ରାଷ୍ଟ୍ରପତିଙ୍କ ସଚିବାଳୟ

ରାଷ୍ଟ୍ରପତି ଭବନରେ ରଜ ପର୍ବ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

Posted On: 14 JUN 2024 8:40PM by PIB Bhubaneshwar

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ଜୁନ୍ ୧୪, ୨୦୨୪) ରାଷ୍ଟ୍ରପତି ଭବନରେ ଆୟୋଜିତ ରଜ ପର୍ବ ଉତ୍ସବରେ ଯୋଗ ଦେଇଛନ୍ତି । ସେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିଥିଲେ । ଏହି ଅବସରରେ ରଜ ଶୁଭେଚ୍ଛା ସହିତ ମୟୂରଭଞ୍ଜ ଛଉ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଓ କର୍ମା ନୃତ୍ୟ ପରିବେଷଣ କରାଯାଇଥିଲା ।

ରଜ ଉତ୍ସବର ଅଂଶବିଶେଷ ଭାବେ ଫୁଲରେ ସଜ୍ଜିତ ଦୋଳି ଲଗାଯାଇଥିଲା। ଫୁଲ ଓ ଆମ୍ବ ପତ୍ରରେ ସଜ୍ଜିତ ଦୋଳି ଏହି ପର୍ବର ମୁଖ୍ୟ ଆକର୍ଷଣ। ମେହେନ୍ଦି କଳାକାରମାନଙ୍କୁ ନିମନ୍ତ୍ରଣ କରାଯିବା ସହ ଅଂଶଗ୍ରହଣକାରୀମାନଙ୍କ ପାଇଁ ସରବତ ଓ ପାନ ବ୍ୟତୀତ ବିଭିନ୍ନ ପ୍ରକାର ପିଠା ଭଳି ଓଡ଼ିଆ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା।

ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନରେ ଓଡ଼ିଶାର କୃଷି ଭିତ୍ତିକ ପର୍ବ ରଜ ପର୍ବ ପାଳିତ ହୋଇଛି। ଏହି ଉତ୍ସବରେ ଅଂଶଗ୍ରହଣକାରୀଙ୍କୁ ଓଡ଼ିଆ ସଂସ୍କୃତି ଓ ଜୀବନଶୈଳୀର ଏକ ନିଆରା ଝଲକ ଦେଖିବାକୁ ମିଳିଥିଲା।

ରଜ ପର୍ବ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ପର୍ବ । ମୌସୁମୀ ଆରମ୍ଭ ସମୟରେ ତିନି ଦିନ ଧରି ଏହି କୃଷିଭିତ୍ତିକ ପର୍ବ ପାଳନ କରାଯାଏ । ମହିଳା ଓ ଶିଶୁମାନେ ଏହି ପର୍ବକୁ ଖୁବ ଧୁମଧାମରେ ପାଳନ କରିଥାନ୍ତି ।

*** *** ***

P.S.

 



(Release ID: 2025434) Visitor Counter : 72