କ୍ୟାବିନେଟ

ଉତ୍ତର-ପୂର୍ବାଞ୍ଚଳରେ ଜଳ ବିଦ୍ୟୁତ ପ୍ରକଳ୍ପର ବିକାଶ ପାଇଁ ଉତ୍ତର-ପୂର୍ବାଞ୍ଚଳର ରାଜ୍ୟ ସରକାରଙ୍କ ଦ୍ୱାରା ଅଂଶଧନ ଭାଗିଦାରୀ ଦିଗରେ କେନ୍ଦ୍ରୀୟ ଆର୍ଥିକ ସହାୟତାକୁ କ୍ୟାବିନେଟ୍ ଅନୁମୋଦନ କରିଛି

Posted On: 28 AUG 2024 3:30PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ରାଜ୍ୟ ସଂସ୍ଥା ଏବଂ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗମଧ୍ୟରେ ମିଳିତ ଉଦ୍ୟୋଗ (ଜେଭି) ସହଯୋଗ ମାଧ୍ୟମରେ ଉତ୍ତର ପୂର୍ବାଞ୍ଚଳରେ ଜଳ ବିଦ୍ୟୁତ ପ୍ରକଳ୍ପଗୁଡ଼ିକର ବିକାଶ ନିମନ୍ତେ ସେମାନଙ୍କଅଂଶଧନ ଭାଗିଦାରୀ ଦିଗରେ ଏନଇଆର ରାଜ୍ୟ ସରକାରମାନଙ୍କୁ କେନ୍ଦ୍ରୀୟ ଆର୍ଥିକ ସହାୟତା (ସିଏଫ୍ଏ) ପ୍ରଦାନ କରିବା ପାଇଁ ଶକ୍ତି ମନ୍ତ୍ରଣାଳୟର ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

 

୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୩୧-୩୨ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନାରେ ୪୧୩୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ଯୋଜନା ଅଧୀନରେ ପ୍ରାୟ ୧୫୦୦୦ ମେଗାୱାଟ ଜଳ ବିଦ୍ୟୁତ କ୍ଷମତା ଯୋଗାଇ ଦିଆଯିବ । ଶକ୍ତି ମନ୍ତ୍ରଣାଳୟର ମୋଟ ବ୍ୟୟବରାଦରୁ ଉତ୍ତର-ପୂର୍ବାଞ୍ଚଳ ପାଇଁ ୧୦% ମୋଟ ବଜେଟ୍ ସହାୟତା (ଜିବିଏସ୍) ମାଧ୍ୟମରେ ଏହି ଯୋଜନା କୁ ପାଣ୍ଠି ଯୋଗାଇ ଦିଆଯିବ।

 

ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ଯୋଜନାରେ ରାଜ୍ୟ ସରକାରଙ୍କ ସହ କେନ୍ଦ୍ରୀୟ ପିଏସୟୁର ସମସ୍ତ ପ୍ରକଳ୍ପ ପାଇଁ ଏକ ଯୁଗ୍ମ ଉଦ୍ୟୋଗ (ଜେଭି) କମ୍ପାନୀ ଗଠନ କରିବାର ବ୍ୟବସ୍ଥା ରହିଛି ।

 

ଏନଇଆର ରାଜ୍ୟ ସରକାରଙ୍କ ଅଂଶଧନ ଭାଗିଦାରୀ ପାଇଁ ଅନୁଦାନ କୁ ପ୍ରକଳ୍ପ ପିଛା ସର୍ବାଧିକ ୭୫୦ କୋଟି ଟଙ୍କା ସହିତ ମୋଟ ପ୍ରକଳ୍ପ ଅଂଶଧନର ୨୪% ରେ ସୀମିତ ରଖାଯିବ । ଆବଶ୍ୟକ ପଡ଼ିଲେ ପ୍ରତ୍ୟେକ ପ୍ରକଳ୍ପ ପାଇଁ ୭୫୦ କୋଟି ଟଙ୍କାର ସୀମାକୁ କେସ୍-ଟୁ-କେସ୍ ଭିତ୍ତିରେ ପୁନର୍ବିଚାର କରାଯିବ। ଅନୁଦାନ ବିତରଣ ସମୟରେ ଜେଭିରେ ସିପିଏସୟୁ ଏବଂ ରାଜ୍ୟ ସରକାରଙ୍କ ଅଂଶଧନ ଅନୁପାତ ବଜାୟ ରହିବ।

 

କେନ୍ଦ୍ରୀୟ ଆର୍ଥିକ ସହାୟତା କେବଳ କାର୍ଯ୍ୟକ୍ଷମ ଜଳ ବିଦ୍ୟୁତ ପ୍ରକଳ୍ପରେ ସୀମିତ ରହିବ । ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟଗୁଡ଼ିକୁ ମାଗଣା ବିଜୁଳି ଛାଡ଼/ ଛାଡିବାକୁ ପଡିବ ଏବଂ / କିମ୍ବା ଏସଜିଏସଟିକୁ ଭରଣା କରିବାକୁ ପଡିବ ।

 

