ପ୍ରତିରକ୍ଷା ମନ୍ତ୍ରଣାଳୟ
azadi ka amrit mahotsav

ମେଘାଳୟରେ ଭାରତ-ଫ୍ରାନ୍ସ ମିଳିତ ସାମରିକ ଅଭ୍ୟାସ ‘ଶକ୍ତି’ ଆରମ୍ଭ

प्रविष्टि तिथि: 13 MAY 2024 1:48PM by PIB Bhubaneswar

ଭାରତ - ଫ୍ରାନ୍ସର ମିଳିତ ସାମରିକ ଅଭ୍ୟାସର ୭ମ ସଂସ୍କରଣ ‘ଶକ୍ତି’ ଆଜି ମେଘାଳୟର ଉମରୋଇଠାରେ ଏକ ସମ୍ପୂର୍ଣ୍ଣ ବିକଶିତ ତଥା ଆଧୁନିକ ବିଦେଶୀ ତାଲିମ ନୋଡ୍୍ରେ ଆରମ୍ଭ ହୋଇଛି। ଏହି ସାମରିକ ଅଭ୍ୟାସ ୨୦୨୪ ମେ ୧୩ରୁ ୨୬ ତାରିଖ ପର୍ଯ୍ୟନ୍ତ କରାଯିବାକୁ ଧାର୍ଯ୍ୟ କରାଯାଇଛି। ଏହି ମିଳିତ ଅଭ୍ୟାସର ଉଦ୍ଘାଟନୀ ସମାରୋହରେ ଭାରତରେ ଫ୍ରାନ୍ସର ରାଷ୍ଟ୍ରଦୂତ ଏଚ୍. ଇ. ଥେରୀ ମାଥୁ୍ୟ ଏବଂ ଜେନେରାଲ୍ ଅଫିସର୍ କମାଣ୍ଡିଂ ୫୧ ସବ୍ ଏରିଆର ମେଜର୍ ଜେନେରାଲ୍ ପ୍ରସନ୍ନ ସୁଧାକର ଜୋଶୀ ଉପସ୍ଥିତ ଥିଲେ। ସାମରିକ ଅଭ୍ୟାସ ‘ଶକ୍ତି’ ହେଉଛି ଭାରତ ଏବଂ ଫ୍ରାନ୍ସରେ ବିକଳ୍ପଭାବେ କରାଯାଉଥିବା ଏକ ଦ୍ବିବାର୍ଷିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଏହାର ଶେଷ ସଂସ୍କରଣ ୨୦୨୧ ନଭେମ୍ବର ମାସରେ ଫ୍ରାନ୍ସରେ ହୋଇଥିଲା।

୯୦ ଜଣ ଅଧିକାରୀଙ୍କୁ ନେଇ ଗଠିତ ଭାରତୀୟ କଣ୍ଟିଜେଣ୍ଟ୍ ମୁଖ୍ୟତଃ ରାଜପୁତ୍ ରେଜିମେଣ୍ଟ୍୍ର ଏକ ବାଟାଲିଅନ୍ ସମେତ ଅନ୍ୟ କେତେକ ଅସ୍ତ୍ରଶସ୍ତ୍ର ଓ ସେବା ଅଧିକାରୀ ଭାରତର ପ୍ରତିନିଧିତ୍ବ କରୁଛନ୍ତି। ଭାରତୀୟ ନୌସେନା ଏବଂ ଭାରତୀୟ ବାୟୁସେନାର ପର୍ଯ୍ୟବେକ୍ଷକମାନେ ମଧ୍ଯ ଏହି ଅଭ୍ୟାସରେ ଭାଗ ନେବେ। ସେହିପରି ୯୦ ଜଣ ଅଧିକାରୀଙ୍କୁ ନେଇ ଗଠିତ ଫ୍ରାନ୍ସ କଣ୍ଟିଜେଣ୍ଟ୍ର ପ୍ରତିନିଧିତ୍ବ ୧୩ତମ ଫରେନ୍ ଲିଜିଅନ୍ ହାଫ୍-ବ୍ରିଜ୍ (୧୩ତମ ଡିବିଏଲ୍ଇ)ର ଅଧିକାରୀମାନେ କରିବେ।

