ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜିତନ ରାମ ମାଁଝୀ ଏବଂ ରାଜ୍ୟ ମନ୍ତ୍ରୀ ସୁଶ୍ରୀ ଶୋଭା କରାଣ୍ଡଲଜେଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ

Posted On: 11 JUN 2024 2:38PM by PIB Bhubaneshwar

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜିତନ ରାମ ମାଁଝୀ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୨୦୧୪ ମସିହା ଏବଂ ୨୦୧୫ ମସିହାରେ ସେ ବିହାରରେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

ସୁଶ୍ରୀ ଶୋଭା କରାଣ୍ଡଲଜେ ମଧ୍ୟ ଆଜି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ଏହି ଅବସରରେ ତାଙ୍କୁ ଏମଏସଏମଇ ମନ୍ତ୍ରଣାଳୟର ସଚିବ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

ଦାୟିତ୍ୱ ଗ୍ରହଣ କରିବା ପରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଶ୍ରୀ ଜିତନ ରାମ ମାଁଝୀ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ଏବଂ ୨୦୪୭ ମସିହା ପରିକଳ୍ପନା ତାଙ୍କୁ ସାମିଲ କରିଥିବାରୁ ଏବଂ ଆତ୍ମନିର୍ଭର ଭାରତ ଯାତ୍ରାରେ ଏମଏସଏମଇକୁ ପ୍ରମୁଖତା ପ୍ରଦାନ କରିଥିବାରୁ ତାଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି ।

ଏମଏସଏମଇ ବିଭାଗର ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ ଏମଏସଏମଇକୁ ଆତ୍ମ-ନିର୍ଭରଶୀଳ କରିବା ଏବଂ ଜିଡ଼ିପିରେ ଏହାର ଯୋଗଦାନ ମାତ୍ରାକୁ ବୃଦ୍ଧି କରିବା ସକାଶେ ତାଙ୍କ ମନ୍ତ୍ରଣାଳୟ ପ୍ରୟାସ ଜାରି ରଖିବ ।

ଏମଏସଏମଇକୁ ସଶକ୍ତି କରିବା ସକାଶେ କୌଣସି ସୁଯୋଗକୁ ହାତଛଡ଼ା ନକରିବା ସକାଶେ ଉଭୟ ମନ୍ତ୍ରୀ ନିଜ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

SS/DD



(Release ID: 2024291) Visitor Counter : 26