ଆୟୁଷ
ବୈଜ୍ଞାନିକ ଗବେଷଣାକୁ ସଶକ୍ତ କରିବା ଏବଂ ଦକ୍ଷତା ବୃଦ୍ଧି ଦ୍ୱାରା ଚିକିତ୍ସା ବ୍ୟବସ୍ଥା ଭାବରେ ହୋମିଓପାଥିର ଗ୍ରହଣୀୟତା ଏବଂ ଲୋକପ୍ରିୟତା ବୃଦ୍ଧି ପାଇବ - ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ
ଗବେଷଣାକୁ ସଶକ୍ତ କରିବା, ଦକ୍ଷତା ବୃଦ୍ଧି ଶୀର୍ଷକ ସହିତ ବିଶ୍ୱ ହୋମିଓପାଥି ଦିବସ ୨୦୨୪ ପାଳିତ
ବିଶ୍ୱ ହୋମିଓପାଥି ଦିବସରେ ବୈଜ୍ଞାନିକ ସମ୍ମିଳନୀର ଉଦ୍ଦେଶ୍ୟ ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ଏବଂ ହୋମିଓପାଥି ଗବେଷଣା ପାଇଁ ଉନ୍ନତ ଜ୍ଞାନକୌଶଳର ଉପଯୋଗ ଦିଗରେ ଅଗ୍ରସର ହେବା
କାର୍ଯ୍ୟକ୍ରମ ଅବସରରେ ହୋମିଓପାଥି, ଆୟୁର୍ବେଦ, ୟୁନାନି ଓ ସିଦ୍ଧରେ ଷ୍ଟାଣ୍ଡାର୍ଡ ଟ୍ରିଟମେଣ୍ଟ ଗାଇଡଲାଇନର ଗୋଟିଏ ସଂସ୍କରଣ ସହ ଏସଟିଜିଏଚ ଆପ୍ - ମୋବାଇଲ ଆପ୍ଲିକେସନ ସମେତ ୧୭ଟି ସିସିଆରଏଚ ପ୍ରକାଶନ ଉନ୍ମୋଚିତ ହୋଇଥିଲା
ପ୍ରଦର୍ଶନୀ ଷ୍ଟଲରେ ପ୍ରାୟ ୮୦ଟି ପୋଷ୍ଟରର ପ୍ରସ୍ତୁତି ତଥା ୩୦ଟି ଔଷଧ ଏବଂ ଅନ୍ୟାନ୍ୟ ଔଷଧ ସଂସ୍ଥାର ପ୍ରସ୍ତୁତିମାନ ଦେଖିଥିଲେ
ପୋଷ୍ଟ କରାଯିବା ଦିନାଙ୍କ:
10 APR 2024 3:10PM by PIB Bhubaneshwar
ବିଶ୍ୱ ହୋମିଓପାଥି ଦିବସ ୨୦୨୪ର ବୈଜ୍ଞାନିକ ସମ୍ମିଳନୀକୁ ଉଦଘାଟନ କରି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କହିଛନ୍ତି, ବିଭିନ୍ନ ଚିକିତ୍ସା ପଦ୍ଧତିରେ ନିରାଶ ହୋଇଥିବା ଅନେକ ବ୍ୟକ୍ତି ହୋମିଓପାଥିର ଚମତ୍କାରରୁ ଉପକୃତ ହୋଇଛନ୍ତି। ତେବେ ବୈଜ୍ଞାନିକ ସମୁଦାୟ ଭିତରେ ଏଭଳି ଅନୁଭୂତିକୁ କେବଳ ସେତେବେଳେ ସ୍ୱୀକାର କରାଯାଇପାରିବ ଯେତେବେଳେ ତଥ୍ୟ ଓ ବିଶ୍ଳେଷଣ ଦ୍ୱାରା ସମର୍ଥିତ ପର୍ଯ୍ୟାପ୍ତ ସଂଖ୍ୟକ ଅନୁଭୂତି ଉପସ୍ଥାପନ କରାଯାଏ । ବୈଜ୍ଞାନିକଙ୍କ ଗଭୀରତାକୁ ପ୍ରୋତ୍ସାହନ କରିବା ଦ୍ୱାରା ଲୋକଙ୍କ ମଧ୍ୟରେ ଏହି ଚିକିତ୍ସା ପଦ୍ଧତି ଉପରେ ବିଶ୍ୱାସ ବଢିବ ।

ସେ ତାଙ୍କ ଅଭିଭାଷଣରେ ଆହୁରି ମଧ୍ୟ କହିଛନ୍ତି ଯେ ବୈଜ୍ଞାନିକ ବୈଧତା ପ୍ରାମାଣିକତାର ଆଧାର ସୃଷ୍ଟି କରିଥାଏ ଏବଂ ସତ୍ୟତା ସହିତ ଉଭୟ ଗ୍ରହଣୀୟତା ଏବଂ ଲୋକପ୍ରିୟତା ବୃଦ୍ଧି ପାଇବ । ଗବେଷଣାକୁ ସଶକ୍ତ କରିବା ଏବଂ ଦକ୍ଷତା ବୃଦ୍ଧି ପାଇଁ ଆପଣଙ୍କର ପ୍ରୟାସ ହୋମିଓପାଥିକୁ ପ୍ରୋତ୍ସାହିତ କରିବାରେ ଲାଭଦାୟକ ହେବ । ଏହା ଦ୍ବାରା ହୋମିଓପାଥି ସହ ଜଡ଼ିତ ଡାକ୍ତର, ରୋଗୀ, ଔଷଧ ନିର୍ମାତା ଓ ଗବେଷକଙ୍କ ସମେତ ସମସ୍ତେ ଉପକୃତ ହେବେ।

ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ ହୋମିଓପାଥିର ଶିକ୍ଷା ବ୍ୟବସ୍ଥାରେ କ୍ରମାଗତ ଉନ୍ନତି ଏହି ପଦ୍ଧତିକୁ ଯୁବ ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଆକର୍ଷଣୀୟ କରିବ । ହୋମିଓପାଥିର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବହୁ ସଂଖ୍ୟକ ଯୁବକଙ୍କ ସମ୍ପୃକ୍ତି ଜରୁରୀ । ଏହି ମେଗା ଇଭେଣ୍ଟ ଆୟୋଜନ କରିବା ଏବଂ ଅନ୍ୟ ଆୟୁଷ ଚିକିତ୍ସା ପଦ୍ଧତି ସହିତ ହୋମିଓପାଥିକୁ ପ୍ରୋତ୍ସାହିତ କରିଥିବାରୁ ରାଷ୍ଟ୍ରପତି ଆୟୁଷ ମନ୍ତ୍ରଣାଳୟକୁ ଅଭିନନ୍ଦନ ଜଣାଇଥିଲେ ।
ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱୟଂଶାସିତ ସର୍ବୋଚ୍ଚ ଗବେଷଣା ସଂଗଠନ ସେଣ୍ଟ୍ରାଲ କାଉନସିଲ ଫର ରିସର୍ଚ୍ଚ ଇନ୍ ହୋମିଓପାଥି (ସିସିଆରଏଚ) ପକ୍ଷରୁ ଆଜି ବିଶ୍ୱ ହୋମିଓପାଥି ଦିବସ ପାଳନ ଅବସରରେ ଆୟୋଜିତ "ଗବେଷଣାକୁ ସଶକ୍ତ କରିବା, ଦକ୍ଷତା ବୃଦ୍ଧି" ଶୀର୍ଷକ ଏହି ଦୁଇ ଦିନିଆ ବୈଜ୍ଞାନିକ ସମ୍ମିଳନୀରେ ରାଷ୍ଟ୍ରପତି ଯୋଗ ଦେଇଥିଲେ।
ଏହି ଅବସରରେ ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ୍ୟ ରାଜେଶ କୋଟେଚା କହିଛନ୍ତି ଯେ ହୋମିଓପାଥିରେ ଅନ୍ୟ ଚିକିତ୍ସା ପଦ୍ଧତି ଏବଂ ପାରମ୍ପରିକ ଔଷଧ ମଧ୍ୟରେ ସମନ୍ୱୟ ପାଇଁ ପ୍ରଚୁର ସମ୍ଭାବନା ରହିଛି। ଉପଯୁକ୍ତ ସ୍ଥାନରେ ଏହି ବ୍ୟବସ୍ଥାଗୁଡ଼ିକୁ ସମନ୍ୱିତ କରିବା ର ପ୍ରୟାସ, ସ୍ୱାସ୍ଥ୍ୟସେବା ପାଇଁ ଏକ ବ୍ୟାପକ ଆଭିମୁଖ୍ୟ ଦାବି କରୁଥିବା ରୋଗୀମାନଙ୍କୁ ଉପକୃତ କରିବ । ହୋମିଓପାଥି ପାଇଁ ଏକ ସୁଦୃଢ଼ ବୈଜ୍ଞାନିକ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଦୃଢ଼ ଗବେଷଣା ଏବଂ କ୍ଲିନିକାଲ୍ ପରୀକ୍ଷଣ ହେଉଛି ଗୁରୁତ୍ୱପୂର୍ଣ୍ଣ । ହୋମିଓପ୍ୟାଥିକ ସମୁଦାୟ ସହ ମିଶି କାମ କରି ଗୁଣବତ୍ତା ନିୟନ୍ତ୍ରଣ ଓ ରୋଗୀ ଙ୍କ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ହୋମିଓପାଥି ରେ ଜନସାଧାରଣଙ୍କ ପ୍ରବେଶ ବୃଦ୍ଧି କରିବା ଏବଂ ଏହାର ପହଂଚକୁ ବିସ୍ତାର କରିବା ପାଇଁ ଆମେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ଏହାର ଏକୀକରଣକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରୁଛୁ । ସିସିଆରଏଚ ଏବଂ ଅନ୍ୟ ସହଯୋଗୀ ମାନଙ୍କ ଭଳି ସୁବିଧା ମାଧ୍ୟମରେ ଆମେ ହୋମିଓପାଥିରେ ଗବେଷଣାକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରୁଛୁ ଏବଂ କ୍ଲିନିକାଲ ପରୀକ୍ଷଣ ଏବଂ ପ୍ରମାଣ ଭିତ୍ତିକ ଅଧ୍ୟୟନ ପାଇଁ ସମ୍ବଳ ଆବଣ୍ଟନ କରୁଛୁ।
ଆୟୁଷ ମନ୍ତ୍ରଣାଳୟର ସିସିଆର୍ଏଚ୍ ର ଡିଜି ଡ. ସୁଭାଷ କୌଶିକ ସ୍ୱାଗତ ଭାଷଣରେ ଆଜିର ଯୁଗରେ ପ୍ରମାଣ ଭିତ୍ତିକ ଗବେଷଣାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ, ଯେଉଁଥିପାଇଁ ବିଭିନ୍ନ କ୍ଷେତ୍ର ଓ ବିଶେଷତାରେ ବୈଜ୍ଞାନିକମାନେ ଏକାଠି ହେବା ଜରୁରୀ । ଏମ୍ସ, ଆଇସିଏମଆର, ଆପୋଲୋ କ୍ୟାନସର ହସ୍ପିଟାଲ, ଚେନ୍ନାଇର ଆପୋଲୋ କ୍ୟାନସର ହସ୍ପିଟାଲ, ଦିଲ୍ଲୀର ଜନକପୁରୀ ସୁପରସ୍ପେଶାଲିଟି ହସ୍ପିଟାଲ ଆଦିର ବିଶିଷ୍ଟ ବୈଜ୍ଞାନିକ ଓ ଡାକ୍ତରମାନଙ୍କୁ ସେ ଏହି ଆଲୋଚନାଚକ୍ରରେ ଯୋଗଦେଇ ହୋମିଓପ୍ୟାଥି ପ୍ରତି ସମର୍ଥନ ଜଣାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି।
