ପ୍ରତିରକ୍ଷା ମନ୍ତ୍ରଣାଳୟ
ଏଲସିଏ ତେଜସ୍ ଏମକେ1ଏ ପାଇଁ ସ୍ୱଦେଶୀ ଲିଡିଂ ଏଜ୍ ଆକ୍ଚୁଏଟର୍ସ ଏବଂ ଏୟାରବ୍ରେକ୍ କଣ୍ଟ୍ରୋଲ ମଡ୍ୟୁଲର ପ୍ରଥମ ବ୍ୟାଚ୍ ହାଲ୍କୁ ହସ୍ତାନ୍ତର କଲା ଡିଆରଡିଓ
ପୋଷ୍ଟ କରାଯିବା ଦିନାଙ୍କ:
19 APR 2024 5:42PM by PIB Bhubaneswar
ଡିଆରଡିଓର ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସି (ଏଡିଏ) ସ୍ୱଦେଶୀ ଲିଡିଂ ଏଜ୍ ଆକ୍ଚୁଏଟର୍ସ ଏବଂ ଏୟାରବ୍ରେକ୍ କଣ୍ଟ୍ରୋଲ ମଡ୍ୟୁଲର ପ୍ରଥମ ବ୍ୟାଚ୍ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍)କୁ ହସ୍ତାନ୍ତର କରିଛି। ବର୍ତ୍ତମାନର ୮୩ ଏଲସିଏ ତେଜସ ଏମକେ1ଏ ଅର୍ଡର ପାଇଁ ଲକ୍ଷ୍ନୌସ୍ଥିତ ହାଲ୍ ଏହି ୟୁନିଟ୍ ଗୁଡ଼ିକର ଉତ୍ପାଦନ ପାଇଁ ପ୍ରସ୍ତୁତି କରିସାରିଛି।
ଲିଡିଂ ଏଜ୍ ସ୍ଲାଟ୍ସ ଏବଂ ଏୟାରବ୍ରେକ୍ସ ଥିବା ଏଲସିଏ-ତେଜସ୍ ରସେକେଣ୍ଡାରୀ ଫ୍ଲାଇଟ୍ କଣ୍ଟ୍ରୋଲରେ ବର୍ତ୍ତମାନ ଅତ୍ୟାଧୁନିକ ସର୍ଭୋ-ଭାଲ୍ଭ ଆଧାରିତ ଇଲେକ୍ଟ୍ରୋ-ହାଇଡ୍ରୋଲିକ୍ ସର୍ଭୋ ଆକ୍ଚୁଏଟର୍ସ ଏବଂ ନିୟନ୍ତ୍ରଣ ମଡ୍ୟୁଲ୍ ରହିଛି । ଏହିସବୁ ଉଚ୍ଚ ଚାପଯୁକ୍ତ, ଅତିରିକ୍ତ ସର୍ଭୋ ଆକ୍ଚୁଏଟର ଏବଂ ନିୟନ୍ତ୍ରଣ ମଡ୍ୟୁଲରେ କୁଶଳୀ ଡିଜାଇନ, ସଠିକ ଉତ୍ପାଦନ, ଆସେମ୍ବଲି ଏବଂ ପରୀକ୍ଷଣ, ସ୍ୱଦେଶୀ ବୈଷୟିକ ଦକ୍ଷତାର ସମାହାର ରହିଛି ଯାହାକି ଏଡିଏର ନିରନ୍ତର ଅନୁସନ୍ଧାନର ପରିଣାମକୁପ୍ରତିନିଧିତ୍ୱ କରେ ।
ହାଇଦ୍ରାବାଦର ରିସର୍ଚ୍ଚ ସେଣ୍ଟର ଇମାରତ (ଆରସିଆଇ) ଏବଂ ବେଙ୍ଗାଲୁରୁର ସେଣ୍ଟ୍ରାଲ ମ୍ୟାନୁଫାକ୍ଚରିଂ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟ୍ (ସିଏମଟିଆଇ) ସହ ମିଳିତ ଭାବେ ଏଡିଏ ଏହି ଜ୍ଞାନକୌଶଳରେ ଆତ୍ମନିର୍ଭରଶୀଳତା ହାସଲ କରିବାକୁ ଯୋଜନା କରିଛି। ଲିଡିଂ ଏଜ୍ ଆକ୍ଚୁଏଟର୍ସ ଏବଂ ଏୟାରବ୍ରେକ୍ କଣ୍ଟ୍ରୋଲ ମଡ୍ୟୁଲ୍ ପାଇଁ ବିମାନ ପରୀକ୍ଷଣ ସଫଳ ଭାବରେ ଶେଷ ହେବା ଫଳରେ ଉତ୍ପାଦନ ମଞ୍ଜୁରୀ ପାଇଁ ବାଟ ଖୋଲିଛି, ଯାହା ହାଲ୍ କୁ ଏଲସିଏ ତେଜସର ଏମକେ -1ଏ ଭେରିଏଣ୍ଟ ନିର୍ମାଣ କରିବା ପାଇଁ ପ୍ରସ୍ତୁତ ହେବାକୁ ସକ୍ଷମ କରିଛି ।
ଲକ୍ଷ୍ନୌର ହାଲ୍ ସ୍ଥିତ ଆସେସରିଜ୍ ଡିଭିଜନରେ ଏହି ଗୁରୁତ୍ବପୂର୍ଣ୍ଣ ଉପାଦାନଗୁଡ଼ିକର ଉତ୍ପାଦନ ଚାଲିଛି, ଯାହା ଭାରତର ଏରୋସ୍ପେସ୍ ଉତ୍ପାଦନ କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପ୍ରୟାସରେ ମୁମ୍ବାଇର ଗୋଦ୍ରେଜ ଏରୋସ୍ପେସ୍ ସମେତ ସରକାରୀ ଓ ବେସରକାରୀ ଉଦ୍ୟୋଗ ଏବଂ ସେମିଲାକ୍ ଏବଂ ଡିଜିଏକ୍ୟୁଏ ଭଳି ସାର୍ଟିଫିକେସନ୍ ଏଜେନ୍ସିର ଉଲ୍ଲେଖନୀୟ ଅବଦାନ ରହିଛି।

ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଥିବାରୁ ଏଡିଏ, ଆରସିଆଇ, ହାଲ୍, ସିଏମଟିଆଇ ଏବଂ ସମସ୍ତ ଅଂଶଗ୍ରହଣକାରୀ ଉଦ୍ୟୋଗର ସମଗ୍ର ଟିମକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଏବଂ ଡିଜି-ଏଡିଏ ଅଭିନନ୍ଦନ ଜଣାଇଛନ୍ତି।
******
P.S.
(ରିଲିଜ ଆଡି: 2018288)
ପରିଦର୍ଶକ କାଉଣ୍ଟର : 186