କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ

କାମ୍ବୋଡିଆ ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ପାଇଁ ସାର୍ବଜନୀନ ନୀତି ଏବଂ ଶାସନ ଉପରେ ପଞ୍ଚମ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମସୁରୀସ୍ଥିତ ରାଷ୍ଟ୍ରୀୟ ସୁଶାସନ କେନ୍ଦ୍ରରେ ଆରମ୍ଭ ହୋଇଛି


ଦୁଇ ସପ୍ତାହ ବ୍ୟାପୀ ଏହି କମ୍ବୋଡିଆର ସପ୍ତାହିଆ କାର୍ଯ୍ୟକ୍ରମରେ ବେସାମରିକ ସେବା ସିନେଟ୍ ମନ୍ତ୍ରଣାଳୟର ୪୦ ଜଣ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରୁଛନ୍ତି

Posted On: 27 JUN 2024 11:12AM by PIB Bhubaneshwar

ମସୁରୀସ୍ଥିତ ନ୍ୟାସନାଲ ସେଣ୍ଟର ଫର ଗୁଡ୍ ଗଭର୍ଣ୍ଣାନ୍ସ (ଏନସିଜିଜି) ପକ୍ଷରୁ କାମ୍ବୋଡିଆର ପ୍ରଶାସନିକ କର୍ମଚାରୀମାନଙ୍କ ପାଇଁ ସର୍ବସାଧାରଣ ନୀତି ଓ ଶାସନ ଉପରେ ପଞ୍ଚମ କ୍ଷମତା ବିକାଶ କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (ଏମ୍ଇଏ) ସହଯୋଗରେ ଜୁନ୍ ୨୪ରୁ ଜୁଲାଇ ୫, ୨୦୨୪ ପର୍ଯ୍ୟନ୍ତ ଦୁଇ ସପ୍ତାହ ବ୍ୟାପୀ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମରେ କାମ୍ବୋଡିଆ ରାଜ୍ୟର ୪୦ ଜଣ ସରକାରୀ କର୍ମଚାରୀ, ଯଥା ଯୁଗ୍ମ ସଚିବ, ନିର୍ଦ୍ଦେଶକ, ଉପସଚିବ ଏବଂ ବେସାମରିକ ସେବା ମନ୍ତ୍ରଣାଳୟ ଏବଂ ସିନେଟ୍ ମନ୍ତ୍ରଣାଳୟର ଅଣ୍ଡର ସେକ୍ରେଟାରୀ ଯୋଗ ଦେଉଛନ୍ତି। ଏହି କାର୍ଯ୍ୟକ୍ରମରେ ନୀତି ସମ୍ବ।ଦ ଏବଂ ସର୍ବୋତ୍ତମ ଅଭ୍ୟାସଗୁଡିକ ଅଂଶୀଦାର କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିଥାଏ, ଅଂଶଗ୍ରହଣକାରୀମାନଙ୍କୁ ସଂସ୍ଥାଗତ ପରିବର୍ତ୍ତନ ଏବଂ ତାହାଦ୍ୱାରା ନାଗରିକମାନଙ୍କୁ ଯୋଡିବାର କାର୍ଯ୍ୟରେ  ମୂଲ୍ୟବାନ ବୁଝାମଣା ପ୍ରାପ୍ତ କରିବାରେ ସାହାଯ୍ୟ ମିଳିଥାଏ ।

