ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ବାର୍ତ୍ତାଳାପ କଲେ ନେଦରଲାଣ୍ଡସର ପ୍ରଧାନମନ୍ତ୍ରୀ ଡିକ୍ ସ୍କୁଫ
ଭାରତ ଓ ନେଦରଲାଣ୍ଡସ ମଧ୍ୟରେ ଥିବା ଭରସାଯୋଗ୍ୟ ଓ ବହୁମୂଲ୍ୟ ସଂପର୍କ କଥା ଦୋହରାଇଲେ ଉଭୟ ନେତା
ଦ୍ବିପାକ୍ଷିକ ସହଯୋଗିତାକୁ ଆହୁରୁ ସୁଦୃଢ କରିବା ଉପରେ ଉଭୟ ନେତାଙ୍କ ଆଲୋଚନା
ପୋଷ୍ଟ କରାଯିବା ଦିନାଙ୍କ: ୧୮ ଡିସେମ୍ବର ୨୦୨୪, ପିଆଇବି ଭୁବନେଶ୍ବର
Posted On:
18 DEC 2024 6:51PM by PIB Bhubaneshwar
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ବାର୍ତ୍ତାଳାପ କରିଛନ୍ତି ନେଦରଲାଣ୍ଡସର ପ୍ରଧାନମନ୍ତ୍ରୀ ଡିକ୍ ସ୍କୁଫ । ଉଭୟ ନେତା ଭାରତ ଓ ନେଦରଲାଣ୍ଡ୍ସ ମଧ୍ୟରେ ଥିବା ଭରସାଯୋଗ୍ୟ ଓ ବହୁମୂଲ୍ୟ ସଂପର୍କକୁ ଦୋହରାଇଥିଲେ ଯାହାକି ଗଣତନ୍ତ୍ର ଓ ଆଇନର ଶାସନ ପରି ସମାନ ମୂଲ୍ୟବୋଧ ଓ ବିଶ୍ବାସ ଉପରେ ପର୍ଯ୍ୟବସିତ।
ଦୁଇଦେଶ ମଧ୍ୟରେ ବର୍ତ୍ତମାନ ଥିବା ସହଯୋଗିତାକୁ ଜଳ, କୃଷି ଓ ସ୍ବାସ୍ଥ୍ୟ ଆଦି କ୍ଷେତ୍ରରେ ଆହୁରି ସୁଦୃଢ କରିବାକୁ ଉଭୟ ନେତା ଆଲୋଚନା କରିଥିଲେ । ଏହାସହିତ ଦ୍ବିପାକ୍ଷିକ ସଂପର୍କକୁ ଆହୁରି ସୁଦୃଢ କରିବାକୁ ଓ ବିବିଧ କ୍ଷେତ୍ର ଯେପରିକି ବାଣିଜ୍ୟ, ପ୍ରତିରକ୍ଷା, ସୁରକ୍ଷା, ଉଦ୍ଭାବନ, ଗ୍ରୀନ ହାଇଡ୍ରୋଜେନ ଓ ସେମିକଣ୍ଡକ୍ଟର ଆଦି କ୍ଷେତ୍ରରେ ଥିବା ସଂପର୍କକୁ ରଣନୈତିକ ସହଯୋଗିତାରେ ପରିଣତ କରିବାକୁ ଉଭୟ ରାଜି ହୋଇଥିଲେ । ଆହୁରି ମଧ୍ୟ ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଦୁଇ ଦେଶର ଲୋକଙ୍କ ମଧ୍ୟରେ ସଂପର୍କ ଓ ଆଦାନ ପ୍ରଦାନ ଉପରେ ଉଭୟ ନେତା ଗୁରୁତ୍ବ ଦେଇଥିଲେ।
ଉଭୟ ନେତା ଆଞ୍ଚଳିକ ଓ ବୈଶ୍ବିକ ଘଟଣାକ୍ରମ ଉପରେ ଆଲୋଚନା କରିବା ସହ ଶାନ୍ତି, ସୁରକ୍ଷା, ସହଯୋଗିତା ଓ ସ୍ଥିରତା ବୃଦ୍ଧି ନିମନ୍ତେ କାର୍ଯ୍ୟ କରିବାକୁ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ । ପରସ୍ପର ସହ ଯୋଗାଯୋଗ ବଜାୟ ରଖିବାକୁ ଉଭୟ ନେତା ସହମତ ହୋଇଥିଲେ।
****
TKM
(Release ID: 2085878)
Read this release in:
English
,
Urdu
,
Marathi
,
Hindi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam