ସଂସ୍କୃତି ମନ୍ତ୍ରଣାଳୟ
ଭାରତ ସରକାରଙ୍କ ପ୍ରଥମ ୧୦୦ ଦିନ ଦେଶର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିବା ପାଇଁ ସୁଦୃଢ଼ ଏବଂ ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଉଛି
ସାଂସ୍କୃତିକ ସଂରକ୍ଷଣ ପାଇଁ ବିଶ୍ୱସ୍ତରୀୟ ପ୍ରତିବଦ୍ଧତାକୁ ଦର୍ଶାଇ ଭାରତ ଗର୍ବର ସହିତ ୪୬ତମ ବିଶ୍ୱ ଐତିହ୍ୟ କମିଟି ଅଧିବେଶନ ଆୟୋଜନ କରିଛି
ଆସାମର ମୋଇଡାମ୍ସ ସାମିଲ ହେବା ସହ ଭାରତର ବିଶ୍ୱ ଐତିହ୍ୟ ସଂଖ୍ୟା ବୃଦ୍ଧି ପାଇ ୪୩ ହୋଇଛି
ହର୍ ଘର୍ ତିରଙ୍ଗା ଅଭିଯାନରେ ରେକର୍ଡ ଯୋଗଦାନ, ଜାତୀୟ ଗୌରବ ଓ ଏକତା ବୃଦ୍ଧି
ପ୍ରାଚୀନ ସମ୍ପତ୍ତିର ବେଆଇନ କାରବାର ମୁକାବିଲା କରିବା ପାଇଁ ଭାରତ ଓ ଆମେରିକା ସାଂସ୍କୃତିକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି
ୟୁଗ ୟୁଗୀନ ଭାରତ ଜାତୀୟ ସଂଗ୍ରହାଳୟ ପାଇଁ ଫ୍ରାନ୍ସ ସଂଗ୍ରହାଳୟ ବିକାଶ ସହିତ ସହଯୋଗ ବୃଦ୍ଧି
ବିକଶିତ ବାୟୋ-ଆର୍କିଓଲଜିକାଲ୍ ଗବେଷଣା ପାଇଁ ୟୁସିଏଲ୍ ସହିତ ଆନ୍ଥ୍ରୋପୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆର ବୁଝାମଣା
ଅତ୍ୟାଧୁନିକ ଜିନୋମିକ୍ସ ବ୍ୟବହାର କରି ଦକ୍ଷିଣ ଏସିଆ ଜନସଂଖ୍ୟା ଇତିହାସର ପୁନନିର୍ମାଣ ପାଇଁ ବୁଝାମଣାପତ୍ର
Posted On:
17 SEP 2024 6:06PM by PIB Bhubaneshwar
ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ତଥା ପ୍ରୋତ୍ସାହନ ପାଇଁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ସରକାରଙ୍କ ପ୍ରଥମ ୧୦୦ ଦିନ ମଧ୍ୟରେ ପ୍ରମୁଖ ସଫଳତା ଏବଂ ପଦକ୍ଷେପ, ଯାହା ଭାରତର ସାଂସ୍କୃତିକ ଐତିହ୍ୟକୁ ବଢ଼ାଇବା ପାଇଁ ଜାରି ରହିଥିବା ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ, ସେ ସମ୍ପର୍କରେ ନିମ୍ନରେ ଦିଆଗଲା:
୪୬ତମ ବିଶ୍ୱ ଐତିହ୍ୟ କମିଟି ଅଧିବେଶନର ସଫଳ ଆୟୋଜନ :
ସଂସ୍କୃତି ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେକ୍ଷଣ (ଏଏସ୍ଆଇ) ୨୦୨୪ ଜୁଲାଇ ୨୧ରୁ ୩୧ ତାରିଖ ମଧ୍ୟରେ ଦିଲ୍ଲୀରେ ବିଶ୍ୱ ଐତିହ୍ୟ କମିଟିର ୪୬ତମ ଅଧିବେଶନ ସଫଳତାର ସହ ଆୟୋଜନ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହି ଅଧିବେଶନ ଉଦ୍ଘାଟିତ ହୋଇଥିଲା, ଯେଉଁଥିରେ ୧୪୦ରୁ ଅଧିକ ଦେଶରୁ ପ୍ରାୟ ୨୯୦୦ ପ୍ରତିନିଧି ଯୋଗ ଦେଇଥିଲେ । ଏହାର ମୁଖ୍ୟ ଆକର୍ଷଣ ମଧ୍ୟରେ ସାଂସ୍କୃତିକ ସମ୍ପତ୍ତିର ବେଆଇନ କାରବାର ଉପରେ ଏକ ପ୍ରଦର୍ଶନୀ ଏବଂ ପ୍ରୋଜେକ୍ଟ ପରୀ ଶୁଭାରମ୍ଭ ରହିଛି, ଯେଉଁଥିରେ ୨୦୦ରୁ ଅଧିକ କଳାକାର ଏବଂ ୩୦୦ ଛାତ୍ରଛାତ୍ରୀ ଜାତୀୟ ରାଜଧାନୀରେ ସର୍ବସାଧାରଣ କଳା ସୃଷ୍ଟି କରିବାରେ ସାମିଲ ହୋଇଥିଲେ ।
‘ମୋଇଡାମ୍ସ: ଅହୋମ ରାଜବଂଶର କବର ସ୍ଥଳ ବ୍ୟବସ୍ଥା’ର ଶିଳାଲେଖ :
ଭାରତ ଗର୍ବର ସହିତ ଆସାମର ମୋଇଡାମଙ୍କୁ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରିଛି । ଏହି ତାଲିକାରେ ଉତ୍ତର-ପୂର୍ବ ଭାରତରୁ ପ୍ରଥମ ସାଂସ୍କୃତିକ ସମ୍ପତ୍ତିକୁ ଚିହ୍ନିତ କରୁଥିବା ଏହି ସ୍ଥାନ ଭାରତର ବିବିଧତା ଏବଂ ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରିଥାଏ ଏବଂ ଏହା ସାମିଲ ହେବା ସହ ବିଶ୍ୱ ଐତିହ୍ୟ ତାଲିକାରେ ଭାରତର ସଂଖ୍ୟା ବୃଦ୍ଧି ପାଇ ୪୩ ହୋଇଛି ।
ହର୍ ଘର୍ ତିରଙ୍ଗା :
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏଚ୍ଜିଟି ଅଭିଯାନରେ ଅଦ୍ୱିତୀୟ ଯୋଗଦାନ ଦେଖିବାକୁ ମିଳିଥିଲା, ଯେଉଁଥିରେ ୫ କୋଟିରୁ ଅଧିକ ନାଗରିକ ତିରଙ୍ଗାକୁ ନିଜ ଘରେ ଉଠାଇ ତିରଙ୍ଗା ରନ୍ ଏବଂ ତିରଙ୍ଗା ର୍ୟାଲି ଭଳି ଜାତୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅଭିଯାନ ଜାତୀୟ ଗୌରବ ଓ ଏକତାକୁ ଯଥେଷ୍ଟ ବୃଦ୍ଧି କରିଛି ।
ହୁମାୟୁନ୍ଙ୍କ ସମାଧି ଏବଂ ସୁଫି ପରମ୍ପରାକୁ ଉତ୍ସର୍ଗୀକୃତ ସଂଗ୍ରହାଳୟର ଉଦ୍ଘାଟନ :
୨୦୨୪ ଜୁଲାଇ ୨୯ ତାରିଖରେ ଏହି ଅତ୍ୟାଧୁନିକ ସଂଗ୍ରହାଳୟ ଦିଲ୍ଲୀରେ ଏହି ଉଦ୍ଘାଟିତ ହୋଇଥିଲା, ଯାହା ଦ୍ୱାରା ଏହି ସ୍ଥାନ ସହରର ସାଂସ୍କୃତିକ ତଥା ପର୍ଯ୍ୟଟକ ଆକର୍ଷଣର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହୋଇଥିଲା ।
ମୁକେଶଙ୍କ ପାଇଁ ସ୍ମାରକ ଡାକ ଟିକଟ :
ପ୍ରତିଷ୍ଠିତ ଭାରତୀୟ ଗାୟକ ମୁକେଶଙ୍କ ସମ୍ମାନରେ ଏକ ସ୍ମାରକ ଡାକ ଟିକଟ ନୂଆଦିଲ୍ଲୀ ଆକାଶବାଣୀର ରଙ୍ଗ ଭବନରେ ୨୪ ଜୁଲାଇ ୨୦୨୪ରେ ପ୍ରଚଳନ କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ମୁକେଶଙ୍କ ସ୍ଥାୟୀ ଉତ୍ତରାଧିକାରୀ ଏବଂ ଭାରତୀ ସଙ୍ଗୀତରେ ତାଙ୍କର ଅବଦାନକୁ ସ୍ୱୀକାର କରିଛି ।
ଯୁକ୍ତରାଷ୍ଟ୍ର ସହିତ ସାଂସ୍କୃତିକ ସମ୍ପତ୍ତି ଚୁକ୍ତି :
ପ୍ରାଚୀନ ସମ୍ପତ୍ତିର ବେଆଇନ କାରବାରକୁ ମୁକାବିଲା କରିବା ପାଇଁ ଭାରତ ଏବଂ ଆମେରିକା୨୬ ଜୁଲାଇ ୨୦୨୪ରେ ଏକ ସାଂସ୍କୃତିକ ସମ୍ପତ୍ତି ଚୁକ୍ତିନାମା ସ୍ମାକ୍ଷର କରିଥିଲେ । ଏହି ଚୁକ୍ତିନାମା ଭାରତର ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ଅନ୍ତର୍ଜାତୀୟ ସହଯୋଗକୁ ମଜବୁତ କରିବାକୁ ଲକ୍ଷ୍ୟ ରଖିଛି ।
ୟୁଗ ୟୁଗୀନ ଭାରତ ରାଷ୍ଟ୍ରୀୟ ସଂଗ୍ରହାଳୟ ପାଇଁ ଫ୍ରାନ୍ସ ସଂଗ୍ରହାଳୟ ବିକାଶ ସହ ସହଯୋଗ :
ୟୁଗ ୟୁଗୀନ ଭାରତ ରାଷ୍ଟ୍ରୀ ସଂଗ୍ରହାଳୟର ବିକାଶରେ ସହଯୋଗ କରିବା ପାଇଁ ସଂସ୍କୃତି ମନ୍ତ୍ରଣାଳୟ, ସଂରକ୍ଷଣ ସ୍ଥପତି ଏବଂ ଡିଜାଇନର୍ସଙ୍କ ସମେତ ଘରୋଇ ହିତାଧିକାରୀଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ଏକ କର୍ମଶାଳା ଆୟୋଜନ କରିଥିଲା । ଏହି ପଦକ୍ଷେପ ହିତାଧିକାରୀଙ୍କ ମଧ୍ୟରେ ସମନ୍ୱୟ ସୁନିଶ୍ଚିତ କରିବା ଏବଂ ସଂଗ୍ରହାଳୟ ପାଇଁ ଏକୀକୃତ ଦୃଷ୍ଟିକୋଣ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ସେଣ୍ଟ୍ରାଲ ଭିସ୍ତା ରିଡେଭଲପ୍ମେଣ୍ଟ ପ୍ରକଳ୍ପର ଅଂଶ ଭାବରେ ଉତ୍ତର ଏବଂ ଦକ୍ଷିଣ ବ୍ଲକରେ ହେବାକୁ ଥିବା ୟୁଗ ୟୁଗୀନ ଭାରତ ଜାତୀୟ ସଂଗ୍ରହାଳୟ ୧,୫୪,୦୦୦ ବର୍ଗ ମିଟର ଉପରେ ବିସ୍ତାର ହେବ ଏବଂ ଏହା ବିଶ୍ୱର ସର୍ବବୃହତ ସଂଗ୍ରହାଳୟ ହେବ ।
ଜୋନାଲ୍ ସାଂସ୍କୃତିକ କେନ୍ଦ୍ର ଦ୍ୱାରା ବିଶ୍ୱ ଲୋକଗୀତ ଦିବସ ପାଳନ :
ଦକ୍ଷିଣ ଜୋନ ସାଂସ୍କୃତିକ କେନ୍ଦ୍ର ତଞ୍ଜାବୁର୍ ଏବଂ ଚେନ୍ନାଇରେ ଏକ ଭବ୍ୟ ଉତ୍ସବର ଆୟୋଜନ କରିବା ସହ ବିଶ୍ୱ ଲୋକଗୀତ ଦିବସ ପାଳନ କରିଥିଲା, ଯେଉଁଥିରେ ୮୫୦ କଳାକାର ସାମିଲ ହୋଇଥିଲେ । ଲୋକ ଏବଂ ଆଦିବାସୀ କଳାକୁ ସମର୍ଥନ କରିବା ପାଇଁ ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ଦର୍ଶାଇ ହିତାଧିକାରୀମାନଙ୍କୁ ସିଧାସଳଖ ଲାଭ ପ୍ରଦାନ କରାଯାଇଥିଲା ।
ବିକଶିତ ବାୟୋ-ଆର୍କିଓଲୋଜିକାଲ ଗବେଷଣା ପାଇଁ ଆନ୍ଥ୍ରୋପୋଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ଏବଂ ୟୁସିଏଲ ମଧ୍ୟରେ ବୁଝାମଣା :
ବାୟୋ-ଆର୍କିଓଲୋଜିକାଲ ଗବେଷଣାର ବିକାଶ ପାଇଁ ଆନ୍ଥ୍ରୋପୋଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ଓ ଲଣ୍ଡନର ୟୁନିଭର୍ସିଟି କଲେଜ ମଧ୍ୟରେ ଏକ ସହଯୋଗ ଭିତ୍ତିକ ବୁଝାମଣା ହୋଇଛି । ଏହି ସହଯୋଗ ମାନବ କଙ୍କାଳ ଅବଶେଷ ଉପରେ ଗବେଷଣା ସହ ଅସ୍ଥିବୈଜ୍ଞାନିକ, ଉତ୍ପତ୍ତି ଏବଂ ସ୍ଥିତ ସମସ୍ଥାନିକ ସମୀକ୍ଷାର ବିକାଶ ପାଇଁ ସହାୟକ ହୋଇପାରିବ ।
ଜିନୋମିକ୍ସ ବ୍ୟବହାର କରି ଦକ୍ଷିଣ ଏସିଆ ଜନସଂଖ୍ୟା ଇତିହାସର ପୁନଃନିର୍ମାଣ :
ସ୍ୱଦେଶୀ ଜ୍ଞାନକୌଶଳର ଜିନୋମିକ୍ସ ବ୍ୟବହାର କରି ଦକ୍ଷିଣ ଏସିଆ ଜନସଂଖ୍ୟା ଇତିହାସର ପୁନଃନିର୍ମାଣ ପାଇଁ ଆନ୍ଥ୍ରୋପୋଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ଏବଂ ଲକ୍ଷ୍ନୌର ବିରବଲ ସାହାଣୀ ଇନଷ୍ଟିଚ୍ୟୁଟ ଅଫ୍ ପାଲିଓସାଇନ୍ସେସ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଏହି ପ୍ରକଳ୍ପ ପ୍ରାଚୀନ ଓ ସମସାମୟିକ ନମୁନାରୁ ଐତିହାସିକ ଗତିଶୀଳତା ସମ୍ପର୍କରେ ଜାଣିବାକୁ ଡିଏନଏ, ମାଇକ୍ରୋବାୟୋମ୍ସ ଏବଂ ସ୍ଥିର ସମସ୍ଥାନିକ ବାବଦରେ ଅନୁଧ୍ୟାନ କରିବ ।
ସାଂସ୍କୃତିକ ସଂରକ୍ଷଣ, ଆନ୍ତର୍ଜାତିକ ସହଯୋଗ ଏବଂ ଆମ ସମୃଦ୍ଧ ଐତିହ୍ୟର ଉତ୍ସବକୁ ସଂସ୍କୃତି ମନ୍ତ୍ରଣାଳୟର ଏହି ପଦକ୍ଷେପ ଦର୍ଶାଉଛି ।
ବୀଣା ଯାଦବ
SR
(Release ID: 2055920)