ଉଦ୍ ଘାଟନୀ ଅଧିବେଶନରେ ଜାତୀୟ ସୁଶାସନ କେନ୍ଦ୍ର (ଏନସିଜିଜି)ର ମହାନିର୍ଦ୍ଦେଶକ (ଡିଜି) ତଥା ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଓ ଲୋକ ଅଭିଯୋଗ ବିଭାଗ (ଡିଏଆରପିଜି)ର ସଚିବ ଶ୍ରୀ ଭି ଶ୍ରୀନିବାସ ଏଥିରେ ଅଧ୍ୟକ୍ଷତା କରିଥିଲେ ଏବଂ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ ସୁଦୃଢ଼ କରିବା ସହିତ ନାଗରିକମାନଙ୍କୁ ସରକାରଙ୍କ ନିକଟତର କରିବାରେ ପ୍ରଯୁକ୍ତିବିଦ୍ୟାର ଭୂମିକା ଉପରେ ଆଲୋକପାତ କରିଥିଲେ।ଭାରତର "ସର୍ବନିମ୍ନ ସରକାର ଏବଂ ସର୍ବାଧିକ ଶାସନ" ନୀତି କୌଶଳ ର ବ୍ୟବହାର କରି ନାଗରିକ ଏବଂ ସରକାରଙ୍କୁ ନିକଟତର କରିବା ଏବଂ ଡିଜିଟାଲ ଭାବରେ ସଶକ୍ତ ନାଗରିକ ଏବଂ ଡିଜିଟାଲ ରୂପାନ୍ତରିତ ଅନୁଷ୍ଠାନ ସୃଷ୍ଟି କରିବାକୁ ଚାହୁଁଛି । ଭାରତର ଏଆଇ ଦ୍ୱାରା ପରିଚାଳିତ ଜନ ଅଭିଯୋଗ ସମାଧାନ ପୋର୍ଟାଲ ସିପିଜିଆରଏଏମଏସର ଉଦାହରଣ ଉପସ୍ଥାପନ କରାଯାଇଥିଲା ।

ବେସାମରିକ ସେବା ମନ୍ତ୍ରଣାଳୟର ଉପମହାନିର୍ଦ୍ଦେଶକ ତଥା କାମ୍ବୋଡିଆର ପ୍ରତିନିଧି ମଣ୍ଡଳର ମୁଖ୍ୟ ଶ୍ରୀ ମାମ୍ ଫୁୟୁକ୍ ଏହି ସୁଯୋଗ ପାଇଁ ଭାରତ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କେବଳ ଦକ୍ଷତା ବୃଦ୍ଧି କରିବ ନାହିଁ ବରଂ ଦ୍ୱିପାକ୍ଷିକ ଆଲୋଚନାକୁ ପ୍ରୋତ୍ସାହିତ କରିବ ଏବଂ ଭାରତ ଓ କାମ୍ବୋଡିଆ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ

ଏନସିଜିଜିର ଆସୋସିଏଟ୍ ପ୍ରଫେସର ତଥା କାର୍ଯ୍ୟକ୍ରମର କୋର୍ସ ସଂଯୋଜକ ଡ. ବିଏସ୍ ବିଷ୍ଟ ଜାତୀୟ ସୁଶାସନ କେନ୍ଦ୍ର ଏବଂ ଏନସିଜିଜି ଦ୍ୱାରା ବର୍ଷ ବର୍ଷ ଧରି ହାସଲ କରିଥିବା ମାଇଲଖୁଣ୍ଟ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ। ବିସ୍ତୃତ ବିବରଣୀରେସେ ଏନସିଜିଜିର ଉଦ୍ଦେଶ୍ୟ, କାର୍ଯ୍ୟକଳାପ, ଉପଲବ୍ଧି ଏବଂ ଭବିଷ୍ୟତ ଯୋଜନା ଏବଂ ଏହା କିପରି ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ ହୋଇଛି ସେ ବିଷୟରେ ଆଲୋଚନା କରିଥିଲେ । ପ୍ରଥମ ସପ୍ତାହରେ ଏହି ପ୍ରଶିକ୍ଷଣରେ ପବ୍ଲିକ୍ ପଲିସି ଆଣ୍ଡ ମ୍ୟାନେଜମେଣ୍ଟ, ଜିଇଏମ୍ : ସରକାରୀ କ୍ରୟରେ ସ୍ୱଚ୍ଛତା ଆଣିବା, ଭାରତୀୟ ସାମ୍ବିଧାନିକ ଯୋଜନା, ଭାରତ-କାମ୍ବୋଡିଆ ସମ୍ପର୍କ, ଭିତ୍ତିଭୂମିରେ ସରକାରୀ-ଘରୋଇ ଭାଗିଦାରୀ, ସୁଶାସନ ପାଇଁ ଏକ ଉପକରଣ ଭାବରେ ଆଧାର, ସ୍ୱାସ୍ଥ୍ୟ ଶାସନ, ଶାସନ ଉପରେ ସଂସଦୀୟ ଉପକରଣର ପ୍ରଭାବ, ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସର୍ବୋତ୍ତମ ଅଭ୍ୟାସ ଆଦି ବିଭିନ୍ନ ବିଷୟ ଉପରେ ଧ୍ୟାନ ଦିଆଯିବ । ୨୦୨୩ ସୁଦ୍ଧା ଏସଡିଜି ହାସଲ କରିବାର ଆଭିମୁଖ୍ୟ, ବିକଶିତ ଭାରତ: ଶିଳ୍ପ ଏବଂ ଭିତ୍ତିଭୂମିରେ ପାରମ୍ପରିକ ନୀତି ଏବଂ ବିକାଶ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଶାସନ, ନେତୃତ୍ୱ ଏବଂ ଯୋଗାଯୋଗର ପରିବର୍ତ୍ତିତ ଆଦର୍ଶ, ସହରାଞ୍ଚଳ ଶାସନ ଏବଂ ସ୍ଥାୟୀ ସହର, ଭାରତରେ ନାଗରିକ ସେବା, ସେବାକୁ ଘର, ଡେଲିଭରି, ଇ-ଗଭର୍ଣ୍ଣାନ୍ସ ଏବଂ ଡିଜିଟାଲ ପବ୍ଲିକ ସର୍ଭିସ ଡେଲିଭରି, ସ୍ତ୍ରୀ-ପୁରୁଷ ମଧ୍ୟରେ ସମାନତା  ବୃଦ୍ଧି କରିବା ଏବଂ ପ୍ରଶାସନରେ ନୈତିକତା ଇତ୍ୟାଦି ସାମିଲ ରହିଛି । କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ଡେରାଡୁନରେ ସ୍ମାର୍ଟ ସିଟି ପ୍ରକଳ୍ପ ଏବଂ ଆଇଟିଡିଏ, ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ଜିଲ୍ଲା ପ୍ରଶାସନ, କେନ୍ଦ୍ର ଲୋକସେବା ଆୟୋଗ ଏବଂ ଭାରତୀୟ ସଂସଦ କ୍ଷେତ୍ର ପରିଦର୍ଶନ କରାଯିବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ, ବୁଦ୍ଧ ମନ୍ଦିର ଏବଂ ତାଜମହଲ ପରିଦର୍ଶନ ସମୟରେ ଦେଶର ଇତିହାସ ଏବଂ ସଂସ୍କୃତି ବିଷୟରେ ମଧ୍ୟ ଅବଗତ କରାଯାଇଛି ।

ସୂଚନାଯୋଗ୍ୟ ଯେ ରାଷ୍ଟ୍ରୀୟ ସୁଶାସନ କେନ୍ଦ୍ର ୧୭ ଟି ଦେଶ ଅର୍ଥାତ ଏନସିଜିଜି ବାଂଲାଦେଶ, କେନିଆ, ତାଞ୍ଜାନିଆ, ଟ୍ୟୁନିସିଆ, ସେସେଲ୍ସ, ଗାମ୍ବିଆ, ମାଳଦ୍ୱୀପ, ଶ୍ରୀଲଙ୍କା, ଆଫଗାନିସ୍ତାନ, ଲାଓସ୍, ଭିଏତନାମ, ନେପାଳ, ଭୁଟାନ, ମିଆଁମାର, ଇଥିଓପିଆ, ଏରେଟ୍ରୋଏବଂ କାମ୍ବୋଡିଆ ଭଳି ୧୭ଟି ଦେଶର ବେସାମରିକ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରିଛି।

ରାଷ୍ଟ୍ରୀୟ ସୁଶାସନ କେନ୍ଦ୍ରର ଆସୋସିଏଟ୍ ପ୍ରଫେସର ଡ. ହିମାଂଶୀ ରସ୍ତୋଗି ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ତଦାରଖ ଓ ସଂଯୋଜନା କରିବେ ପାଠ୍ୟକ୍ରମ ସଂଯୋଜକ ଡ. ବିଏସ୍ ବିଷ୍ଟ, ସହ-ପାଠ୍ୟକ୍ରମ ସଂଯୋଜକ ଡ. ସଞ୍ଜୀବ ଶର୍ମା, ପ୍ରଶିକ୍ଷଣ ସହାୟକ  ବ୍ରିଜେଶ ବିଷ୍ଟ, ସୁଶ୍ରୀ ମୋନିଷା ବହୁଗୁଣା, ଯୁବ ପ୍ରଫେସନାଲ ଏବଂ ଏନସିଜିଜିର ଦକ୍ଷତା ନିର୍ମାଣ ଟିମର ସହଯୋଗରେ ସେମାନେ କରିବେ ।

****

NS/SLP

 



(Release ID: 2029341) Visitor Counter : 4