ଖଣି ମନ୍ତ୍ରଣାଳୟ
azadi ka amrit mahotsav g20-india-2023

ସ୍ୱଚ୍ଛତା ହିଁ ସେବା (ଏସଏଚଏସ) ୨୦୨୪ ଅଭିଯାନ ଅଧୀନରେ ଖଣି ମନ୍ତ୍ରଣାଳୟ ସଫଳତାର ସହ ୫୧୦ଟି କାର୍ଯ୍ୟକ୍ରମ ଆୟୋଜନ କରିଛି

Posted On: 03 OCT 2024 10:54AM by PIB Bhubaneshwar

ଖଣି ମନ୍ତ୍ରଣାଳୟ ଏହାର କ୍ଷେତ୍ରୀୟ କାର୍ଯ୍ୟାଳୟ ଗୁଡ଼ିକ ସହାୟତାରେ ସ୍ୱଚ୍ଛତା ହିଁ ସେବା (ଏସଏଚଏସ) ୨୦୨୪ ଅଭିଯାନରେ ସକ୍ରିୟତାର ସହ ଅଂଶ ଗ୍ରହଣ କରିଛନ୍ତି ସେମାନେ ସରକାରଙ୍କ ସମସ୍ତ ଆଭିମୁଖ୍ୟକୁ ଗ୍ରହଣ କରିବା ସହ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା, କ୍ଲିନଲିନେସ୍ ଟାର୍ଗେଟ ୟୁନିଟସ(ସିଟିୟୁ) ଗୁଡ଼ିକୁ ରୂପାନ୍ତର କରିବା ଏବଂ ସଫେଇ ମିତ୍ରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଚିହ୍ନଟ କରିବା ଆଦିରେ ବେଶ୍ ସଫଳ ହୋଇଛନ୍ତି ମୋଟ ୫୧୦ଟି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇପାରିଛି ୫୧ଟି ସିଟିୟୁର ରୂପାନ୍ତର କରାଯାଇପାରିଛି ଯେଉଁଠାରେ କି ଅବହେଳିତ ଗାର୍ବେଜ ପଏଣ୍ଟ ଗୁଡ଼ିକୁ ସ୍ୱଚ୍ଛ କରି ରୂପାନ୍ତର କରାଯାଇଛି ମନ୍ତ୍ରଣାଳୟର ସମସ୍ତ କାର୍ଯ୍ୟାଳୟରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ଦିଗରେ ଥିବା ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି

ଉତ୍ସର୍ଗୀକୃତ ମନୋଭାବରେ ଏସଏଚଏସ ୨୦୨୪ ଅଭିଯାନରେ ସାମିଲ ହେବା ଉଦ୍ଦେଶ୍ୟରେ କେନ୍ଦ୍ର କୋଇଲା ଖଣି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସତୀଶ ଚନ୍ଦ୍ର ଦୁବେ, ସଚିବ (ଖଣି) ଏବଂ ଅନ୍ୟ ଅଧିକାରୀମାନେ ଦେଶବ୍ୟାପୀ ଭୂ-ଐତିହ୍ୟ ଭୂ-ପର୍ଯ୍ୟଟନ ସ୍ଥଳକୁ ଗସ୍ତ କରିଛନ୍ତି

‘ସ୍ୱଚ୍ଛତା ଭାଗିଦାରୀ’ ଅଭିଯାନରେ ରଚନାତ୍ମକ ଅପଶିଷ୍ଟକୁ ନେଇ କଳାକ୍ଷେତ୍ରର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଏହାଦ୍ୱାରା ଅନେକ ସୁନ୍ଦର ମୂର୍ତ୍ତି ତିଆରି ହୋଇପାରିଛି, ଯେଉଁଥିରେ କି ଜେଏନଏଆରଡିଡିସି ଦ୍ୱାରା ଆଲୁମିନିୟମ ସ୍କ୍ରାପରେ ନିର୍ମିତ ଉତ୍କୃଷ୍ଟ କଳାକୃତି ମଧ୍ୟ ରହିଛି ସଫେଇ ମିତ୍ରମାନଙ୍କୁ ଅଧିକ ସହାୟତା କରିବା ପାଇଁ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି ସେମାନଙ୍କର ମହତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ଦେବା ଲକ୍ଷ୍ୟରେ ପିପିଇ କିଟ୍ ଏବଂ ଅନ୍ୟାନ୍ୟ ସୁରକ୍ଷର ସରଞ୍ଜାମ ବିତରଣ କରାଯାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହ ମିଶି ଖଣି ମନ୍ତ୍ରଣାଳୟ ୨୬ ସେପ୍ଟେମ୍ବର ୨୦୨୪ରେ ଶାସ୍ତ୍ରୀ ଭବନରେ ଏବଂ ନାଗପୁରରେ ଆଇବିଏମ୍ ଜେଏନଆରଡିଡିସି କାର୍ଯ୍ୟାଳୟରେ ସଫେଇ ମିତ୍ର ଏବଂ ଅନ୍ୟ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଟିବି ଚିହ୍ନଟ ଶିବିର ଆୟୋଜନ କରାଯାଇଥିଲା

ସ୍ଥାୟିତ୍ୱ ପ୍ରତି ନିଜର ପ୍ରତିବଦ୍ଧତା ଦର୍ଶାଇ ମନ୍ତ୍ରଣାଳୟ ‘ମା’ଙ୍କ ନାମରେ ଏକ ଗଛ’ ମିଶନରେ ବୃକ୍ଷରୋପଣ ଅଭିଯାନ କରିଛି ସ୍ୱଚ୍ଛତା ପ୍ରତିଜ୍ଞା, ଆଦର୍ଶ ବାକ୍ୟ ଲିଖନ ଏବଂ ପ୍ରବନ୍ଧ ପ୍ରତିଯୋଗିତା ମାଧ୍ୟମରେ ଅଭିଯାନ ସହ ଜନଭାଗିଦାରୀକୁ ବୃଦ୍ଧି କରାଯାଇଛି ଏଥିସହ ପର୍ଯ୍ୟାବରଣ ସଂରକ୍ଷଣକୁ ତ୍ୱରାନ୍ୱିତ କରିବା ପାଇଁ ୬ଟି ପୁନଃପ୍ରାପ୍ତ ଖଣି ଅଞ୍ଚଳର ସୌନ୍ଦର୍ଯ୍ୟକରଣ କରାଯାଇଛି

ମନ୍ତ୍ରଣାଳୟର ସମସ୍ତ କାର୍ଯ୍ୟକ୍ରମରେ ଅକ୍ଟୋବରରେ ସ୍ୱଚ୍ଛ ଭାରତ ଦିବସ ପାଳନ କରାଯିବା ସହ ଅଭିଯାନ ଉଦଯାପିତ ହୋଇଥିଲା ଏହି ଅବସରରେ ଶାସ୍ତ୍ରୀ ଭବନରେ ଖଣି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀ ସଞ୍ଜୟ ଲୋହିଆଙ୍କ ନେତୃତ୍ୱରେ ବରିଷ୍ଠ ଅଧିକାରୀମାନେ ଶ୍ରମଦାନ କାର୍ଯ୍ୟକ୍ରମରେ ଭାଗ ନେବା, ସ୍ୱଚ୍ଛତା ଜନସେବା ଦିଗରେ ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି

ଖଣି ମନ୍ତ୍ରଣାଳୟର ତାର ପ୍ରଭାବଶାଳୀ ପ୍ରଚେଷ୍ଟା ମାଧ୍ୟମରେ ସ୍ୱଚ୍ଛତା ହିଁ ସେବା ୨୦୨୪ ଅଭିଯାନର ଉଦ୍ଦେଶ୍ୟ ପୂରଣ କରିବା ଦିଗରେ ଅବଦାନ ରଖିଛି, ଯଦ୍ୱାରାକି ସମସ୍ତଙ୍କୁ ସ୍ୱଚ୍ଛ ସବୁଜ ବାତାବରଣର ସୁଯୋଗ ମିଳିପାରିବ

SR



(Release ID: 2061510) Visitor Counter : 19


Read this release in: English , Urdu , Hindi , Tamil