ପ୍ରତିରକ୍ଷା ମନ୍ତ୍ରଣାଳୟ
ଭାରତୀୟ ବାୟୁସେନାର ପ୍ରୟାସ: ସାଧାରଣ ନିର୍ବାଚନ-୨୦୨୪
ପୋଷ୍ଟ କରାଯିବା ଦିନାଙ୍କ:
12 JUN 2024 1:00PM by PIB Bhubaneswar
ଭାରତୀୟ ବାୟୁସେନାର ପରିବହନ ଏବଂ ହେଲିକପ୍ଟର ଫ୍ଲିଟ୍ ବିଭିନ୍ନ ଯୁଦ୍ଧ ଏବଂ ଶାନ୍ତିକାଳୀନ କାର୍ଯ୍ୟ କରିଥାଏ । ବାୟୁ ସୁରକ୍ଷା, ଘରୋଇ ଓ ଅନ୍ତର୍ଜାତୀୟ ଅଭ୍ୟାସ ସମୟରେ ଯୁଦ୍ଧ ସୈନିକଙ୍କୁ ଏୟାରଲିଫ୍ଟ ଇତ୍ୟାଦି ମାଧ୍ୟମରେ ସୈନିକମାନଙ୍କୁ ବଜାୟ ରଖିବାର ଶାନ୍ତିକାଳୀନ ଭୂମିକା ବ୍ୟତୀତ ରାଷ୍ଟ୍ର ନିର୍ମାଣ ଦିଗରେ ଅନେକ କାର୍ଯ୍ୟ ହାତକୁ ନିଆଯାଏ । ବିଶେଷ କରି ବାୟୁସେନା ବେସାମରିକ ଶକ୍ତିକୁ ସହାୟତା କରିବାରେ ଆଗରେ ରହିଛି। ସାଧାରଣ ନିର୍ବାଚନ-୨୦୨୪ ସମୟରେ ମଧ୍ୟମ ଲିଫ୍ଟ ହେଲିକପ୍ଟର (ଏମଆଇ-୧୭ ଭାରିଏଣ୍ଟ), ଲାଇଟ୍ ୟୁଟିଲିଟି ହେଲିକପ୍ଟର (ଚେତକ) ଏବଂ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର (ଏଏଲଏଚ୍) ଧ୍ରୁବ ଦ୍ୱାରା ଗତ କିଛି ମାସ ମଧ୍ୟରେ ଯଥେଷ୍ଟ ଉଡାଣ ପ୍ରୟାସ କରାଯାଇଛି ।

ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ କୁ ଏୟାରଲିଫ୍ଟ କରିବା ଏବଂ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) କର୍ମଚାରୀଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରିବା କାର୍ଯ୍ୟରେ ଏଲ୍ଏଏଫ୍ ସକ୍ରିୟ ଭାବରେ ଜଡ଼ିତ ଅଛି, ଯେପରି କି ପୂର୍ବ ସାଧାରଣ/ବିଧାନସଭା ନିର୍ବାଚନ ସମୟରେ କରାଯାଇଥିଲା। ୨୦୨୪ ସାଧାରଣ ନିର୍ବାଚନ ସମୟରେ ଭାରତୀୟ ବାୟୁସେନା ଇସିଆଇର ସୁଗମତାକୁ ଦେଶର ଦୁର୍ଗମ କୋଣଅନୁକୋଣରେ ଏବଂ ସଡକ ପଥରେ ଯାତାୟାତ ଏକ ନିରାପତ୍ତା ଅପହଞ୍ଚ ସ୍ଥାନଗୁଡିକରେ ବିସ୍ତାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ନିର୍ବାଚନ ତାରିଖର ଦୁଇ ଦିନ ପୂର୍ବରୁ ପ୍ରତ୍ୟେକ ଦୁର୍ଗମ ମତଦାନ କେନ୍ଦ୍ରରେ ପୋଲିଂ ଅଫିସର ଙ୍କୁ ମୁତୟନ କରି ମତଦାନ ଦିନ ନିୟୋଜିତ କରିବାକୁ ପଡୁଥିବାରୁ ଏହି କାର୍ଯ୍ୟ ସମୟବଦ୍ଧ ଥିଲା।
ଭାରତୀୟ ବାୟୁସେନା ସାଧାରଣ ନିର୍ବାଚନ-୨୦୨୪ର ୭ଟି ପର୍ଯ୍ୟାୟ ମଧ୍ୟରୁ ୫ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଏବଂ ୧୭୫୦ରୁ ଅଧିକ ଉଡ଼ାଣରେ ୧୦୦୦ ଘଣ୍ଟାରୁ ଅଧିକ ସମୟ ଉଡ଼ାଣ କରିଥିଲା। ନିରାପତ୍ତା, ପାଣିପାଗ, ସଡ଼କ ଯୋଗାଯୋଗ ଇତ୍ୟାଦି କୁ ଦୃଷ୍ଟିରେ ରଖି ସମ୍ପତ୍ତିର ଉପଯୋଗ କୁ ସୁଦୃଢ଼ କରିବା ପାଇଁ ନୋଡାଲ ଅଫିସରଙ୍କ ଜରିଆରେ ବିଭିନ୍ନ ରାଜ୍ୟର ଇସିଆଇ ଏବଂ ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କ ସହ ଘନିଷ୍ଠ ସମନ୍ୱୟ ରକ୍ଷା କରି ଏହି କଠିନ କାର୍ଯ୍ୟ ସମ୍ପନ୍ନ ହୋଇଛି। ଭାରତୀୟ ସେନା (ଆଇଏ) ଏବଂ ବିଏସଏଫର ହେଲିକପ୍ଟର ସମ୍ପତ୍ତିକୁ ମଧ୍ୟ ସାଧାରଣ ନିର୍ବାଚନ-୨୦୨୪କୁ ସୁରୁଖୁରୁରେ ପରିଚାଳନା କରିବା ଦିଗରେ ସାମଗ୍ରିକ ଯୋଜନାରେ ସାମିଲ କରାଯାଇଥିଲା।
*****
NS/SLP
(ରିଲିଜ ଆଡି: 2025015)
ପରିଦର୍ଶକ କାଉଣ୍ଟର : 113