ଯୋଗାଯୋଗ ମନ୍ତ୍ରଣାଳୟ

ନକଲି କଲ୍ - ଦୂରସଂଚାର ବିଭାଗ / ଟ୍ରାଇ ତରଫରୁ ଆପଣଙ୍କ ମୋବାଇଲ୍ ବିଚ୍ଛିନ୍ନ କରିବାକୁ ଧମକ ଦିଆଯାଉଥିବା କୌଣସି କଲ୍ ଗ୍ରହଣ କରନ୍ତୁ ନାହିଁ ଏବଂ www.sancharsaathi.gov.in ରେ ରିପୋର୍ଟ କରନ୍ତୁ


ଦୂରସଞ୍ଚାର ବିଭାଗ ନାଗରିକମାନଙ୍କୁ ସଂଯୋଗ କାଟିଦେବାକୁ ଧମକପୂର୍ଣ୍ଣ କଲ୍ କରେ ନାହିଁ

Posted On: 14 MAY 2024 3:16PM by PIB Bhubaneshwar

ଦୂରସଞ୍ଚାର ବିଭାଗ (ଡିଓଟି), ଯୋଗାଯୋଗ ମନ୍ତ୍ରଣାଳୟ ନାଗରିକମାନଙ୍କୁ , ଯେଉଁଥିରେ ସେମାନଙ୍କୁ କଲ୍ କରୁଥିବା ବ୍ୟକ୍ତିମାନେ ମୋବାଇଲ୍ ନମ୍ବର ସଂଯୋଗ ବିଚ୍ଛିନ୍ନ କରିବାକୁ ଧମକ ଦେଉଛନ୍ତି କିମ୍ବା କିଛି ବେଆଇନ କାର୍ଯ୍ୟକଳାପରେ ମୋବାଇଲ୍ ନମ୍ବର ଅପବ୍ୟବହାର କରାଯାଉଛି ବୋଲି କହୁଛନ୍ତି ସେଭଳି ନକଲି କଲ୍ ଗ୍ରହଣ ନକରିବାକୁ ଏକ ପରାମର୍ଶବଳୀ ଜାରି କରିଛି , ।

ସରକାରୀ କର୍ମଚାରୀଙ୍କ ଛଦ୍ମରୂପ ବ୍ୟବହାର କରି ଏବଂ ଲୋକମାନଙ୍କୁ ଧୋକା ଦେବା ପାଇଁ ବିଦେଶୀ ମୂଳ ମୋବାଇଲ୍ ନମ୍ବରରୁ (ଯେପରିକି +92-xxxxxxxxxx) ଆସୁଥିବା ହ୍ୱାଟସ୍‌ଆପ୍ କଲ୍ ବିଷୟରେ ମଧ୍ୟ ଦୂରସଞ୍ଚାର ବିଭାଗ ପରାମର୍ଶ ଜାରି କରିଛି ।

ଏପରି କଲ୍ ମାଧ୍ୟମରେ ସାଇବର ଅପରାଧୀମାନେ ସାଇବର ଅପରାଧ / ଆର୍ଥିକ ଠକେଇ କରିବା ପାଇଁ ଧମକ ଦେଇଥାନ୍ତି କିମ୍ବା ବ୍ୟକ୍ତିଗତ ତଥ୍ୟକୁ ଚୋରି କରିବାକୁ ଚେଷ୍ଟା କରନ୍ତି । ଦୂରସଂଚାର ବିଭାଗ / ଟ୍ରାଇ ନିଜ ତରଫରୁ ଏପରି କଲ୍ କରିବାକୁ କାହାକୁ ଅନୁମତି ଦିଏ ନାହିଁ ଏବଂ ସଂଚାର ସାଥି ପୋର୍ଟାଲ (www.sancharsaathi.gov.in/sfc) ର 'ଚକ୍ଷୁ - ରିପୋର୍ଟ ସନ୍ଦିଗ୍ଧ ଜାଲିଆତି ଯୋଗାଯୋଗ' ସୁବିଧାରେ ଲୋକଙ୍କୁ ସଚେତନ ରହିବାକୁ ଏବଂ ଏପରି ଜାଲିଆତି ଯୋଗାଯୋଗ ରିପୋର୍ଟ କରିବାକୁ ପରାମର୍ଶ ଦେଇଛି । ଏହିପରି ସକ୍ରିୟ ରିପୋର୍ଟ ସାଇବର ଅପରାଧ, ଆର୍ଥିକ ଠକେଇ ଇତ୍ୟାଦି ପାଇଁ ଟେଲିକମ୍ ଉତ୍ସଗୁଡିକର ଅପବ୍ୟବହାର ରୋକିବାରେ ଦୂରସଂଚାର ବିଭାଗକୁ ସାହାଯ୍ୟ କରେ ।

