ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ
azadi ka amrit mahotsav

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ନଇ ଚେତନା ୩.୦ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ଅଭିଯାନକୁ ସମର୍ଥନ ବୃଦ୍ଧି କରିବା ପାଇଁ ଆନ୍ତଃମନ୍ତ୍ରଣାଳୟ ବୈଠକରେ ଅଧ୍ୟକ୍ଷତା କରିଥିଲେ ସଚିବ ଶ୍ରୀ ଶୈଳେଶ କୁମାର ସିଂହ


୨୫ ନଭେମ୍ବର ୨୦୨୪, ଅନ୍ତର୍ଜାତୀୟ ମହିଳା ହିଂସା ଉଚ୍ଛେଦ ଦିବସରେ ଏହି ଅଭିଯାନ ଆରମ୍ଭ ହେବ

ଡିସେମ୍ବର ୨୩, ୨୦୨୪ ପର୍ଯ୍ୟନ୍ତ ସମସ୍ତ ଭାରତୀୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଅଭିଯାନ ଚାଲିବ

ଏହି ପଦକ୍ଷେପର ନେତୃତ୍ୱ ନେବେ ଡିଏୱାଇ-ଏନଆରଏଲଏମର ସ୍ୱୟଂ ସହାୟକ ଗୋଷ୍ଠୀ ନେଟୱାର୍କ

Posted On: 30 OCT 2024 2:31PM by PIB Bhubaneshwar

 

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଅଧୀନରେ ଥିବା ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା- ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୱାଇ-ଏନଆରଏଲଏମ) ଲିଙ୍ଗ ଭିତ୍ତିକ ହିଂସା ବିରୋଧରେ ଜାତୀୟ ଅଭିଯାନର ତୃତୀୟ ସଂସ୍କରଣ 'ନଇ ଚେତନା ୩.୦'ର ରଣନୈତିକ ରୂପରେଖ ପ୍ରସ୍ତୁତ କରିବା ପାଇଁ ଗତକାଲି ଏକ ଆନ୍ତଃ-ମନ୍ତ୍ରଣାଳୟ ବୈଠକ ଡାକିଥିଲା।

ଗ୍ରାମ୍ୟ ଉନ୍ନୟନ ସଚିବ ଶ୍ରୀ ଶୈଳେଶ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦେଶବ୍ୟାପୀ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସଚେତନତା ସୃଷ୍ଟି ଏବଂ ପ୍ରତିକ୍ରିୟା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସହଯୋଗ ଏବଂ କାର୍ଯ୍ୟ ଯୋଜନା ଉପରେ ଆଲୋଚନା କରିବା ଲାଗି ସାତଟି ମନ୍ତ୍ରଣାଳୟର ପ୍ରତିନିଧିମାନେ ଏକାଠି ହୋଇଥିଲେ।

 

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀମତୀ ସ୍ମୃତି ଶରଣ ଏହି ବୈଠକର ଶୁଭାରମ୍ଭ କରି ନଇ ଚେତନା ଅଭିଯାନର ପୂର୍ବ ସଂସ୍କରଣଗୁଡ଼ିକର ପ୍ରମୁଖ ତଥ୍ୟ ଉପସ୍ଥାପନ କରିବା ସହ ସହଯୋଗୀ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ନଇ ଚେତନା-୩.୦ ର ଲକ୍ଷ୍ୟ ଓ ଢାଞ୍ଚା ସମ୍ପର୍କରେ ସମୀକ୍ଷା କରିଥିଲେ।

 

ନଭେମ୍ବର ୨୫, ୨୦୨୪ରୁ ଆରମ୍ଭ ହବାକୁଥିବା ଏହି ଅଭିଯାନ ଡିସେମ୍ବର ୨୩, ୨୦୨୪ ପର୍ଯ୍ୟନ୍ତ ସମସ୍ତ ଭାରତୀୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିବ। ଜନ ଆନ୍ଦୋଳନ (ଲୋକଙ୍କ ଆନ୍ଦୋଳନ)ର ଭାବନାକୁ ପ୍ରତିଫଳିତ କରି ଡିଏୱାଇ-ଏନଆରଏଲଏମର ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ନେଟୱାର୍କ ଦ୍ୱାରା ଏହି ପଦକ୍ଷେପ ନିଆଯିବ ।

 

