ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନଭେମ୍ବର ୨୪ରେ ‘ଓଡ଼ିଶା ପର୍ବ ୨୦୨୪’ ରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 23 NOV 2024 7:51PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨୪ ତାରିଖ ଅପରାହ୍ଣ ପ୍ରାୟ ସାଢ଼େ ପାଞ୍ଚଟାରେ ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମରେ ଓଡ଼ିଶା ପର୍ବ ୨୦୨୪କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି ଅବସରରେ ସେ ଏକ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

ଓଡ଼ିଶା ପର୍ବ ହେଉଛି ନୂଆଦିଲ୍ଲୀର ଏକ ଟ୍ରଷ୍ଟ, ଓଡ଼ିଆ ସମାଜ ଦ୍ୱାରା ପରିଚାଳିତ ଏକ ପ୍ରମୁଖ କାର୍ଯ୍ୟକ୍ରମ ଏହା ମାଧ୍ୟମରେ ସେମାନେ ଓଡ଼ିଆ ଐତିହ୍ୟର ସଂରକ୍ଷଣ ଏବଂ ପ୍ରୋତ୍ସାହନ ଦିଗରେ ମୂଲ୍ୟବାନ ସମର୍ଥନ ପ୍ରଦାନ କରିବାରେ ନିୟୋଜିତ ହୋଇଛନ୍ତି। ଏହି ପରମ୍ପରାକୁ ବଜାୟ ରଖି ଚଳିତ ବର୍ଷ ଓଡ଼ିଶା ପର୍ବ ନଭେମ୍ବର ୨୨ ରୁ ୨୪ ପର୍ଯ୍ୟନ୍ତ ଆୟୋଜିତ ହେଉଛି। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଏହା ଓଡ଼ିଶାର ସମୃଦ୍ଧ ଐତିହ୍ୟ ଏବଂ ରାଜ୍ୟର ଜୀବନ୍ତ ସାମାଜିକ, ସାଂସ୍କୃତିକ ରାଜନୈତିକ ଜୀବନଶୈଳୀକୁ ପ୍ରଦର୍ଶିତ କରିବ ବିଭିନ୍ନ କ୍ଷେତ୍ରର ପ୍ରମୁଖ ବିଶେଷଜ୍ଞ ଏବଂ ବିଶିଷ୍ଟ ପେସାଦାରଙ୍କ ଦ୍ୱାରା ଏକ ଜାତୀୟ ସେମିନାର ବା ସମ୍ମିଳନୀ ମଧ୍ୟ ଆୟୋଜନ କରାଯିବ

*******

P.S.


(ରିଲିଜ ଆଡି: 2076500) ପରିଦର୍ଶକ କାଉଣ୍ଟର : 80