ସାଇବର ଅପରାଧ କିମ୍ବା ଆର୍ଥିକ ଠକେଇର ଶିକାର ହୋଇଥିଲେ ସାଇବର ଅପରାଧ ହେଲପଲାଇନ ନମ୍ବର ୧୯୩୦ କିମ୍ବା www.cybercrime.gov.in ରେ ରିପୋର୍ଟ କରିବାକୁ ଦୂରସଂଚାର ବିଭାଗ ମଧ୍ୟ ନାଗରିକମାନଙ୍କୁ ପରାମର୍ଶ ଦେଇଥାଏ ।

ସନ୍ଦେହଜନକ ଠକେଇ ଯୋଗାଯୋଗର ମୁକାବିଲା କରିବା ପାଇଁ ଏବଂ ସାଇବର ଅପରାଧ କାର୍ଯ୍ୟକଳାପକୁ ରୋକିବା ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଇଛି:

ଚକ୍ଷୁ ସୁବିଧା ଅଧୀନରେ, ନାଗରିକମାନଙ୍କୁ ଦୁର୍ଭାବନାପୂର୍ଣ୍ଣ ଏବଂ ଫିସିଙ୍ଗ୍ ଏସ୍‌ଏମ୍‌ଏସ୍ ପଠାଇବାରେ ସମ୍ପୃକ୍ତ ଥିବା ୫୨ ପ୍ରମୁଖ ସଂସ୍ଥା ମାନଙ୍କୁ କଳା ତାଲିକାଭୁକ୍ତ କରାଯାଇଛି ।

୭୦୦ ଏସ୍‌ଏମ୍‌ଏସ୍ ବିଷୟବସ୍ତୁ ଟେମ୍ପଲେଟଗୁଡିକ ନିଷ୍କ୍ରିୟ କରାଯାଇଛି । ସମସ୍ତ ଟେଲିକମ୍ ଅପରେଟରମାନଙ୍କ ମଧ୍ୟରେ ଅଖିଳ ଭାରତୀୟ ଆଧାରରେ ୩୪୮ ମୋବାଇଲ୍ ହ୍ୟାଣ୍ଡସେଟ୍ କଳା ତାଲିକାଭୁକ୍ତ କରାଯାଇଛି ।

୧୦,୮୩୪ ସନ୍ଦିଗ୍ଧ ମୋବାଇଲ୍ ନମ୍ବରକୁ ଟେଲିକମ୍ ଅପରେଟରମାନଙ୍କୁ ପୁନଃ ଯାଞ୍ଚ ପାଇଁ ଚିହ୍ନିତ କରାଯାଇଛି, ଯେଉଁଥିରୁ ୩୦ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ପୁନଃ - ଯାଞ୍ଚରେ ବିଫଳ ହୋଇଥିବା ୮୨୭୨ ମୋବାଇଲ୍ ସଂଯୋଗ କାଟି ଦିଆଯାଇଛି ।

ସାଇବର ଅପରାଧ / ଆର୍ଥିକ ଠକେଇରେ ଜଡିତ ହେବା କାରଣରୁ ଅଖିଳ ଭାରତୀୟ ଆଧାରରେ ୧.୮୬ ଲକ୍ଷ ମୋବାଇଲ୍ ହ୍ୟାଣ୍ଡସେଟ୍‌କୁ ଅବରୋଧ କରାଯାଇଛି ।

ଦୂରସଂଚାର ବିଭାଗ / ଟ୍ରାଇ ପକ୍ଷରୁ ଛଦ୍ମନାମ ବ୍ୟବହାର କରୁଥିବା ନକଲି ବିଜ୍ଞପ୍ତି, ସନ୍ଦେହଜନକ ଜାଲିଆତି ଯୋଗାଯୋଗ ଏବଂ ପ୍ରେସ, ଏସଏମଏସ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଦୁର୍ଭାବନାପୂର୍ଣ୍ଣ କଲ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଜନସାଧାରଣଙ୍କ ନିମନ୍ତେ ନିୟମିତ ଭାବରେ ପରାମର୍ଶ ଦିଆଯାଇଛି ।

***

SSP



(Release ID: 2020624) Visitor Counter : 55