ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ
ଆବୁଜାରେ ଭାରତ-ନାଇଜେରିଆ ମିଳିତ ବାଣିଜ୍ୟ କମିଟିର ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ
ଖୁବଶୀଘ୍ର ସ୍ଥାନୀୟ ମୁଦ୍ରା ସମାଧାନ ବ୍ୟବସ୍ଥା ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବେ ଉଭୟ ପକ୍ଷ ଡିଜିଟାଲ ଅର୍ଥନୀତି ଏବଂ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସ, ଔଷଧ ଆଦି ଅନେକ କ୍ଷେତ୍ର ଚିହ୍ନଟ କରାଯାଇଛି
प्रविष्टि तिथि:
03 MAY 2024 12:31PM by PIB Bhubaneshwar
ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ଶ୍ରୀ ଅମରଦୀପ ସିଂ ଭାଟିଆଙ୍କ ନେତୃତ୍ୱରେ ଭାରତର ଏକ ୭ ଜଣିଆ ପ୍ରତିନିଧି ଦଳ ନାଇଜେରିଆରେ ଅବସ୍ଥାପିତ ଭାରତୀୟ ହାଇକମିଶନର ଶ୍ରୀ ଜି ବାଲାସୁବ୍ରମଣ୍ୟନ ଏବଂ ବାଣିଜ୍ୟ ବିଭାଗର ଅର୍ଥନୈତିକ ପରାମର୍ଶଦାତା ପ୍ରିୟା ପି ନାୟାରଙ୍କ ସହ ୨୯.୦୪.୨୦୨୪ରୁ ୩୦.୦୪.୨୦୨୪ ପର୍ଯ୍ୟନ୍ତ ଅବୁଜାରେ ନିଜସ୍ୱ ନାଇଜେରିଅ।। ସମକକ୍ଷ ମାନଙ୍କ ଏକ ସଂଯୁକ୍ତ ବ୍ୟାପାର ସମିତି (ଜଏଣ୍ଟ ଟ୍ରେଡ୍ କମିଟି-ଜେଟିସି) ର ବୈଠକ ଅନୁଷ୍ଠିତ ହୋଇଥିଲା । ଜେଟିସିର ସହ-ଅଧକ୍ଷତା ନାଇଜେରିଆର ସଂଘୀୟ ଉଦ୍ୟୋଗ ବ୍ୟାପାର ଏବଂ ନିବେଶ ମନ୍ତ୍ରଣାଳୟାର ସ୍ଥାୟୀ ସଚିବ ରାଷ୍ଟ୍ରଦୂତ ନୁରା ଅବ୍ୱା ରିମି ଏବଂ ଅତିରିକ୍ତ ସଚିବ, ବାଣିଜ୍ୟ ବିଭାଗ ଅଧ୍ୟକ୍ଷତା କରିଥିଲେ ।
ଏକ ବିସ୍ତୃତ ଆଲୋଚନାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶ ସମ୍ବନ୍ଧରେ ନିକଟରେ ହୋଇଥିବା ପ୍ରଗତିର ବିସ୍ତୃତ ସମୀକ୍ଷା କରିଥିଲେ ଏବଂ ଆଗକୁ ସମ୍ପ୍ରସାରଣ ପାଇଁ ବିପୁଳ ସମ୍ବାବନାକୁ ସ୍ୱୀକାର କରିଥିଲେ । ଏହି ପରିପ୍ରେକ୍ଷୀରେ ଦ୍ୱିପାକ୍ଷିକ ବାଣିଜ୍ୟ ସହିତ ପାରସ୍ପରିକ ଭାବରେ ଲାଭଯୁକ୍ତ ନିବେଶକୁ ବୃଦ୍ଧି କରିବା ପାଇଁ ମହତ୍ୱ ଅନେକ କ୍ଷେତ୍ର ଚିହ୍ନଟ କରିଛନ୍ତି । ଏଥିରେ ଉଭୟ ପକ୍ଷ ବଜାରରେୂ ପ୍ରବେଶଣ କରିବା ସମସ୍ୟା ସମ୍ପର୍କରେ ପ୍ରାକୃତିକ ତୈଳ ଏବଂ ପ୍ରାକୃତିକ ଗ୍ୟାସ, ଔଷଧ,(ଫାର୍ମାସ୍ୟୁଟିକଲ), ଏକୀକୃତ ପରିଶୋଧନ ଇଣ୍ଟରଫ୍ରେସ( ୟୁନିଫାଇଡ୍ ପେମେଣ୍ଟ୍ ଇଣ୍ଟରଫେସ୍-ୟୁପିଆଇ), ସ୍ଥାନୀୟ ସମସ୍ୟାଗୁଡିକର ସମାଧାନ ପ୍ରଣାଳୀ, ଶକ୍ତି କ୍ଷେତ୍ର ଏବଂ ନବୀକରଣୀୟ ଶକ୍ତି ଓ କୃଷି ତଥା ଖାଦ୍ୟ ପ୍ରକ୍ରିୟାକରଣ, ପରିବହନ, ରେଳବାଇ, ବିମାନ, କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ଚଳାଚଳ (ଏମ୍ଏସ୍ଏମ୍ଇ), ବିକାଶ ତଥା ଶିକ୍ଷା ଆଦି ପ୍ରମୁଖ କ୍ଷେତ୍ର ଭଳି ସହଯୋଗ ସାମିଲ ରହିଛି । ଦ୍ୱିପାକ୍ଷିକ ଅର୍ଥନୈତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଉଭୟ ପକ୍ଷ ସ୍ଥାନୀୟ ମୁଦ୍ରା ସମାଧାନ ବ୍ୟବସ୍ଥା ଚୁକ୍ତିକୁ ଶୀଘ୍ର ଶେଷ କରିବାକୁ ରାଜି ହୋଇଥିଲେ ।
