ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
Posted On:
11 DEC 2024 10:29AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ସ୍ମରଣ କରିଛନ୍ତି ।
ଶ୍ରୀ ପ୍ରଣବ ମୁଖାର୍ଜୀ ଜଣେ ଉତ୍କୃଷ୍ଟ ରାଜନେତା ଓ ପ୍ରଶାସକ ବୋଲି କହିବା ସହ ଶ୍ରୀ ମୋଦୀ ଦେଶର ବିକାଶରେ ତାଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି :
“ଶ୍ରୀ ପ୍ରଣବ ମୁଖାର୍ଜୀଙ୍କୁ ତାଙ୍କ ଜୟନ୍ତୀରେ ସ୍ମରଣ କରୁଛି । ପ୍ରଣବ ବାବୁ ଜଣେ ଅଦ୍ୱିତୀୟ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଥିଲେ – ଜଣେ ଅସାଧାରଣ ରାଜନେତା, ଜଣେ ଚମତ୍କାର ପ୍ରଶାସକ ଏବଂ ଜ୍ଞାନର ଭଣ୍ଡାର ଥିଲେ । ଭାରତର ବିକାଶରେ ତାଙ୍କର ଯୋଗଦାନ ଉଲ୍ଲେଖନୀୟ ରହିଛି । ସେ ସମସ୍ତ କ୍ଷେତ୍ରରେ ସହମତି ବଜାୟ ରଖିବାର ଏକ ଅନନ୍ୟ ଦକ୍ଷତାର ଅଧିକାରୀ ଥିଲେ ଏବଂ ଏହା ଶାସନରେ ତାଙ୍କର ବିପୁଳ ଅଭିଜ୍ଞତା ଓ ଭାରତର ସଂସ୍କୃତି ତଥା ନୈତିକତା ବିଷୟରେ ତାଙ୍କର ଗଭୀର ବୁଝାମଣା ଯୋଗୁଁ ହୋଇଥିଲା । ଆମେ ଦେଶ ପାଇଁ ତାଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ କାର୍ଯ୍ୟ ଜାରି ରଖିବୁ ।”
SR
(Release ID: 2083554)
Visitor Counter : 35
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam