ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ "ଗ୍ରାଣ୍ଡ କମାଣ୍ଡର ଅଫ୍ ଦ ଅର୍ଡର ଅଫ୍ ନାଇଜର" ପ୍ରଦାନ

Posted On: 17 NOV 2024 8:11PM by PIB Bhubaneshwar

 

17.11.2024 : ଷ୍ଟେଟ୍ ହାଉସରେ ଆୟୋଜିତ ଏକ ସମାରୋହରେ ନାଇଜେରିଆ ଫେଡେରାଲ ରିପବ୍ଲିକ୍ ର ରାଷ୍ଟ୍ରପତି ମହାମହିମ ଶ୍ରୀ ବୋଲା ଅହମ୍ମଦ ଟିନୁବୁ ଭାରତ-ନାଇଜେରିଆ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ " ଗ୍ରାଣ୍ଡ କମାଣ୍ଡର ଅଫ୍‌ ଦି ଅର୍ଡର ଅଫ୍ ନାଇଜର " ଜାତୀୟ ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ପ୍ରଶଂସାପତ୍ରରେ ଉଲ୍ଲେଖ କରାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ଏକ ବିଶ୍ୱ ଶକ୍ତି ଭାବରେ ଅବସ୍ଥାପିତ ହୋଇଛି ଏବଂ ତାଙ୍କ ପରିବର୍ତ୍ତନଶୀଳ ଶାସନ ସମସ୍ତଙ୍କ ପାଇଁ ଏକତା, ଶାନ୍ତି ଏବଂ ଅଂଶୀଦାର ସମୃଦ୍ଧିକୁ ପ୍ରୋତ୍ସାହିତ କରିଛି ।

ଏହି ପୁରସ୍କାର ଗ୍ରହଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ଭାରତବାସୀ ଏବଂ ଭାରତ ଓ ନାଇଜେରିଆ ମଧ୍ୟରେ ଥିବା ଦୀର୍ଘକାଳୀନ ଐତିହାସିକ ବନ୍ଧୁତାକୁ ଉତ୍ସର୍ଗ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସ୍ୱୀକୃତି ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀ ଏବଂ ଗ୍ଲୋବାଲ୍ ସାଉଥର ଆକାଂକ୍ଷା ପ୍ରତି ସେମାନଙ୍କର ଅଂଶୀଦାର ପ୍ରତିବଦ୍ଧତାକୁ ଦର୍ଶାଏ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ପ୍ରଥମ ବିଦେଶୀ ନେତା ଯିଏ କି ୧୯୬୯ ପରେ ଏହି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।

 

BS


(Release ID: 2074124) Visitor Counter : 14