ ଅବଦାନ ପାଇଁ ଗର୍ବିତ ।”
“କୁୱେତରେ ଆଜି ଅପରାହ୍ଣରେ @MangalSainHanda ଙ୍କୁ ଭେଟି ଅତ୍ୟନ୍ତ ଖୁସି । ଭାରତ ପ୍ରତି ତାଙ୍କର ଅବଦାନ ଓ ଭାରତର ବିକାଶ ପ୍ରତି ତାଙ୍କର ଉତ୍ସାହକୁ ମୁଁ ପ୍ରଶଂସା କରୁଛି ।”
SR
(रिलीज़ आईडी: 2087137)
आगंतुक पटल : 30
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam