ପୋଷ୍ଟ କରାଯିବା ଦିନାଙ୍କ:
08 NOV 2024 8:40AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ଅର୍ଘ୍ୟର ପବିତ୍ର ପର୍ବ ଛଟ୍ ପୂଜା ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ଏବଂ କହିଛନ୍ତି ଯେ, ଏହି ମହାପର୍ବର ଚାରି ଦିନିଆ ରୀତିନୀତି ନାଗରିକମାନଙ୍କୁ ନୂତନ ଶକ୍ତି ଏବଂ ଉତ୍ସାହରେ ଭରି ଦେଇଥାଏ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
“ଛଟ୍ ମହାପର୍ବର ଚାରି ଦିନିଆ ରୀତିନୀତିରେ ପ୍ରକୃତି ଏବଂ ସଂସ୍କୃତିର ଯେଉଁ ଝଲକ ଦେଖିବାକୁ ମିଳିଛି, ତାହା ଦେଶବାସୀଙ୍କ ମଧ୍ୟରେ ଏକ ନୂତନ ଶକ୍ତି ତଥା ଉତ୍ସାହ ଭରିବାକୁ ଯାଉଛି । ସକାଳ ଅର୍ଘ୍ୟର ଏହି ପବିତ୍ର ପର୍ବ ଅବସରରେ ଦେଶବାସୀଙ୍କୁ ବହୁତ ଶୁଭକାମନା ।”
SR