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସୂଚନା ଓ ପ୍ରସାରଣ, ମହିଳା ଓ ଶିଶୁ ବିକାଶ, ପଞ୍ଚାୟତିରାଜ, ଯୁବ ବ୍ୟାପାର, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଏବଂ ନ୍ୟାୟ ବିଭାଗ ସମେତ ବିଭିନ୍ନ ମନ୍ତ୍ରଣାଳୟ ଅଂଶଗ୍ରହଣ କରିଥିଲେ। ପ୍ରତିଷେଧକ ପ୍ରୟାସକୁ ସୁଦୃଢ଼ କରିବା, ସହାୟତା ବ୍ୟବସ୍ଥାରେ ଉନ୍ନତି ଆଣିବା ଏବଂ ଅଭିଯାନର ଉଦ୍ଦେଶ୍ୟକୁ ଆଗକୁ ବଢ଼ାଇବା ପାଇଁ ପ୍ରତ୍ୟେକ ମନ୍ତ୍ରଣାଳୟର ଦକ୍ଷତାର ଉପଯୋଗ କରିବା ଉପରେ ଆଲୋଚନା ହୋଇଥିଲା। ପ୍ରତ୍ୟେକ ମନ୍ତ୍ରଣାଳୟର ଭୂମିକା ନିର୍ଦ୍ଧାରଣ କରି ଏକ ଯୁଗ୍ମ ଉପଦେଷ୍ଟା ଚିଠା ଉପରେ ଆଲୋଚନା ଏବଂ ସମୀକ୍ଷା କରାଯାଇଥିଲା। ଏହି ଆଲୋଚନାରେ ବିଭିନ୍ନ ପ୍ରକାରହିଂସାକୁ ପ୍ରାଥମିକତା ଦିଆଯାଇପାରିବ ଏବଂ ଏହି ପ୍ରତିବନ୍ଧକଗୁଡ଼ିକର ସମାଧାନ ପାଇଁ କ'ଣ ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ଆଲୋକପାତ କରାଯାଇଥିଲା।

 

ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ ଚରଣଜିତ ସିଂହ ତାଙ୍କ ବକ୍ତବ୍ୟରେ ବୈଠକରେ ଦିଆଯାଇଥିବା ପରାମର୍ଶକୁ ପ୍ରଶଂସା କରିବା ସହ ମିଶନ ମୋଡରେ ଅଭିଯାନକୁ ଆନୁଷ୍ଠାନିକ କରିବା ପାଇଁ ପରାମର୍ଶକୁ କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଦେଇଥିଲେ।

 

ଶେଷ ବକ୍ତବ୍ୟରେ ଶ୍ରୀ ଶୈଳେଶ କୁମାର ସିଂହ ଲିଙ୍ଗଭିତ୍ତିକ ହିଂସାର ମୁକାବିଲା କରିବା ଏବଂ ବ୍ୟାପକ ସାମାଜିକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ପାଇଁ ମନ୍ତ୍ରଣାଳୟଗୁଡ଼ିକରେ ମିଳିତ ଆଭିମୁଖ୍ୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

 

ନଇ ଚେତନା ଅଭିଯାନ ତୃଣମୂଳ ସ୍ତରର ପଦକ୍ଷେପ ମାଧ୍ୟମରେ ଲିଙ୍ଗଭିତ୍ତିକ ହିଂସାର ମୁକାବିଲା ପାଇଁ ସଚେତନତା ବୃଦ୍ଧି କରିବା ଏବଂ ସଚେତନ ପଦକ୍ଷେପ ନେବାକୁ ଚାହୁଁଛି । ଆରମ୍ଭରୁ ନଇ ଚେତନା ଦେଶବ୍ୟାପୀ ଲକ୍ଷ ଲକ୍ଷ ଲୋକଙ୍କୁ ଏକାଠି କରି ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତୀକରଣ ପାଇଁ ଏକ ଯଥେଷ୍ଟ ଆନ୍ଦୋଳନ ସୃଷ୍ଟି କରିଛି। ଏହାର ପ୍ରଥମ ବର୍ଷରେ ଏହି ଅଭିଯାନ ୩.୫ କୋଟି ଲୋକଙ୍କ ପାଖରେ ପଞ୍ଚଥିବାବେଳେ ଦ୍ୱିତୀୟ ସଂସ୍କରଣ ନଇ ଚେତନା ୨.୦ରେ ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫.୫ କୋଟି ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ ଏବଂ ଦେଶବ୍ୟାପୀ ଲିଙ୍ଗ ଭିତ୍ତିକ ହିଂସା ଉପରେ ୯ ଲକ୍ଷରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।

 

HS


(Release ID: 2069626) Visitor Counter : 38