ଭାରତର ସରକାରୀ ପ୍ରତିନିଧି ଦଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ), ଆୟତ୍ତ ନିର୍ଯାତ(ଏକ୍ସପୋର୍ଟ-ଇମପୋର୍ଟ ଇଏକ୍ସ ଆଇଏମ୍) ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ନ୍ୟାସନାଲ ପେମେଣ୍ଟକର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ)ର ଅଧିକାରୀମାନେ ସାମିଲ ଥିଲେ । ଉଭୟ ପକ୍ଷର ଅଧିକାରୀମାନେ ସକ୍ରିୟ ଭାବରେ ଜେଟିସିର କାର୍ଯ୍ୟକ୍ରମରେ ନିୟୋଜିତ ଥିଲେ । ଆଲୋଚନାର ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ଶାନ୍ତିପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ହୋଇଥିଲା । ଅଧିକ ସହଯୋଗ ଏବଂ ଦୀର୍ଘକାଳୀନ ସମସ୍ୟାର ସମାଧାନ, ବ୍ୟାପାର ଏବଂ ପୁଞ୍ଜିନିବେଶକୁ ଅଗ୍ରାଧିକାର ଦେବା, ଲୋକମାନଙ୍କ ମଧ୍ୟରେ ପରସ୍ପରର ସମ୍ପର୍କକୁ ବୃଦ୍ଧି କରିବା ପାଇଁ ଉତ୍ସାହପୂର୍ଣ୍ଣ ପ୍ରତିକ୍ରିୟା ମଧ୍ୟ ମିଳିଥିଲା ।
ଦ୍ୱିପାକ୍ଷିକ ବାଣିଜ୍ୟରେ ବାଧା ସୃଷ୍ଟି କରୁଥିବା ସମସ୍ତ ସମସ୍ୟାର ଶୀଘ୍ର ସମାଧାନ କରିବା ଏବଂ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପ୍ରୋତ୍ସାହନକୁ ସୁଗମ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଭାରତୀୟ ଉଦ୍ୟୋଗ ପରିସଂଘ (ଚାମ୍ବର ଅଫ ଇଣ୍ଡିଆନ୍ ଇଣ୍ଡିଷ୍ଟ୍ରିଜ୍-ସିଆଇଆଇ)ର ନେତୃତ୍ୱରେ ଏକ ବ୍ୟଣିଜ୍ୟ ପ୍ରତିନିଧି ମଣ୍ଡଳ ସହିତ ଆସିଥିବା ବିଦ୍ୟୁତ, ଆର୍ଥିକ ପ୍ରଯୁକ୍ତି ବିଦ୍ୟା (ଫିନଟେକ୍), ଦୂରସଞ୍ଚାର, ବିଦ୍ୟୁତ, ଯନ୍ତ୍ରପାତି, ଔଷଧ ଆଦି ବିଭିନ୍ନ କ୍ଷେତ୍ରର ପ୍ରତିନିଧିମାନେ ସାମିଲ ହୋଇଥିଲେ । ଭାରତ-ନାଇଜେରିଆ ସଂଯୁକ୍ତ ବ୍ୟାପାର ସମିତି (ଜେଟିସି)ର ଦ୍ୱିତୀୟ ଅଧିବେଶନର ବିଚାର-ବିମର୍ଶ ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ଅଗ୍ରଗତିଶୀଳ ହୋଇଥିଲା, ଉଭୟ ଦେଶମାନଙ୍କ ମଧ୍ୟରେ ହୋଇଥିବା ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ସ୍ୱତନ୍ତ୍ର ସମ୍ପର୍କର ସଙ୍କେତ ଦେଇଥିଲା ।
ଆଫ୍ରିକା ଅଞ୍ଚଳରେ ନାଇଜେରିଆ ହେଉଛି ଭାରତର ଦ୍ୱିତୀୟ ବୃହତ୍ତମ ବାଣିଜ୍ୟ ସହଯୋଗୀ ଅଟେ । ଭାରତ୨୦୨୨-୨୩ରେ ଭାରତ ଓ ନାଇଜେରିଆ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୧୧.୮ ବିଲିୟନ ଡଲାର ଥିଲା। ୨୦୨୩-୨୪ରେ ଦ୍ୱିପାକ୍ଷିକ ବାଣିଜ୍ୟ ୭.୮୯ ବିଲିୟନ ରହିଛି । ସମୁଦାୟ ୨୭ ବିଲିୟନ ଡଲାର ନିବେଶ ସହିତ ପ୍ରାୟ ୧୩୫ ଟି ଭାରତୀୟ କମ୍ପାନୀ ନାଇଜେରିଆର ଜୀବନ୍ତ ବଜାରରେ ସକ୍ରିୟ ଭାବରେ ନିୟୋଜିତ ଅଛନ୍ତି । ଭିତ୍ତିଭୂମି, ଉତ୍ପାଦନ, ଉପଭୋକ୍ତା ସାମଗ୍ରୀ ଏବଂ ସେବା କୁ ଅନ୍ତର୍ଭୁକ୍ତ କରି ଏହି ପୁଞ୍ଜିନିବେଶ ବିଭିନ୍ନ କ୍ଷେତ୍ରରେ କରାଯାଇଛି ।
*****
NS/SLP
(रिलीज़ आईडी: 2019714)
आगंतुक पटल : 87