ଏହି ଯୋଜନା ପ୍ରଚଳନ ଦ୍ୱାରା ଜଳବିଦ୍ୟୁତ ବିକାଶରେ ରାଜ୍ୟ ସରକାରଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରାଯିବା ସହ ରିସ୍କ ଉତ୍ତରଦାୟିତ୍ୱକୁ ଅଧିକ ସମାନ ଢଙ୍ଗରେ ବଣ୍ଟନ କରାଯିବ । ରାଜ୍ୟ ସରକାର ଅଂଶୀଦାର ହେବା ଦ୍ୱାରା ଜମି ଅଧିଗ୍ରହଣ, ଥଇଥାନ ଏବଂ ପୁର୍ନବାସ ଏବଂ ସ୍ଥାନୀୟ ଆଇନ ଶୃଙ୍ଖଳା ସମସ୍ୟା ଭଳି ସମସ୍ୟା ହ୍ରାସ ପାଇବ । ଏହା ଦ୍ୱାରା ପ୍ରକଳ୍ପଗୁଡ଼ିକର ସମୟ ଓ ବ୍ୟୟ ଅଧିକ ହେବ ନାହିଁ।

ଏହି ଯୋଜନା ଉତ୍ତର-ପୂର୍ବର ଜଳ ବିଦ୍ୟୁତ କ୍ଷମତାର ଉପଯୋଗ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହା ଉତ୍ତର-ପୂର୍ବାଞ୍ଚଳରେ ବିପୁଳ ପୁଞ୍ଜିନିବେଶ ଆଣିବ ଏବଂ ପରିବହନ, ପର୍ଯ୍ୟଟନ, କ୍ଷୁଦ୍ର ବ୍ୟବସାୟ ମାଧ୍ୟମରେ ପରୋକ୍ଷ ନିଯୁକ୍ତି/ ଉଦ୍ୟୋଗୀ ସୁଯୋଗ ସହିତ ସ୍ଥାନୀୟ ଲୋକଙ୍କୁ ବିପୁଳ ସଂଖ୍ୟକ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଦାନ କରିବ । ଜଳବିଦ୍ୟୁତ ପ୍ରକଳ୍ପଗୁଡ଼ିକର ବିକାଶ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍ ଅକ୍ଷୟ ଶକ୍ତି କ୍ଷମତା ପ୍ରତିଷ୍ଠା ପାଇଁ ଭାରତର ଜାତୀୟ ନିର୍ଦ୍ଧାରିତ ଅବଦାନ (ଆଇଏନଡିସି)କୁ ହାସଲ କରିବା ଦିଗରେ ମଧ୍ୟ ସହାୟକ ହେବ ଏବଂ ଗ୍ରିଡ୍ ରେ ଆରଇ ଉତ୍ସଗୁଡ଼ିକର ଏକୀକରଣରେ ସହାୟକ ହେବ ଯାହା ଜାତୀୟ ଗ୍ରିଡ୍ର ନମନୀୟତା, ନିରାପତ୍ତା ଏବଂ ବିଶ୍ୱସନୀୟତାକୁ ବଢ଼ାଇବ ।

 

ଜଳ ବିଦ୍ୟୁତ ବିକାଶରେ ବାଧା ସୃଷ୍ଟି କରୁଥିବା ସମସ୍ୟାର ସମାଧାନ ପାଇଁ ଭାରତ ସରକାର ଅନେକ ନୀତିଗତ ପଦକ୍ଷେପ ନେଉଛନ୍ତି। ଜଳ ବିଦ୍ୟୁତ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଏବଂ ଏହାକୁ ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ କ୍ୟାବିନେଟ୍ ୭ ମାର୍ଚ୍ଚ, ୨୦୧୯ରେ ବୃହତ୍ ଜଳ ବିଦ୍ୟୁତ ପ୍ରକଳ୍ପଗୁଡ଼ିକୁ ଅକ୍ଷୟ ଶକ୍ତି ଉତ୍ସ ଭାବରେ ଘୋଷଣା କରିବା, ଜଳ ବିଦ୍ୟୁତ କ୍ରୟ ବାଧ୍ୟତାମୂଳକ (ଏଚ୍ ପିଓ), ଶୁଳ୍କ ବୃଦ୍ଧି ମାଧ୍ୟମରେ ଶୁଳ୍କ ଯୁକ୍ତିଯୁକ୍ତ ପଦକ୍ଷେପ, ଷ୍ଟୋରେଜ୍ ଏଚ୍ଇପିରେ ବନ୍ୟା ନିୟନ୍ତ୍ରଣ ପାଇଁ ବଜେଟ୍ ସହାୟତା ଏବଂ ସକ୍ଷମ ଅର୍ଥାତ୍ ରାସ୍ତା ଓ ପୋଲ ନିର୍ମାଣ ଭିତ୍ତିଭୂମି ର ଖର୍ଚ୍ଚ ପାଇଁ ବଜେଟ୍ ସହାୟତା, ପଦକ୍ଷେପଗୁଡ଼ିକୁ ଅନୁମୋଦନ କରିଛି।

 

HS



(Release ID: 2049550) Visitor Counter : 4