ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ

କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, "ଭାରତୀୟ ସମସ୍ୟା ପାଇଁ ଭାରତୀୟ ସମାଧାନ ଏବଂ ଭାରତୀୟ ଉଦ୍ଭାବନ ପାଇଁ ଭାରତୀୟ ଡାଟା କାରଣ ଆମର ସ୍ପେକ୍ଟ୍ରମ୍ ଭାବରେ ଏବଂ ଆମର ମାନବିକ ଫିନୋଟାଇପ୍ ମଧ୍ୟ ବାକି ବିଶ୍ୱଠାରୁ ଭିନ୍ନ ଅଟେ


ଜିତେନ୍ଦ୍ର ସିଂହ କହିଛନ୍ତି ପାରମ୍ପରିକ ଜ୍ଞାନ ହେଉଛି ଆମର ଏକମାତ୍ର ସମ୍ପତ୍ତି, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଉଭୟ କ୍ଷେତ୍ରରେ ସର୍ବୋତ୍ତମ ସଫଳତା ପାଇଁ 'ପାରମ୍ପରିକ ଜ୍ଞାନ ଡିଜିଟାଲ ଲାଇବ୍ରେରୀ' ର ଶୁଭାରମ୍ଭ କରିଛି


ଅନ୍ତର୍ଜାତୀୟ ମାନଦଣ୍ଡ ପୂରଣ ସତ୍ତ୍ୱେ ଭାରତ ନିଜର ମାନଦଣ୍ଡ ସ୍ଥାପିତ କରିଛି
ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, "ବିଜ୍ଞାନର ଛାତ୍ର ଭାବରେ ଆମକୁ ପ୍ରମାଣ ସହିତ ନିଜର କଥା କହିବାକୁ ଶିଖାଯାଇଥାଏ ଏବଂ ଭାରତୀୟତା ଉପରେ ଆମର ବିଶ୍ୱାସ କେବଳ ଜାତୀୟ ଗୌରବ ନୁହେଁ ବରଂ ଏହା ଦୃଢ଼ ବୈଜ୍ଞାନିକ ଗବେଷଣା ଉପରେ ଆଧାରିତ ଅଟେ

Posted On: 23 JUN 2024 3:36PM by PIB Bhubaneshwar

ଏମ୍ଆଇଟି-ଏଡିଟି ବିଶ୍ୱବିଦ୍ୟାଳୟରେ ଆୟୋଜିତ ବିଜ୍ଞାନ ଭାରତୀ (ଭିଭା)ର ଷଷ୍ଠ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି ଡ. ଜିତେନ୍ଦ୍ର ସିଂହ କହିଛନ୍ତି, "ଭାରତୀୟ ସମସ୍ୟା ପାଇଁ  ଭାରତୀୟ ସମାଧାନ ଏବଂ ଭାରତୀୟ ଉଦ୍ଭାବନ ପାଇଁ ଭାରତୀୟ ଡାଟାର କାରଣ ଆମର ସ୍ପେକ୍ଟ୍ରମ୍ ଭାବରେ ଏବଂ ଏପରିକି ଆମର ମାନବିକ ଫିନୋଟାଇପ୍ ବାକି ବିଶ୍ୱଠାରୁ ଭିନ୍ନ ଅଟେ

ଏହି ଅବସରରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ), ପୃଥିବୀ ବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ), ପ୍ରଧାନମନ୍ତ୍ରୀ କାର୍ଯ୍ୟଳୟରେ ରାଜ୍ୟମନ୍ତ୍ରୀ, ପରମାଣୁ ଶକ୍ତି ବିଭାଗ, ଅନ୍ତରୀଣ ବିଭାଗ, କାର୍ମିକ, ଲୋକ ଅଭିଯୋଗ ଏବଂ ପେନସନ ବିଭାଗ ର ଡ. ଜିତେନ୍ଦ୍ର ସିଂ ଏହି ସମ୍ମିଳନୀ ସହିତ ତାଙ୍କର ସମ୍ପର୍କକୁ ସ୍ମରଣ କରି କହିଥିଲେ ଯେ ସେ ଆଜି ପର୍ଯ୍ୟନ୍ତ ବିଜ୍ଞାନ ଭାରତୀ ଭିଭାର ସମସ୍ତ ସମ୍ମିଳନୀରେ ଯୋଗ ଦେଇଛନ୍ତି । ସେ ଏହାକୁ ସ୍ୱଦେଶୀ ଭାବନା ସହିତ ସ୍ୱଦେଶୀ ବିଜ୍ଞାନ ପାଇଁ ଏକ ପାରମ୍ପରିକ ଆୟୋଜନ ବୋଲି କରିଥିଲେ, ଯାହା ବୈଜ୍ଞାନିକ ଏବଂ ଭାରତୀୟ ଦୃଷ୍ଟିକୋଣରେ ଆଦର୍ଶ ସଂଯୋଜନ ପ୍ରସ୍ତୁତ କରିବାକୁ ପ୍ରୟାସ କରିଥିଲେ । ସ୍ୱଦେଶୀ ସ୍ପିରିଟ୍ ସହିତ ସ୍ୱଦେଶୀ ବିଜ୍ଞାନର ଏକ ମୌଳିକ ଆନ୍ଦୋଳନ ବୋଲି ସେ ବର୍ଣ୍ଣନା କରିଥିଲେ ଏବଂ ଭାରତୀୟ ଟେମ୍ପର ସହିତ ବୈଜ୍ଞାନିକ ଟେମ୍ପରର ସର୍ବୋତ୍ତମ ମିଶ୍ରଣ କରିବାକୁ ଚେଷ୍ଟା କରିଥିଲେ ।

କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ୧୯୮୦ ଦଶକରେ ଆରମ୍ଭ ହୋଇଥିବା ବିଜ୍ଞାନ ଭାରତୀ ଭିଭା ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ଯେଉଁମାନେ ବିଜ୍ଞାନ ପ୍ରତି ପ୍ରତିଶ୍ରୁତିବଦ୍ଧ ଅଟନ୍ତି ସେମାନେ ଏହା ସହିତ ଯୋଡି ହୋଇଗଲେ ସେ ଏହା ମଧ୍ୟ କହିଥିଲେ ୨୦୦୭ମସିହାରେ ଯେ ବିଜ୍ଞାନ ଭାରତୀ 'ନେହେରୁ ପୁରସ୍କାର' ପାଇଥିଲା, ଯାହା ତତ୍କାଳୀନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଦ୍ୱାରା ହସ୍ତାନ୍ତର କରାଯାଇଥିଲା ଏବଂ ଏହା ବିଜ୍ଞାନ କ୍ଷେତ୍ରରେ ଏହା  ଅବଦାନର ପ୍ରମାଣ, ଯେକୌଣସି ରାଜନୈତିକ ସଂପୃକ୍ତିଠାରୁ ଉପର ସ୍ଥାନରେ  ରହିଛି

ନିଜେ ଜଣେ ପ୍ରଖ୍ୟାତ ଡାଇବେଟୋଲୋଜିଷ୍ଟ ଭାବରେ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଆମ ଦେଶରେ କେନ୍ଦ୍ରୀୟ ମେଦବହୁଳତା, ଭିସେରାଲ ମେଦବହୁଳତାର ପ୍ରକୋପ ଅଧିକ ମାତ୍ରାରେ ରହିଛି ଯାହା ଦ୍ଵାରା ହୃଦ୍ ରୋଗ, ହାଇପର ଟେନସନ ଭଳି ମେଟାବୋଲିକ୍ ରୋଗ ପାଇଁ ଏକ ବିପଦଜନକ କାରଣ ଭାବରେ ଜଣାଶୁଣା, ଯାହା ସୂଚିତ କରେ ଯେ ଆମ ପାଖରେ ସ୍ୱାସ୍ଥ୍ୟ ବିଷୟରେ ଏକ ପୃଥକ ତଥ୍ୟ ରହିବା ଉଚିତ୍ । ସେ କହିଥିଲେ ଯେ ଭାରତୀୟ ଫିନୋଟାଇପ୍ ଭିନ୍ନ, ଆମର ଡିଏନଏ ବାକି ବିଶ୍ୱଠାରୁ ଭିନ୍ନ ତେଣୁ ଭାରତରେ କିଛି ରୋଗ ଅଧିକ ଦେଖାଯାଏ ।ଏହାର ମୁକାବିଲା ପାଇଁ ଆମକୁ ଏକ ସମନ୍ୱିତ ଏବଂ ସାମଗ୍ରିକ ଆଭିମୁଖ୍ୟ ଏବଂ ଆମର ପାରମ୍ପରିକ ଜ୍ଞାନ ଏବଂ ଆଧୁନିକ ଚିକିତ୍ସାର ମିଶ୍ରଣ ଆବଶ୍ୟକ ।