ମିଳିତ ଜାତିସଂଘ ଜନାଦେଶର ଷଷ୍ଠ ସଂସ୍କରଣ ଅଧିନରେ ଉପ ପାରµରିକ ଆଧାରରେ ମଲ୍ଟି-ଡୋମେନ୍ ଅପରେସନ୍ ପାଇଁ ଉଭୟ ପକ୍ଷର ମିଳିତ ସାମରିକ କ୍ଷମତା ବୃଦ୍ଧି କରିବା ହେଉଛି ଏହି ସାମରିକ ଅଭ୍ୟାସ ‘ଶକ୍ତି’ର ଉଦ୍ଧେଶ୍ୟ। ଏହି ମିଳିତ ଅଭ୍ୟାସରେ ଅଦ୍ର୍ଧ-ସହରାଞ୍ଚଳ ଏବଂ ପାହାଡିଆ ଅଞ୍ଚଳରେ ଅପରେସନ୍କୁ ଗୁରୁତ୍ବ ଦିଆଯିବ। ମିଳିତ ତାଲିମରୁ ହାସଲ ହେବାକୁ ଥିବା ଲକ୍ଷ୍ୟଗୁଡିକ ମଧ୍ଯରେ ଉଚ୍ଚ ଶାରିରୀକ ସୁସ୍ଥତା, ଉଚ୍ଚ କୌଶଳ ସ୍ତରରେ କାର୍ଯ୍ୟ କରିବା ପାଇଁ ଅଭ୍ୟାସ ଓ ରିଫାଇନିଂ ଡ୍ରିଲ ଏବଂ ଉଚ୍ଚ ମାନର ଅଭ୍ୟାସ ଇତ୍ୟାଦି ରହିଛି। 

ଅଭ୍ୟାସ ସମୟରେ କରାଯିବାକୁ ଥିବା କୌଶଳିକ ଡ୍ରିଲ୍୍ରେ ଏକ ନିଦ୍ର୍ଧିଷ୍ଟ ଅଞ୍ଚଳ ଦଖଲ କରିଥିବା ଆତଙ୍କବାଦୀ କାର୍ଯ୍ୟକଳାପ, ମିଳିତ କମାଣ୍ଡ ପୋଷ୍ଟ୍ ପ୍ରତିଷ୍ଠା, ଏକ ଗୁଇନ୍ଦା ଓ ତଦାରଖ କେନ୍ଦ୍ର, ଏକ ହେଲିପ୍ୟାଡ୍/ଲ୍ୟାଣ୍ଡିଂ ଅଞ୍ଚଳର ସୁରକ୍ଷା କରିବା, ଛୋଟ ଛୋଟ ଦଳ ପରିଚାଳନା, ସ୍ବତନ୍ତ୍ର ହେଲିବର୍ଣ୍ଣ ଅପରେସନ୍, ଘେରାଉ ଓ ତଲାସି ଅପରେସନ୍ ସମେତ ଡ୍ରୋନ୍ ତଥା କାଉଣ୍ଟର ଡ୍ରୋନ୍ ବ୍ୟବସ୍ଥା ସାମିଲ୍ ଅଛି। 

ଏହି ଅଭ୍ୟାସ ‘ଶକ୍ତି’ ଉଭୟ ପକ୍ଷକୁ ଉଚ୍ଚ ମାନର ରଣନୀତି, କୌଶଳ ଏବଂ ମିଳିତ ଅପରେସନ୍ କରିବା ପାଇଁ ସର୍ବୋତ୍ତମ ପ୍ରଣାଳୀ ଆଦାନପ୍ରଦାନ କରିବାରେ ସକ୍ଷମ କରିବ। ମିଳିତ ଅଭ୍ୟାସ ଦୁଇ ଦେଶର ସଶସ୍ତ୍ର ବାହିନୀର ଅଧିକାରୀଙ୍କ ମଧ୍ଯରେ ଆନ୍ତଃ-କାର୍ଯ୍ୟ କ୍ଷମତା, ସୌହାଦ୍ର୍ଧ୍ୟ ଏବଂ ସୌଜନ୍ୟତା ବିକାଶକୁ ତ୍ବରାନ୍ବିତ କରିବ। ଏହା ମଧ୍ଯ ପ୍ରତିରକ୍ଷା ସହେଯାଗର ସ୍ତର ବଢ଼ାଇବା ସହ ଦୁଇ ବନ୍ଧୁ ରାଷ୍ଟ୍ର ମଧ୍ଯରେ ଦ୍ବିପାକ୍ଷିକ ସମ୍ପର୍କକୁ ଅଧିକ ବୃଦ୍ଧି କରିବ।

 

 SR


(रिलीज़ आईडी: 2020495) आगंतुक पटल : 162
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Gujarati , Tamil