ଅର୍ଥ ମନ୍ତ୍ରଣାଳୟ
ଭୂମି ସମ୍ପର୍କୀତ ସଂସ୍କାର ଏବଂ କାର୍ଯ୍ୟକୁ ଆଗାମୀ ତିନି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବା ନିମନ୍ତେ ସରକାରୀ ପ୍ରୋତ୍ସାହନ
ଗ୍ରାମାଞ୍ଚଳ ଭୂମି ସମ୍ପର୍କୀତ ସମସ୍ତ ସଂସ୍କାର କାର୍ଯ୍ୟରୁ ଋଣ ପ୍ରବାହ ଏବଂ ଅନ୍ୟାନ୍ୟ କୃଷି ସେବା ମଧ୍ୟ ସୁମଗ ହୋଇପାରିବ
ସହରାଞ୍ଚଳ କ୍ଷେତ୍ରରେ ଭୂମି ସମ୍ପର୍କୀତ ସଂସ୍କାର ରେକର୍ଡକୁ ଜିଆଇଏସ ମ୍ୟାପିଂ ସହିତ ଡିଜିଟାଲକରଣ କରାଯିବ
प्रविष्टि तिथि:
23 JUL 2024 12:57PM by PIB Bhubaneshwar
କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ କେନ୍ଦ୍ରୀୟ ବଜେଟ ୨୦୨୪-୨୫ ଉପସ୍ଥାପନ କରି କହିଛନ୍ତି ଯେ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ କ୍ଷେତ୍ରରେ, ଭୂମି ସମ୍ପର୍କୀତ ସଂସ୍କାର ଏବଂ ଅନ୍ୟାନ୍ୟ କାର୍ଯ୍ୟକୁ ଉପଯୁକ୍ତ ସରକାରୀ ସହାୟତା ମାଧ୍ୟମରେ ଆଗାମୀ ତିନି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବା ନିମନ୍ତେ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ଏହିସବୁ ସଂସ୍କାର ଭୂମି ପ୍ରଶାସନ, ଯୋଜନା ଏବଂ ପ୍ରବନ୍ଧନ, ତଥା ସହରାଞ୍ଚଳ ଯୋଜନା, ଉପଯୋଗ ଏବଂ ନିର୍ମାଣ ସମ୍ପର୍କୀତ ଆଇନରେ ସାମିଲ କରାଯିବ ।

ଶ୍ରୀମତୀ ସୀତାରମଣ ଏ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରି କହିଛନ୍ତି ଯେ ଗ୍ରାମାଞ୍ଚଳ ଭୂମି ସମ୍ପର୍କୀତ କାର୍ଯ୍ୟରେ ସମସ୍ତ ଭୂ-ଖଣ୍ଡ ନିମନ୍ତେ ବିଶେଷ ଭୂଖଣ୍ଡ ଚିହ୍ନଟ ସଂଖ୍ୟା (ୟୁଏଲପିଆଇଏନ) ଅଥବା ଭୂ-ଆଧାର ନିର୍ଦ୍ଧାରଣ କରିବା, ସମ୍ବର୍ଗୀୟ ମାନଚିତ୍ରର ଡିଜିଟାଲିକରଣ , ବର୍ତ୍ତମାନ ସ୍ୱାମୀତ୍ୱ ଅନୁସାରେ ମାନଚିତ୍ର ଉପ-ପ୍ରଭାଗର ସର୍ବେକ୍ଷଣ, ଭୂ-ରେଜିଷ୍ଟ୍ରୀର ସ୍ଥାପନା ଏବଂ କୃଷକ ରେଜିଷ୍ଟ୍ରୀ ସହିତ ଏହାକୁ ସଂଯୋଗ କରାଯିବା ଆଦି ସାମିଲ । ଏହିସବୁ କାର୍ଯ୍ୟ ଦ୍ୱାରା ଋଣ ପ୍ରବାହ ଏବଂ ଅନ୍ୟାନ୍ୟ କୃଷି ସମ୍ପର୍କୀତ ସେବାଗୁଡ଼ିକ ସୁଗମ ହୋଇପାରିବ ।
ସହରାଞ୍ଚଳ ଭୂମି ସହିତ ସଂଶ୍ଳିଷ୍ଟ କାର୍ଯ୍ୟ ସମ୍ପର୍କରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ସହରାଞ୍ଚଳ କ୍ଷେତ୍ରରେ ଭୂମି ସମ୍ପର୍କୀତ ରେକର୍ଡଗୁଡ଼ିକ ଜିଆଇଏସ ମ୍ୟାପିଂ କରାଯିବ ସହିତ ଡିଜିଟାଲିକରଣ କରାଯିବ । ସମ୍ପତ୍ତି ଅଭିଲେଖ ପ୍ରଶାସନ, ଆଧୁନିକୀକରଣ ଏବଂ କର ପ୍ରଶାସନ ନିମନ୍ତେ ସୂଚନା ପ୍ରାଦ୍ୟୋଗିକ ଆଧାରିତ ପ୍ରଣାଳୀ ସ୍ଥାପନ କରାଯିବ । ସେ କହିଛନ୍ତି ଯେ ଏହା ଫଳରେ ସହରାଞ୍ଚଳ କ୍ଷେତ୍ରରେ ସ୍ଥାନୀୟ ସଂସ୍ଥାମାନଙ୍କର ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାରର ସୁବିଧା ଉପଲବ୍ଧ ହୋଇପାରିବ ।
SS/DD
(रिलीज़ आईडी: 2035908)
आगंतुक पटल : 117
इस विज्ञप्ति को इन भाषाओं में पढ़ें:
Hindi_MP
,
हिन्दी
,
English
,
Urdu
,
Marathi
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam