ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଉତ୍ତର ପ୍ରଦେଶର ମିର୍ଜାପୁରରେ ସଡ଼କ ଦୁର୍ଘଟଣାରେ ଜୀବନହାନି ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ, ପିଏମଏନଆରଏଫ ରୁ ସହାୟତା ଘୋଷଣା
Posted On:
04 OCT 2024 10:52AM by PIB Bhubaneshwar
ଉତ୍ତରପ୍ରଦେଶର ମିର୍ଜାପୁରରେ ସଡ଼କ ଦୁର୍ଘଟଣାରେ ଜୀବନହାନି ହୋଇଥିବାରୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ତଦାରଖରେ ସ୍ଥାନୀୟ ପ୍ରଶାସନ ପୀଡ଼ିତମାନଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ କରୁଛି ବୋଲି ସେ ଆଶ୍ୱାସନା ଦେଇଛନ୍ତି ।
ଏକ୍ସ ରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:
“ଉତ୍ତର ପ୍ରଦେଶର ମିର୍ଜାପୁରରେ ହୋଇଥିବା ସଡ଼କ ଦୁର୍ଘଟଣା ଅତ୍ୟନ୍ତ ପୀଡ଼ାଦାୟକ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶୋକାକୁଳ ପରିବାରଙ୍କୁ ମୋର ଗଭୀର ସମବେଦନା । ଏଭଳି ଦୁଃଖ ସହିବାକୁ ଭଗବାନ ସେମାନଙ୍କୁ ଶକ୍ତି ଦିଅନ୍ତୁ । ଏଥିସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ରାଜ୍ୟ ସରକାରଙ୍କ ତଦାରଖରେ ସ୍ଥାନୀୟ ପ୍ରଶାସନ ପୀଡ଼ିତମାନଙ୍କୁ ଯଥାସମ୍ଭବ ସହାୟତା ଯୋଗାଉଛି ।”
ଶ୍ରୀ ମୋଦୀ ମଧ୍ୟ ଉତ୍ତର ପ୍ରଦେଶର ମିର୍ଜାପୁରରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟାତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ରେ ପୋଷ୍ଟ କରାଯାଇଛି:
“ଉତ୍ତର ପ୍ରଦେଶର ମିର୍ଜାପୁର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ସହାୟତା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ ।”
SR
(Release ID: 2061988)
Visitor Counter : 29
Read this release in:
Telugu
,
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Kannada
,
Malayalam