ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜୋମା ଇଣ୍ଡିଆର ଏମଡି ଅଲିନା ପୋସଲୁସଜନିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

Posted On: 22 AUG 2024 9:20PM by PIB Bhubaneshwar

ପୋଲାଣ୍ଡରେ ବିବିଧ ସ୍ୱଚ୍ଛତା ଉତ୍ପାଦ ନିର୍ମାଣରେ ଅଗ୍ରଣୀ କମ୍ପାନି ଜୋମୋ ଇଣ୍ଡିଆର ଏମଡି ଅଲିନା ପୋସଲୁସଜନିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭେଟିଛନ୍ତି ।

ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ଭାରତର ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନ ଏବଂ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ)ରେ ଗ୍ରହଣ କରାଯାଇଥିବା ଉଦାରୀକରଣ ନୀତି ସମ୍ପର୍କରେ କହିଥିଲେ ।ଭାରତରେ ଜୋମୋର ସମ୍ପ୍ରସାରଣ ଯୋଜନା, ବଜାର ଓ ନିବେଶ ସୁବିଧା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।

ଭାରତ ପକ୍ଷରୁ ମିଳିଥିବା ସହଯୋଗ ଓ ସୁବିଧା ପାଇଁ ପୋସଲୁସଜନି କୃତଜ୍ଞତା ଗଣାଇଥିଲେ ।

SR



(Release ID: 2047922) Visitor Counter : 10