ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଏମଆଇଏଫଏଫ୍ ସାମ୍ବାଦିକ ସମ୍ମିଳନୀରେ ସୁବିୟା ନାଲ୍ଲାମୁଥୁ ତାଙ୍କର ପ୍ରଥମ ମହତ୍ୱାକାଂକ୍ଷୀ ଫିଚର ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି


ମୁଁ ସବୁବେଳେ ବାଘଙ୍କୁ ମନୁଷ୍ୟ ଭାବରେ ଦେଖିଛି: ନାଲ୍ଲାମୁଥୁ

ଫୁଟେଜ୍ ପାଇବା ସହଜ, କିନ୍ତୁ କାହାଣୀ ଚିହ୍ନଟ କରିବା କଷ୍ଟକର; ସମସ୍ତ ଫୁଟେଜ୍ ଗୋଟିଏ କାହାଣୀ କହିନଥାଏ

Posted On: 18 JUN 2024 7:21PM by PIB Bhubaneshwar

 

ଅଷ୍ଟାଦଶ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଏମଆଇଏଫଏଫ୍) ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଖ୍ୟାତ ବନ୍ୟପ୍ରାଣୀ ଚଳଚ୍ଚିତ୍ର ନିର୍ମାତା ଶ୍ରୀ ସୁବିୟା ନାଲ୍ଲାମୁଥୁ ନିଜ ମତ ରଖିବା ସହ ତାଙ୍କର ସଦ୍ୟତମ ପ୍ରକଳ୍ପ ବିଷୟରେ ଘୋଷଣା କରିଛନ୍ତି। ଶ୍ରୀ ସୁବ୍ବିୟା ନଲ୍ଲାମୁଥୁ କହିଛନ୍ତି, "ଫୁଟେଜ୍ ପାଇବା ସହଜ, କିନ୍ତୁ ଏକ ଆକର୍ଷଣୀୟ ଏବଂ ଚମତ୍କାର କାହାଣୀ ଚିହ୍ନଟ କରିବା କଷ୍ଟକର କାରଣ ସମସ୍ତ ଫୁଟେଜ୍ କାହାଣୀ ପ୍ରକାଶ କରନ୍ତି ନାହିଁ।

ଗଣମାଧ୍ୟମକୁ ସମ୍ବୋଧିତ କରି ନାଲ୍ଲାମୁଥୁ ବନ୍ୟପ୍ରାଣୀ ଚଳଚ୍ଚିତ୍ର ନିର୍ମାଣରେ ଆକର୍ଷଣୀୟ କାହାଣୀର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି କହିଥିଲେ, ‘‘କୌଣସି ସଜୀବ ନାୟକ ପରିବର୍ତ୍ତେ ବିଷୟବସ୍ତୁ ମୋ ପାଇଁ ପ୍ରକୃତ ନାୟକ’’

ନିଜ କାମ ପାଇଁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିବା ସୁବିୟା ନାଲ୍ଲାମୁଥୁ ତାଙ୍କର ପ୍ରଥମ ମହତ୍ୱାକାଂକ୍ଷୀ ଫିଚର ଫିଲ୍ମ ପ୍ରକାଶ କରିଛନ୍ତି, ଯାହା ବାଘଙ୍କ ଆଶ୍ଚର୍ଯ୍ୟଜନକ ଯାତ୍ରା ଉପରେ ଆଧାରିତ ଏକ ଇକୋ-ଥ୍ରୀଲର । ଏହି ଅଭିନବ ଚଳଚ୍ଚିତ୍ର ଟି ଏକ ଦଶନ୍ଧିରୁ ଅଧିକ ସମୟ ଧରି ଜଙ୍ଗଲରେ କଏଦ ହୋଇଥିବା ବାଘର ବାସ୍ତବ ଦୃଶ୍ୟକୁ କାହାଣୀରେ ଏକାଠି କରିବ, ଯାହା ହିନ୍ଦୀ ସିନେମାରେ ଏକ ଅଗ୍ରଣୀ ମୁହୂର୍ତ୍ତକୁ ଚିହ୍ନିତ କରିବ । ବନ୍ୟଜନ୍ତୁ ବିଷୟବସ୍ତୁ ପ୍ରତି ଏହାର ଅନନ୍ୟ ଆଭିମୁଖ୍ୟ, ପ୍ରେରଣାଦାୟକ ଗୀତ ଏବଂ ଆକ୍ସନ-ଭରା ଦୃଶ୍ୟକୁ ମିଶ୍ରଣ କରି ଉଭୟ ତୃଣମୂଳ ଏବଂ ବିଶ୍ୱସ୍ତରୀୟ ଦର୍ଶକଙ୍କୁ ଆକୃଷ୍ଟ କରିବା ଏହି ଚଳଚ୍ଚିତ୍ରର ଲକ୍ଷ୍ୟ । ‘‘ଆମେ ପ୍ରକୃତ ଫୁଟେକୁ ଏକ ମନୋରଞ୍ଜନମୂଳକ କାହାଣୀ ଫର୍ମାଟରେ ରଖିଛୁ । ଗୁଲଜାର ସାହେବ, ଶାନ୍ତନୁ ମୋଇତ୍ର ଏବଂ ଦର୍ଶନ କୁମାରଙ୍କ ଭଳି ଉଦ୍ୟୋଗପ୍ରମୁଖ ବ୍ୟକ୍ତିବିଶେଷ ଏହି ଫିଲ୍ମରେ କାମ କରିବାକୁ ରାଜି ହୋଇଥିବାରୁ ମୁଁ ଖୁସି ବୋଲି ନାଲ୍ଲାମୁଥୁ କହିଛନ୍ତି।

ଏମ୍ଆଇଏଫ୍ଏଫ୍ ୨୦୨୪ରେ ଭି ଶାନ୍ତାରାମ ଆଜୀବନ ସାଧନା ପୁରସ୍କାର ବିଜେତା ଚଳଚ୍ଚିତ୍ର ନିର୍ମାତା ବାଘମାନଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବାର ତାଙ୍କର ରୋମାଞ୍ଚକର ଅନୁଭୂତି ପ୍ରଦାନ କରିଥିଲେ ଏବଂ ଏହି ବିଷୟ ସହିତ ତାଙ୍କର ଗଭୀର ଭାବନାତ୍ମକ ସମ୍ପର୍କ ପ୍ରକାଶ କରିଥିଲେ। ‘‘ମୁଁ ବାଘକୁ କେବେ ବି ପଶୁ କିମ୍ବା କେବଳ ବସ୍ତୁ ଭାବରେ ବ୍ୟବହାର କରିନାହିଁ । ମୁଁ ସବୁବେଳେ ବାଘକୁ ମଣିଷ ଭାବରେ ଦେଖିଛି । ମୁଁ ସେମାନଙ୍କର ସମସ୍ତ ଭାବନା ଏବଂ ଗତିବିଧିକୁ ମଣିଷ ସହିତ ଯୋଡିଥାଏ।’’

ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣର ବିକଶିତ ଧାରା ବିଷୟରେ ଆଲୋଚନା କରି ନାଲ୍ଲାମୁଥୁ ଅଣ-କଳ୍ପନା ବିଷୟବସ୍ତୁର ସ୍ୱତନ୍ତ୍ରତା ଏବଂ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହାକୁ ଏକ ଆକର୍ଷଣୀୟ ଏବଂ ମନୋରଂଜନକାରୀ ଫିଚର ଚଳଚ୍ଚିତ୍ର ଫର୍ମାଟରେ ଉପସ୍ଥାପନ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ବନ୍ୟପ୍ରାଣୀ ଚଳଚ୍ଚିତ୍ର ନିର୍ମାତାମାନେ ସମ୍ମୁଖୀନ ହେଉଥିବା ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଯଥା ପାଣ୍ଠି, ବିତରଣ ପ୍ଲାଟଫର୍ମ ଏବଂ ଜଙ୍ଗଲରେ ସୁଟିଂର ଲଜିଷ୍ଟିକ୍ ଅସୁବିଧା ବିଷୟରେ ମଧ୍ୟ ସେ ଆଲୋଚନା କରିଥିଲେ । ୱାଇଲ୍ଡ ଲାଇଫ୍ ଫିଲ୍ମ ନିର୍ମାଣରେ ଆପଣଙ୍କୁ ଭିନ୍ନ ଭିନ୍ନ ସମୟ ଓ ସ୍ଥାନରେ ବାସ୍ତବ ଚରିତ୍ର ଅନୁସରଣ କରିବାକୁ ପଡ଼ିବ, ଯାହା ଏକ ବଡ଼ ଚ୍ୟାଲେଞ୍ଜ। ଏହାବ୍ୟତୀତ ସରକାରୀ ନିୟମ ମାନିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଶେଷରେ ସେ ବନ୍ୟପ୍ରାଣୀ ବିଷୟରେ ଅଧିକ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଯାହା ଦ୍ୱାରା ମିଥ୍ୟା ଏବଂ ଭୁଲ ଧାରଣା ଦୂର ହୋଇପାରିବ ଫଳରେ ଏହି ଶୈଳୀ ପ୍ରତି ଜନସାଧାରଣଙ୍କ ପ୍ରଶଂସା ବୃଦ୍ଧି ପାଇବ। ଏଭଳି ସଚେତନତା ବନ୍ୟପ୍ରାଣୀ ଚଳଚ୍ଚିତ୍ର ପାଇଁ ଉତ୍ତମ ଧାରାକୁ ପ୍ରୋତ୍ସାହିତ କରିବ ଏବଂ ସଂରକ୍ଷଣ ପ୍ରୟାସରେ ସହାୟକ ହେବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।

*******

BS



(Release ID: 2026380) Visitor Counter : 20