ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅଗଷ୍ଟ ୧୧ରେ ପ୍ରଧାନମନ୍ତ୍ରୀ ୧୦୯ ହାଇୟଲ୍ଡିଙ୍ଗ (ଅଧିକ ଉତ୍ପାଦନକ୍ଷମ), ପରିବେଶ ଅନୁକୂଳ ଏବଂ ପୋଷକ ଭିତ୍ତିକ ଶସ୍ୟର ଉନ୍ମୋଚନ କରିବେ

Posted On: 10 AUG 2024 2:07PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୧ ତାରିଖ ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଏଗ୍ରିକଲଚରାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ୧୦୯ ହାଇ ୟଲ୍ଡିଂ, ପରିବେଶ ଅନୁକୂଳ ଏବଂ ପୋଷକତତ୍ତ୍ୱ ଥିବା ଶସ୍ୟର ଉନ୍ମୋଚନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷକ ଓ ଗବେଷକମାନଙ୍କ ସହ ମଧ୍ୟ ଭାବ ବିନିମୟ କରିବେ ।

ପ୍ରଧାନମନ୍ତ୍ରୀ ୧୦୯ ଭେରାଇଟିର ୬୧ଟି ଶସ୍ୟ ଉନ୍ମୋଚନ କରିବେ ଯାହା ମଧ୍ୟରେ ୩୪ କ୍ଷେତ୍ର ଫସଲ ଏବଂ ୨୭ଟି ଉଦ୍ୟାନ ଫସଲ ରହିଛି । କ୍ଷେତ୍ର ଫସଲ ମଧ୍ୟରେ ବାଜରା, ଗୋଖାଦ୍ୟ ଫସଲ, ତୈଳବୀଜ, ଡାଲି ଜାତୀୟ ଶସ୍ୟ, ଆଖୁ, କପା, ତନ୍ତୁ ଏବଂ ଅନ୍ୟାନ୍ୟ ସମ୍ଭାବିତ ଫସଲ ଭଳି ଡାଲି ଜାତୀୟ ଫସଲ ଉନ୍ମୋଚନ ହେବ । ଉଦ୍ୟାନ ଶସ୍ୟ ମଧ୍ୟରେ ବିଭିନ୍ନ ପ୍ରକାରର ଫଳ, ପନିପରିବା, ବୃକ୍ଷରୋପଣ, ଆଳୁ ଜାତୀୟ, ମସଲା, ଫୁଲ ଏବଂ ଔଷଧୀୟ ଫସଲ ଉନ୍ମୋଚନ ହେବ ।

ପ୍ରଧାନମନ୍ତ୍ରୀ ସର୍ବଦା ପୁଷ୍ଟିକର ଚାଷ ଏବଂ ପରିବେଶ ଅନୁକୂଳ ଚାଷ ପଦ୍ଧତିକୁ ପ୍ରୋତ୍ସାହିତ କରି ଆସିଛନ୍ତି । ସେ ମଧ୍ୟ ମଧ୍ୟାହ୍ନ ଭୋଜନ, ଅଙ୍ଗନବାଡ଼ି ଭଳି ସରକାରୀ ଯୋଜନା ସହ ସମ୍ପର୍କ ଥିବା ବିଭିନ୍ନ ପ୍ରକାର ପୋଷକତତ୍ତ୍ୱ ବିଶିଷ୍ଟ ଶସ୍ୟକୁ ଗୁରୁତ୍ୱ ଦେଇଛନ୍ତି ଯାହାକି ଭାରତକୁ କୁପୋଷଣରୁ ମୁକ୍ତ କରିବ । ଏହି ପଦକ୍ଷେପ କୃଷକମାନଙ୍କର ଆୟ ବଢ଼ାଇବା ସହ ସେମାନଙ୍କ ପାଇଁ ଔଦ୍ୟୋଗିକତାର ନୂତନ କ୍ଷେତ୍ର ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ୧୦ ହାଇୟଲ୍ଡିଂ ଶସ୍ୟର ଉନ୍ମୋଚନ ଏ ଦିଗରେ ଆଉ ଏକ ପଦକ୍ଷେପ । 

SR



(Release ID: 2044066) Visitor Counter : 19