ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଋଷ ଏବଂ ଅଷ୍ଟ୍ରିଆକୁ ସରକାରୀ ଗସ୍ତ ପୂର୍ବରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

Posted On: 08 JUL 2024 9:54AM by PIB Bhubaneshwar

ମୁଁ ୨୨ତମ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଋଷକୁ ଏକ ସରକାରୀ ଗସ୍ତରେ ଯାଉଛି ଏବଂ ଆସନ୍ତା ତିନି ଦିନ ମଧ୍ୟରେ ଅଷ୍ଟ୍ରିଆକୁ ମୋର ପ୍ରଥମ ଗସ୍ତ ଆରମ୍ଭ କରୁଛି ।

 

ଗତ ଦଶ ବର୍ଷ ମଧ୍ୟରେ ଭାରତ ଏବଂ ଋଷ ମଧ୍ୟରେ ଶକ୍ତି, ନିରାପତ୍ତା, ବାଣିଜ୍ୟ, ପୁଞ୍ଜିନିବେଶ, ସ୍ୱାସ୍ଥ୍ୟ, ଶିକ୍ଷା, ସଂସ୍କୃତି, ପର୍ଯ୍ୟଟନ ଏବଂ ଲୋକମାନଙ୍କ ମଧ୍ୟରେ ଭାବ ବିନିମୟ କ୍ଷେତ୍ରରେ ସହଭାଗୀତା ବୃଦ୍ଧି ପାଇଛି ।


ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ୱିପାକ୍ଷିକ ସହଯୋଗର ସମସ୍ତ ଦିଗର ସମୀକ୍ଷା କରିବାକୁ ଏବଂ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ଦୃଷ୍ଟିକୋଣ ବାଣ୍ଟିବାକୁ ଆଗ୍ରହୀ । ଆମେ ଏକ ଶାନ୍ତିପୂର୍ଣ୍ଣ ଏବଂ ସ୍ଥିର ବିଶ୍ୱ ପାଇଁ ସହାୟକ ଭୂମିକା ଗ୍ରହଣ କରିବାକୁ ଚାହୁଁଛୁ । ଏହି ଗସ୍ତ ମୋତେ ଋଷରେ ଥିବା ଭାରତୀୟ ସମ୍ପ୍ରଦାୟକୁ ଭେଟିବାର ସୁଯୋଗ ପ୍ରଦାନ କରିବ ।

 

ଅଷ୍ଟ୍ରିଆରେ ମୁଁ ରାଷ୍ଟ୍ରପତି ଆଲେକଜାଣ୍ଡର ଭାନ୍ ଡେର୍ ବେଲେନ୍ ଏବଂ ଚାନ୍ସେଲର କାର୍ଲ ନେହାମରଙ୍କୁ ଭେଟିବାର ସୁଯୋଗ ପାଇବି। ଅଷ୍ଟ୍ରିଆ ହେଉଛି ଆମର ଦୃଢ଼ ଏବଂ ଭରସାଯୋଗ୍ୟ ସହଯୋଗୀ ଏବଂ ଆମେ ଗଣତନ୍ତ୍ର ଏବଂ ବହୁଳବାଦର ଆଦର୍ଶକୁ ଅପଣାଇଛୁ ।


ଗତ ୪୦ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଗସ୍ତ। ଉଦ୍ଭାବନ, ବୈଷୟିକ ଜ୍ଞାନକୌଶଳ ଏବଂ ନିରନ୍ତର ବିକାଶ ଆଦି ନୂତନ ଏବଂ ଉଦୀୟମାନ କ୍ଷେତ୍ରରେ ଆମର ଭାଗିଦାରୀକୁ ଆହୁରି  ଦୃଢ଼ କରିବା ପାଇଁ ମୁଁ ମୋର ଆଲୋଚନାକୁ ଅପେକ୍ଷା କରିଛି । ଅଷ୍ଟ୍ରିଆନ ଚାନ୍ସେଲରଙ୍କ ସହ ମିଶି ମୁଁ ପାରସ୍ପରିକ ଲାଭଦାୟକ ବାଣିଜ୍ୟ ଏବଂ ପୁଞ୍ଜିନିବେଶ ସୁଯୋଗ ଖୋଜିବା ପାଇଁ ଉଭୟ ପକ୍ଷର ବ୍ୟବସାୟୀ ମୁଖ୍ୟମାନଙ୍କ ସହ ମତ ବିନିମୟ କରିବାକୁ ଆଗ୍ରହୀ । ମୁଁ ଅଷ୍ଟ୍ରିଆରେ ରହୁଥିବା ଭାରତୀୟ ସମ୍ପ୍ରଦାୟ ସହିତ ମଧ୍ୟ ଆଲୋଚନା କରିବି ଯେଉଁମାନେ ସେମାନଙ୍କ ପେଶାଦାର ଆଚରଣ ପାଇଁ ଜଣାଶୁଣା ।

 

HS



(Release ID: 2031550) Visitor Counter : 16