ପାରମ୍ପରିକ ଜ୍ଞାନ ହେଉଛି ଆମର ଏକମାତ୍ର ସମ୍ପତ୍ତି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଉଭୟ ବିଶ୍ୱର ସର୍ବୋତ୍ତମ ସଫଳତା ହାସଲ କରିବା ପାଇଁ 'ପାରମ୍ପରିକ ଜ୍ଞାନ ଡିଜିଟାଲ ଲାଇବ୍ରେରୀ' ଆରମ୍ଭ କରିଛି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ପ୍ରାଚୀନ ଚିକିତ୍ସା ପ୍ରତି ଆଗ୍ରହ ରଖୁଥିବା ଲୋକମାନେ କରୋନା ସମୟରେ  ଏହାର ମତ ବଦଳାଇଥିଲେ। କରୋନା ମହାମାରୀ ସମୟରେ ତଥାକଥିତ ଉନ୍ନତ ଦେଶର ଲୋକମାନେ କୌଣସି ମଧ୍ୟ ଆୟୁର୍ବେଦିକ ଉପଚାର କିମ୍ବା ଚିକିତ୍ସା ପାଇଁ ତାଙ୍କ ସହିତ ଯୋଗାଯୋଗ କରୁଥିଲେ ବୋଲି ସେ ମତ ପ୍ରକାଶ  କରିଥିଲେ ବିଗତ ଦଶନ୍ଧିରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକ୍ଷେତ୍ରରେ ହୋଇଥିବା ଅଗ୍ରଗତି ଉପରେ ଆଲୋକପାତ କରି ଡ. ଜିତେନ୍ଦ୍ର ସିଂହ କହିଛନ୍ତି, ୨୦୧୪ରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଆମକୁ ଯଥେଷ୍ଟ ସମର୍ଥନ ମିଳିଛି ଏବଂ ଆଗକୁ ରଖାଯାଇଥିବା କୌଣସି ସକାରାତ୍ମକ ପରାମର୍ଶକୁ ସର୍ବଦା ସ୍ୱାଗତ କରାଯାଇଛି। ତଥାକଥିତ ବିକଶିତ ରାଷ୍ଟ୍ରମାନେ ସ୍ୱୀକାର କରିଛନ୍ତି ଯେ ଭାରତ ଏକ ଆଗଧାଡ଼ିର ରାଷ୍ଟ୍ରରେ ପରିଣତ ହୋଇଛି।

ଡ. ଜିତେନ୍ଦ୍ର ସିଂ ୨୦୧୪ ମସିହା ରୁ ୩୫୦ ଷ୍ଟାଟଅପ୍‌କୁ ୨୦୨୪ରେ ପ୍ରାୟ ୧.୫ ଲକ୍ଷ ପର୍ଯ୍ୟନ୍ତ ଭାରତର ବୈଜ୍ଞାନିକ ବିପ୍ଳବକୁ ରେଖାଙ୍କିତ କରିବାକୁ ଯାଇ କହିଛନ୍ତି ଭାରତ ଆନ୍ତର୍ଜାତୀୟ ମାନଦଣ୍ଡ ପୂରଣ କରିବାକୁ ସତ୍ୱେ ଭାରତ ନିଜର ମାନଦଣ୍ଡ ସ୍ଥାପନ କରିଛି । ସେ କହିଛନ୍ତି ବିଶ୍ୱ ସ୍ୱୀକାର କରିଛି ଯେ ଭାରତ ଏବେ ଗ୍ଲୋବାଲ ଷ୍ଟାର୍ଟଅପ୍ ରେ ତୃତୀୟ ସ୍ଥାନରେ ରହିଛି । ଉଦ୍ଭାବନ ଏବଂ ଗବେଷଣା ଓ ବିକାଶ କାର୍ଯ୍ୟକଳାପ ଉପରେ ଆଲୋକପାତ କରି ସେ କହିଥିଲେ ଯେ ଭାରତ ୨୦୧୪ରେ ୮୧ତମ ସ୍ଥାନରୁ ଗ୍ଲୋବାଲ୍ ଇନୋଭେସନ୍ ଇଣ୍ଡେକ୍ସରେ ୪୦ତମ ସ୍ଥାନରେ ପହଞ୍ଚିଛି। ସେ କହିଛନ୍ତି ଆଗକୁ ଯାଇ ବିଜ୍ଞାନରେ ସର୍ବାଧିକ ଡକ୍ଟର ଅଫ ଫିଲୋସଫିରେ ଆମେ ତୃତୀୟ ସ୍ଥାନରେ ଅଛୁ ।

ଭାରତର ସମୃଦ୍ଧ ସାମୁଦ୍ରିକ ସମ୍ପଦ ଏବଂ ୭,୫୦୦ କିଲୋମିଟର ଦୀର୍ଘ ସମୁଦ୍ର କୂଳ ଉପରେ ବକ୍ତବ୍ୟ ରଖି କେନ୍ଦ୍ର ପୃଥିବୀ ବିଜ୍ଞାନ ମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଗଭୀର ସମୁଦ୍ର ଅଭିଯାନ ଭାରତକୁ ନୀଳ ଅର୍ଥନୀତିରେ ସବୁଠାରୁ ବଡ଼ ଯୋଗଦାନକାରୀ ଏବଂ ମତ୍ସ୍ୟଚାଷର ବୃହତ୍ତମ ରପ୍ତାନିକାରୀ ରେ ପରିଣତ କରିବ । ଭାରତର ନୂତନ ମହାକାଶ ନୀତିର ସଫଳତା ଉପରେ ଆଲୋକପାତ କରି ଡ. ଜିତେନ୍ଦ୍ର ସିଂହ କହିଛନ୍ତି, "୨୦୨୨ରେ ଆମର କେବଳ ଗୋଟିଏ ଷ୍ଟାର୍ଟଅପ୍ ଥିଲା ଏବଂ ବର୍ତ୍ତମାନ ୨୦୨୪ରେ ଆମର ପ୍ରାୟ ୨୦୦ ଷ୍ଟାର୍ଟଅପ୍ ଅଛି।

ସେ ରୋମା ମିଶନ ପାଇଁ ଡ. ଶେଖର ମାଣ୍ଡେଙ୍କୁ ଅଭିନନ୍ଦନ ଜଣାଇବା ସହ ରୋମା ମିଶନରେ 'କୃଷି ଉଧୀୟ\ଯ’ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଯେଉଁମାନେ ସ୍ନାତକ ମଧ୍ୟ ନୁହଁନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ଶ୍ରେୟ ଦେଇ ସେ କହିଛନ୍ତି ଯେ ଭାରତରେ କେବେ ବି ବୈଜ୍ଞାନିକ ଜ୍ଞାନର ଅଭାବ ନାହିଁ, ଏଥିରେ ଏକ ଅନୁକୂଳ ପରିବେଶର ଅଭାବ ରହିଛି ଯାହା ବର୍ତ୍ତମାନର ସରକାରଙ୍କ ବ୍ୟବସ୍ଥା ଯୋଗୁଁ ସମ୍ଭବ ହୋଇପାରିଛି ।

ଯୁବ ବୈଜ୍ଞାନିକ ସମୁଦାୟ ସହ ଭବବିନିମୟ ଡ. ଜିତେନ୍ଦ୍ର ସିଂହ କହିଛନ୍ତି ଯେ ବିଜ୍ଞାନର ଛାତ୍ର ହୋଇଥିବାରୁ ଆମକୁ ପ୍ରମାଣ ସହିତ କହିବାକୁ ଶିଖାଯାଇଥାଏ ଏବଂ ଭାରତୀୟତା ଉପରେ ଆମର ବିଶ୍ୱାସ କେବଳ ଜାତୀୟ ଗୌରବର ନୁହେଁ ବରଂ ଏହା ସୁଦୃଢ଼ ବୈଜ୍ଞାନିକ ଗବେଷଣା ଉପରେ ଆଧାରିତ। ସେ ସେମାନଙ୍କୁ ସାର୍ବଜନୀନ-ନିଜସ୍ୱ କ୍ଷେତ୍ରକୁ ସାମୁହିକ ପ୍ରୟାସ ଦ୍ୱାରା ଏକାକୃତ କରିବା ଏବଂ ସାଂସ୍କୃତିକ ଏବଂ ପୁଞ୍ଜି ନିବେଶ ଗୁଡିକୁ ପୂରଣ କରିବା ପାଇଁ ପ୍ରେରଣା ଦେଇଥିଲେ ।

କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ବିଜ୍ଞାନର ବିକାଶରେ ବିଜ୍ଞାନ ଭାରତୀ (ଭିଭିଏଏ) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଡିଆରଡିଓର ପୂର୍ବତନ ଅଧ୍ୟକ୍ଷ ଡ. ସତୀଶ ରେଡ୍ଡୀ, ଡ. ବିଜୟ ଭାଟକର, ପୂର୍ବତନ ରାଷ୍ଟ୍ରପତି ଡ. ଶେଖର ମାଣ୍ଡେ, ଭିଭା ର ସଭାପତି ଡ. ସ୍ୱାମୀ ଶ୍ରୀକାନ୍ତାନନ୍ଦ ମହାରାଜ, ଆଧ୍ୟାତ୍ମିକ ରାମକୃଷ୍ଣ ମଠ ପୁଣେ; ପୁଣେସ୍ଥିତ ଏମଆଇଟି ସଭାପତି ପ୍ରଫେସର ବିଶ୍ୱନାଥ କରାଡ଼ ମଧ୍ୟ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ।

*****

NS/SLP



(Release ID: 2028202) Visitor Counter : 11