ଯୋଗାଯୋଗ ମନ୍ତ୍ରଣାଳୟ

ଆଉ ନୁହେଁ ସିମ୍ ପ୍ଲାଇ : ପୁନଃ ଯାଞ୍ଚ ପାଇଁ ୬.୮୦ ଲକ୍ଷ ସନ୍ଦିଗ୍ଧ ସଂଯୋଗକୁ ଲକ୍ଷ୍ୟଭୁକ୍ତ କଲା ଦୂରସଂଚାର ବିଭାଗ


ଠକାମୀ ଉଦ୍ଦେଶ୍ୟ ରଖି ନିଆଯାଇଥିବା ମୋବାଇଲ ସଂଯୋଗକୁ ବିଚ୍ଛିନ୍ନ କରିବା ଦୂରସଂଚାର ବିଭାଗର ଲକ୍ଷ୍ୟ

Posted On: 23 MAY 2024 6:08PM by PIB Bhubaneshwar


 

ଦୂରସଂଚାର ବିଭାଗ (ଡିଓଟି) ଅବୈଧ, ଅନାବଶ୍ୟକ କିମ୍ବା ନକଲି / ଜାଲି ପରିଚୟ ପତ୍ର ପ୍ରମାଣ (ପିଓଆଇ) ଏବଂ ଜାଲି ଠିକଣାର ପ୍ରମାଣ ପତ୍ର (ପିଓଏ) କେୱାଇସି ଦସ୍ତାବିଜ ବ୍ୟବହାର କରି ନିଆଯାଇଥିବା ପ୍ରାୟ ୬.୮୦ ଲକ୍ଷ ସନ୍ଦିଗ୍ଧ ମୋବାଇଲ ସଂଯୋଗକୁ ଚିହ୍ନଟ କରିଛି ।

ମୁଖ୍ୟାଂଶ:

୧. ସନ୍ଦିଗ୍ଧ ଜାଲି ସଂଯୋଗ ଚିହ୍ନଟ - ଉନ୍ନତ ଏଆଇ - ପରିଚାଳିତ ବିଶ୍ଳେଷଣ ମାଧ୍ୟମରେ, ଦୂରସଂଚାର ବିଭାଗ ପ୍ରାୟ ୬.୮୦ ଲକ୍ଷ ମୋବାଇଲ ୍ ସଂଯୋଗକୁ ସମ୍ଭାବ୍ୟ ଜାଲିଆତି ଉଦ୍ଦେଶ୍ୟରେ ନିଆଯାଇଥିବା ସନ୍ଦେହରେ ଚିହ୍ନଟ କରିଛି । ପିଓଆଇ/ ପିଓଏ କେୱାଇସି ଦସ୍ତାବିଜର ସନ୍ଦେହଜନକ ସତ୍ୟତା ଏହିସବୁ ମୋବାଇଲ ସଂଯୋଗ ପାଇବା ପାଇଁ ନକଲି ଦସ୍ତାବିଜ୍ ବ୍ୟବହାର କରା ଯାଇଥିବାକୁ ସୂଚାଇ ଦେଇଥାଏ ।

୨. ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ - ଏହି ଚିହ୍ନଟ ହୋଇଥିବା ମୋବାଇଲ ୍ ନମ୍ବର ଗୁଡ଼ିକର ତୁରନ୍ତ ପୁନଃ ଯାଞ୍ଚ କରିବାକୁ ଟିଏସ୍‌ପିଙ୍କୁ ଦୂରସଂଚାର ବିଭାଗ ନିର୍ଦ୍ଦେଶ ଦେଇଛି । ସମସ୍ତ ଟିଏସପିଙ୍କୁ ୬୦ ଦିନ ମଧ୍ୟରେ ଚିହ୍ନଟ କରାଯାଇଥିବା ସଂଯୋଗ ପୁନଃ ଯାଞ୍ଚ କରିବାକୁ ବାଧ୍ୟତାମୂଳକ କରାଯାଇଛି । ପୁନଃ ଯାଞ୍ଚ ସମ୍ପୂର୍ଣ୍ଣ ନ ହେଲେ ସମ୍ପୃକ୍ତ ମୋବାଇଲ ନମ୍ବର ବିଚ୍ଛିନ୍ନ ହୋଇଯିବ ।

୩. ମିଳିତ ପ୍ରୟାସ ଫଳାଫଳ ଦେଇଥାଏ: ପରିଚୟ ଜାଲିଆତିର ମୁକାବିଲା କ୍ଷେତ୍ରରେ ସମନ୍ୱିତ ଡିଜିଟାଲ ପ୍ଲାଟଫର୍ମର ଫଳପ୍ରଦତା ପ୍ରଦର୍ଶନ କରି ଏହି ଜାଲିଆତି ସଂଯୋଗକୁ ଚିହ୍ନଟ କରିବାରେ ବିଭିନ୍ନ କ୍ଷେତ୍ର ଏବଂ ଏଆଇ ଟେକ୍ନୋଲୋଜିର ଉପଯୋଗ ମଧ୍ୟରେ ସହଯୋଗ ଗୁରୁତ୍ୱପୂର୍ଣ୍ଣ ହୋଇଛି ।

ମୋବାଇଲ ସଂଯୋଗର ଅଖଣ୍ଡତା ଏବଂ ଡିଜିଟାଲ୍ କାରବାରର ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ପୁନଃ ଯାଞ୍ଚ କରିବାକୁ ଦୂରସଂଚାର ବିଭାଗ କହିଛି । ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ଡିଜିଟାଲ ପରିବେଶ ସୃଷ୍ଟି କରିବାକୁ ଦୂରସଂଚାର ବିଭାଗ ପ୍ରତିଶ୍ରୁତିବଦ୍ଧ ।

 

****

SSP



(Release ID: 2021422) Visitor Counter : 36