ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                    
                    
                         ଆସିଆନ -ଭାରତ ଶିଖର ସମ୍ମିଳନୀ ଅବସରରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
                    
                    
                        
                    
                
                
                    Posted On:
                10 OCT 2024 7:18PM by PIB Bhubaneshwar
                
                
                
                
                
                
                 
ଭିଏତନାମର ଲାଓ-ପିଡିଆର ଠାରେ ଆସିଆନ-ଭାରତ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟାଫର ଲକ୍ସନଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ । 
ଦୁଇ ପ୍ରଧାନମନ୍ତ୍ରୀ ବ୍ୟବସାୟ, ନିବେଶ, ପ୍ରତିରକ୍ଷା, ନବୀକରଣୀୟ ଉର୍ଜା, ଶିକ୍ଷା, ଡାଏରୀ, କୃଷି ପ୍ରଯୁକ୍ତି, କ୍ରୀଡ଼ା, ପର୍ଯ୍ୟଟନ, ଅନ୍ତରୀକ୍ଷ ଏବଂ ଲୋକଙ୍କ ସହ ଲୋକଙ୍କର ଭାବ ବିନିମୟ ଆଦି ଅନେକ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ । କ୍ରମାଗତ ଉଚ୍ଚସ୍ତରୀୟ ସମ୍ପର୍କ ପ୍ରତିଷ୍ଠା କରାଯାଇଥିବାରୁ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ ହୋଇପାରିଛି । ଏହି ପ୍ରସଙ୍ଗରେ ସେ ନିକଟରେ ଭାରତର ରାଷ୍ଟ୍ରପତିଙ୍କ ନ୍ୟୁଜିଲାଣ୍ଡ ଗସ୍ତ କଥା ମନେ ପକାଇଥିଲେ, ଯାହାକି ଏକ ବଡ଼ ସଫଳତା ଥିଲା ।
ଆନ୍ତର୍ଜାତିକ ସୌର ମେଣ୍ଟରେ ସାମିଲ ହେବା ନେଇ ନ୍ୟୁଜିଲାଣ୍ଡର ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ ।
ଦୁଇ ପ୍ରଧାନମନ୍ତ୍ରୀ ବହୁପକ୍ଷୀୟ ମଞ୍ଚରେ ସହଯୋଗକୁ ଅଧିକ ମଜବୁତ୍ କରିବା ନେଇ ନିଜ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ ଏବଂ ଭାରତ-ନ୍ୟୁଜିଲାଣ୍ଡ ସମ୍ପର୍କକୁ ଅଧିକ ଶୀର୍ଷକୁ ନେଇଯିବା ଦିଗରେ ପ୍ରତିବଦ୍ଧତାକୁ ମଧ୍ୟ ଦୋହରାଇଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଶ୍ରୀ ଲକ୍ସନଙ୍କୁ ସୁବିଧା ଅନୁସାରେ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ, ଯାହାକୁ ସେ ସ୍ୱୀକାର କରିଥିଲେ । 
SR
                
                
                
                
                
                (Release ID: 2064001)
                Visitor Counter : 67
                
                
                
                    
                
                
                    
                
                Read this release in: 
                
                        
                        
                            Assamese 
                    
                        ,
                    
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam