ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, କୃଷକଙ୍କ କଲ୍ୟାଣ ପାଇଁ ଯଥାସମ୍ଭବ ଚେଷ୍ଟା କରାଯିବ ଏବଂ ନିଷ୍ପତ୍ତି ନିଆଯିବ

प्रविष्टि तिथि: 14 SEP 2024 6:32PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃଷକଙ୍କ କଲ୍ୟାଣ ପାଇଁ କୃଷକଙ୍କ ଆୟ ଏବଂ ଗ୍ରାମାଞ୍ଚଳରେ ରୋଜଗାର ସୁବିଧା ବଢ଼ାଇବା ଉପରେ ସରକାରଙ୍କ ପ୍ରତିବଦ୍ଧତା ଉପରେ ଜୋର୍ ଦେଇଛନ୍ତି ।

କୃଷି ଆୟ ଏବଂ ଗ୍ରାମାଞ୍ଚଳ ନିଯୁକ୍ତିକୁ ବଢ଼ାଇବା ପାଇଁ ନିକଟରେ ନିଆଯାଇଥିବା କେତେକ ନିଷ୍ପତ୍ତିକୁ ଗୁରୁତ୍ୱ ଦେଇ ଶ୍ରୀ ମୋଦୀ କହିଛନ୍ତି, ପିଆଜର ରପ୍ତାନୀ ଶୁଳ୍କ ହ୍ରାସ ହେଉ କିମ୍ବା ଖାଇବା ତେଲର ଆଦାନୀ ଶୁଳ୍କ ବୃଦ୍ଧି ହେଉ, ଏସବୁ ଆମ ଖାଦ୍ୟ ଉତ୍ପାଦନକାରୀଙ୍କୁ ଅନେକ ଲାଭ ଦେବ । ଏହି ନିଷ୍ପତ୍ତି ଯୋଗୁ ସେମାନଙ୍କ ଆୟ ବୃଦ୍ଧି ହେବା ସହିତ ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ମଧ୍ୟ ବଢ଼ାଇବ ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି:

“ଦେଶର ଖାଦ୍ୟ ସୁରକ୍ଷା ପାଇଁ ଦିନ ରାତି ଏକ କରିଦେଇ ଲାଗିଥିବା ଆମ ଚାଷୀ ଭାଇ-ଭଉଣୀମାନଙ୍କ କଲ୍ୟାଣ ପାଇଁ ଆମେ କୌଣସି ଉଦ୍ୟମକୁ ହାତଛଡ଼ା କରୁନାହୁଁ । ପିଆଜର ରପ୍ତାନି ଶୁଳ୍କ ହ୍ରାସ କରିବା ହେଉ କିମ୍ବା ଖାଇବା ତେଲର ଆମଦାନୀ ଶୁଳ୍କ ବଢ଼ାଇବା, ଏସବୁ ନିଷ୍ପତ୍ତି ଯୋଗୁ ଆମର ଅନ୍ନଦାତାମାନଙ୍କର ବହୁତ ଲାଭ ହେବ । ଏହାଦ୍ୱାରା ଏକ ପକ୍ଷରେ ସେମାନଙ୍କ ଆୟ ବଢ଼ିବା ସହିତ ଅନ୍ୟ ପକ୍ଷରେ ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ ।” 

SR


(रिलीज़ आईडी: 2055135) आगंतुक पटल : 73
इस विज्ञप्ति को इन भाषाओं में पढ़ें: Telugu , English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Kannada , Malayalam