ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

ବୁଧବାର ପିଏମ ଇ-ବିଦ୍ୟା ଡିଟିଏଚକୁ ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Posted On: 05 DEC 2024 1:38PM by PIB Bhubaneshwar

 

ନୂଆଦିଲ୍ଲୀରେ ବୁଧବାର ଦିନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଙ୍କେତିକ ଭାଷାର ପିଏମ -ବିଦ୍ୟା ଡିଟିଏଚ ଚ୍ୟାନେଲ ନମ୍ବର ୩୧କୁ ଲୋକାର୍ପଣ କରିବେ କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ବହୁ ସଂଖ୍ୟାରେ ବଧିର ପିଲା, ସ୍ୱତନ୍ତ୍ର ପ୍ରଶିକ୍ଷକ, ଆଏସଏଲ ସ୍ୱୀକୃତିପ୍ରାପ୍ତ ବ୍ୟାଖ୍ୟାକାର ଅନେକ ବଧିର ଅନୁଷ୍ଠାନର ପଦାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ନେବେ

ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ବଧିର ପିଲାଙ୍କୁ ଏକ ଶୈକ୍ଷିକ ବାତାବରଣ ଦେବା ଲାଗି ଭାରତୀୟ ସାଙ୍କେତିକ ଭାଷାକୁ ଉନ୍ନତ କରାଯାଉଛି ଏନଇପି ବା ଜାତୀୟ ଶିକ୍ଷାନୀତିର ପାରା .୨୨ ଅନୁସାରେ ଭାରତୀୟ ସାଙ୍କେତିକ ଭାଷା ବା ଆଇଏସଏଲକୁ ସାରା ଦେଶରେ ପ୍ରଚଳନ କରାଯିବ ବଧିର ପିଲାଙ୍କ ପଢିବା ଲାଗି ବି କେନ୍ଦ୍ର ରାଜ୍ୟ ପାଠ୍ୟ ଖସଡାରେ ବିଭିନ୍ନ ଉପକରଣ ସାମିଲ କରାଯାଇଛି ତେବେ ସ୍ଥଳ ବିଶେଷରେ ସ୍ଥାନୀୟ ଭାଷାକୁ ଗୁରୁତ୍ୱ ବି ଦିଆଯିବ ବୋଲି କୁହାଯାଇଛି

ଭାରତୀୟ ସାଙ୍କେତିକ ଭାଷା ବା ଆଇଏସଏଲକୁ ବିଦ୍ୟାଳୟର ଏକ ଭାଷା ଭିତିକ ପାଠ୍ୟକ୍ରମ ଭାବରେ ସାମିଲ କରିବାକୁ ଲକ୍ଷ୍ୟ ରଖି ଏହି ପିଏମ -ବିଦ୍ୟା ଚ୍ୟାନେଲ ଲୋକାର୍ପଣ କରାଯିବ ଉଭୟ କେନ୍ଦ୍ର ରାଜ୍ୟ ପାଠ୍ୟ ଖସଡାର ବଧିର ଛାତ୍ରଛାତ୍ରୀ, ଶିକ୍ଷକ, ପ୍ରଶିକ୍ଷକ, ନିଯୁକ୍ତି ପ୍ରଶିକ୍ଷଣର ବିଭିନ୍ନ ଅଂଶୀଦାରଙ୍କ ଲାଗି ଏହି ଚ୍ୟାନେଲ ବହୁ ଗୁରୁତ୍ୱପୂର୍ଣ ଭୂମିକା ନିଭାଇବ ବଧିର ପିଲାଙ୍କ ଦକ୍ଷତା ପ୍ରଶିକ୍ଷଣ, ମାନସିକ ସ୍ୱାସ୍ଥ୍ୟ, ଶ୍ରେଣୀ ଭିତିକ ପାଠ୍ୟଖସଡା ତଥା ଯୋଗାଯୋଗ ଦକ୍ଷତା କ୍ଷେତ୍ରରେ ଏହି ଚ୍ୟାନେଲ କାମ କରିବ ଇଂରାଜୀ, ହିନ୍ଦୀ ପରି ଆଇଏସଏଲ ବା ଏହି ସାଙ୍କେତିକ ଭାଷାକୁ ଏକ ଭାଷାର ମାନ୍ୟତା ଦେବା ଲାଗି ଏହି ଡିଟିଏଚ ଚ୍ୟାନେଲ ପ୍ରମୁଖ ଭୂମିକା ନିଭାଇବ

PBD


(Release ID: 2081350) Visitor Counter : 18