ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମରିସସ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ପ୍ରତି ଏହା ବିଶ୍ୱାସର ବିଜୟ ବୋଲି କହିଲେ ପ୍ରଧାନମନ୍ତ୍ରୀ ଜଗନାଥ

ଭାରତ-ମରିସସ ସହଯୋଗିତା ପ୍ରତି ପ୍ରତିବଦ୍ଧତାକୁ ଦୋହରାଇଲେ ଉଭୟ ନେତା

Posted On: 05 JUN 2024 10:18PM by PIB Bhubaneshwar

ଆଜି ମରିସସର ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବିନ୍ଦ କେ ଜଗନାଥଙ୍କ ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶୁଭେଚ୍ଛାମୂଳକ ଫୋନ କଲ ପାଇଛନ୍ତି ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥରର ଐତିହାସିକ ବିଜୟ ସକାଶେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଜଗନାଥ ଅଭିନନ୍ଦନ ଜଣାଇଥିଲେ ଏହି ବିଜୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ପ୍ରତି ବିଶ୍ୱର ବୃହତ୍ତମ ଗଣତନ୍ତ୍ରର ବିଶ୍ୱାସର ସାକ୍ଷୀ ବୋଲି ସେ କହିଥିଲେ ବିଶ୍ୱର ସର୍ବବୃହତ୍ତମ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସଫଳତାର ସହ ଏବଂ ଦୃଷ୍ଟାନ୍ତମୂଳକ ଭାବେ ସମ୍ପନ୍ନ କରାଇପାରିଥିବାରୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଜଗନାଥ ଶୁଭେଚ୍ଛା ଜଣାଇଥିଲେ

ପ୍ରଧାନମନ୍ତ୍ରୀ ଜଗନାଥଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ଜଣାଇବା ସହ ଭାରତ ମରିସସ ମଧ୍ୟରେ ଥିବା ସ୍ୱତନ୍ତ୍ର ସମ୍ପର୍କକୁ ଅଧିକ ଦୃଢ଼ କରିବା ଦିଗରେ ପ୍ରତିବଦ୍ଧତାକୁ ଦୋହରାଇଥିଲେ ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ସହିତ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ଦୃଢ଼ କରିବା ଦିଗରେ ମଧ୍ୟ ସେ ଆଶା ପ୍ରକଟ କରିଥିଲେ

 SR



(Release ID: 2023001) Visitor Counter : 20