ଉଦ୍ ଘାଟନୀ ସମାରୋହ ପରେ ପଦ୍ମଭୂଷଣ ଓ ପଦ୍ମଶ୍ରୀ ବୈଦ୍ୟ ଦେବେନ୍ଦ୍ର ତ୍ରିଗୁଣା ଜୀ ଏବଂ ପଦ୍ମଶ୍ରୀ ଡ. ଏଚ୍ ଆର୍ ନଗେନ୍ଦ୍ରଜୀଙ୍କ ଅଧ୍ୟକ୍ଷତାରେ 'ୱାର୍ଡସ ଅଫ୍ ୱିଜ୍ଡମ୍' ଶୀର୍ଷକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ହୋମିଓପାଥି କ୍ଷେତ୍ରର ପଦ୍ମ ପୁରସ୍କାର ପ୍ରାପ୍ତ ପଦ୍ମଶ୍ରୀ ଡ. ଭିକେ ଗୁପ୍ତା, ପଦ୍ମଶ୍ରୀ ଡ. ମୁକେଶ ବାତ୍ରା, ପଦ୍ମଶ୍ରୀ ଡ. କଲ୍ୟାଣ ବାନାର୍ଜୀ ଏବଂ ପଦ୍ମଶ୍ରୀ ଡ. ଆର୍ ଏସ୍ ପାରିକ ଉପସ୍ଥିତ ଲୋକଙ୍କ ସହ ସେମାନଙ୍କର ନିଜସ୍ଵ ସମୃଦ୍ଧ ଅନୁଭୂତି ବାଣ୍ଟିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ହୋମିଓପାଥି ଆୟୋଗର ଅଧ୍ୟକ୍ଷ ଡାକ୍ତର ଅନୀଲ ଖୁରାନା, ଆୟୁଷ ବୈଜ୍ଞାନିକ ଅଧ୍ୟକ୍ଷ ଡ. ସଙ୍ଗୀତା ଦୁଗ୍ଗଲ, ହୋମିଓପାଥି ପାଇଁ ନୈତିକତା ଓ ପଞ୍ଜୀକରଣ ବୋର୍ଡର ସଭାପତି ଡ. ପିନାକିନ୍ ଏନ୍ ତ୍ରିବେଦୀ, ହୋମିଓପାଥି ପାଇଁ ମେଡିକାଲ ଆସେସ୍ମେଣ୍ଟ ଆଣ୍ଡ ରେଟିଂ ବୋର୍ଡର ସଭାପତି ଏନ୍ ସି ଏଚ୍ ଡାକ୍ତର ଜନାର୍ଦ୍ଦନ ନାୟାର, ଏନ୍ ସି ଏଚ୍ ଡାକ୍ତର ତାରକେଶ୍ୱର ଜୈନ, ଏନ୍ ସି ଏଚ ର ହୋମିଓପାଥି ଶିକ୍ଷା ବୋର୍ଡର ସଭାପତି ଡ. ନନ୍ଦିନୀ କୁମାର ଆୟୁଷ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ନେଦରଲ୍ୟାଣ୍ଡ, ସ୍ପେନ, କଲମ୍ବିଆ, କାନାଡା ଓ ବାଂଲାଦେଶର ୮ ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ୧୭ଟି ସିସିଆରଏଚ୍ ପ୍ରକାଶନ ଉନ୍ମୋଚିତ ହୋଇଥିଲା।
ପରବର୍ତ୍ତୀ ଅଧିବେଶନରେ ହୋମିଓପ୍ୟାଥିର ସଶକ୍ତୀକରଣ ଏବଂ ଆଧୁନିକ ଦୃଷ୍ଟିକୋଣ, କ୍ଲିନିସିଆନସ ପରସ୍ପେକ୍ଟିଭ୍ସ ଏବଂ ଆଡଭାନ୍ସିଂ ଅଭ୍ୟାସ ଭଳି ବିଷୟ ଉପରେ ଆଲୋଚନା ଏବଂ ପ୍ୟାନେଲ୍ ଆଲୋଚନା ଅନ୍ତର୍ଭୁକ୍ତ ହେବ । ଏହି ଅଧିବେଶନରେ ସିସିଆରଏଚର ଏସଏବିର ଅଧ୍ୟକ୍ଷ ଡ. ଭିକେ ଗୁପ୍ତା, ଆୟୁଷ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ବିକେ ସିଂହ, ଆୟୁଷ ମନ୍ତ୍ରଣାଳୟର ଉପଦେଷ୍ଟା (ହୋମିଓପାଥି) ଡ. ସଙ୍ଗୀତା ଏ. ଦୁଗ୍ଗଲ, ଭାରତୀୟ ମାନକ ବ୍ୟୁରୋ (ବିଆଇଏସ)ର ଆୟୁଷ ବିଭାଗର ହୋମିଓପାଥିକ ବିଭାଗୀୟ କମିଟିର ଅଧ୍ୟକ୍ଷ ତଥା ସିସିଆରଏଚ ର ପୂର୍ବତନ ଡିଜି ଡ. ଚିନ୍ତନ ବୈଷ୍ଣବ, ଅଟଳ ଇନୋଭେସନ ମିଶନର ମିଶନ ନିର୍ଦ୍ଦେଶକ ଡ. ଚିନ୍ତନ ବୈଷ୍ଣବ ପ୍ରମୁଖ ଉପସ୍ଥିତ ରହିବେ। ନୀତି ଆୟୋଗ, ସିସିଆରର ଅଧ୍ୟକ୍ଷ ଡ. ଏଲ୍ କେ ନନ୍ଦ ଓ ଅନ୍ୟାନ୍ୟ ଖ୍ୟାତନାମା ଡାକ୍ତର ନିଜର ବିଚାର ବକ୍ତବ୍ୟ କରିବେ ।
ଏହି ଦୁଇ ଦିନ ଧରି ହେବାକୁ ଥିବା ବୈଜ୍ଞାନିକ ସମ୍ମିଳନୀରେ ଟ୍ରାନ୍ସଲେସନଲ ରିସର୍ଚ୍ଚ, ପ୍ରମାଣ ଆଧାର: ଗବେଷଣା ଓ ଅଭ୍ୟାସ ଅଭିଜ୍ଞତା, ମହାମାରୀ ଏବଂ ଜନସ୍ୱାସ୍ଥ୍ୟ, ହୋମିଓପାଥିକ ଔଷଧ ମାନକୀକରଣ ଏବଂ ମୌଳିକ ଗବେଷଣା, ଶିକ୍ଷାରେ ଆନ୍ତଃବିଭାଗୀୟ ଗବେଷଣା, ସଂସ୍କାର ଏବଂ ଗବେଷଣା, ବୈଶ୍ୱିକ ପରିପ୍ରେକ୍ଷୀ, ହୋମିଓପାଥିରେ ଆହ୍ୱାନ - ହୋମିଓପାଥିକ ବୃତ୍ତିଗତ ସଂଘର ଭୂମିକା, ପ୍ରାଣୀ ଚିକିତ୍ସା ହୋମିଓପାଥି, ହୋମିଓପ୍ୟାଥିକ ଔଷଧୀୟ ଉତ୍ପାଦ ଏବଂ ସେବାରେ ଗୁଣବତ୍ତା ନିଶ୍ଚିତତା, ଇତ୍ୟାଦି ମଧ୍ୟ ଆୟୋଜିତ କରାଯିବ।
କ୍ଲିନିକାଲ ଅଭ୍ୟାସ ଏବଂ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ପ୍ରମାଣ ଭିତ୍ତିକ ବୈଜ୍ଞାନିକ ଚିକିତ୍ସାକୁ ପ୍ରୋତ୍ସାହିତ କରିବା, ଗବେଷଣା ଭିତ୍ତିକ ଚିକିତ୍ସାରେ ହୋମିଓପାଥିକ ସମୁଦାୟକୁ ସକ୍ରିୟ କରିବା, ବ୍ୟକ୍ତିଗତ, ସୁରକ୍ଷିତ ଏବଂ ବିଶ୍ୱସନୀୟ ସ୍ୱାସ୍ଥ୍ୟସେବା ପାଇଁ ଜନସଂଖ୍ୟାର ଆବଶ୍ୟକତା ପୂରଣ କରିବା ପାଇଁ ଏକ ସ୍ୱାସ୍ଥ୍ୟସେବା ପାୱାରହାