ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଲେ ଭୁଟାନ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ଭୁଟାନ ସେରିଙ୍ଗ୍ ତୋବ୍ଗେଙ୍କ ଭୂୟସୀ ପ୍ରଶଂସା
ଭୁଟାନ ସହିତ ଉଦାୟରଣୀୟ ସହଭାଗୀତା ପାଇଁ ଭାରତର ପ୍ରତିବଦ୍ଧତା ପୁନଃ ପ୍ରକଟ କଲେ ପ୍ରଧାନମନ୍ତ୍ରୀ ମୋଦୀ
ପୋଷ୍ଟ କରାଯିବା ଦିନାଙ୍କ:
06 JUN 2024 2:19PM by PIB Bhubaneswar
ଭାରତର ଅଷ୍ଟାଦଶ ସାଧାରଣ ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ବିକୁଳ ବିଜୟରେ ଭୁଟାନ ପ୍ରଧାନମନ୍ତ୍ରୀ ସେରିଙ୍ଗ ତୋବ୍ଗେ ଟେଲିଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଅଭିନନ୍ଦନ ଜଣାଇଛନ୍ତି । ଭୁଟାନ ପ୍ରଧାନମନ୍ତ୍ରୀ ଶ୍ରୀ ତୋବ୍ଗେ ଗତ ଏକ ଦଶନ୍ଧି ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ଭୂୟସୀ ପ୍ରଶଂସା କରିବା ସହିତ ତୃତୀୟ ଥର ପାଇଁ ତାଙ୍କର ଏହି ବିଜୟ ନିମନ୍ତେ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
ଏଭଳି ଭବ୍ୟ ଅଭିନନ୍ଦନ ସକାଶେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭୁଟାନ ପ୍ରଧାନମନ୍ତ୍ରୀ ଶ୍ରୀ ତୋବ୍ଗେଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭୁଟାନ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଭାରତ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରେ ଏବଂ ଏହା ଦ୍ୱିପାକ୍ଷିକ ସହଭାଗୀତାର ଏକ ଅନୁକରଣୀୟ ଉଦାହରଣ । ଭୁଟାନ ଓ ଭାରତ ମଧ୍ୟରେ ରହିଥିବା ଏହି ଅଭିନବ ବନ୍ଧୁତା ଓ ସହଭାଗୀତାକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।
ସକଳ କ୍ଷେତ୍ରରେ ସର୍ବାଧିକ ଆସ୍ଥା, ଶୁଭେଚ୍ଛା ଏବଂ ପାରସ୍ପରିକ ବୁଝାମଣା ଉପରେ ଭାରତ- ଭୁଟାନ ସହଭାଗୀତାର ଭିତ୍ତି ଆଧାରିତ ଏବଂ ଏହାକୁ ଜନ-ଜନ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କ ଆହୁରି ସୁଦୃଢ଼ କରୁଛି ଏବଂ ଏଥି ସହିତ ଦୁଇ ଦେଶ ମଧ୍ୟରେ ନିବିଡ଼ ଆର୍ଥିକ ଓ ବିକାଶ ସହଭାଗିତା ରହିଛି ।
SS
(ରିଲିଜ ଆଡି: 2023190)
ପରିଦର୍ଶକ କାଉଣ୍ଟର : 88
ଏହି ରିଲିଜ ପଢନ୍ତୁ :
Khasi
,
English
,
Urdu
,
हिन्दी
,
Hindi_MP
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam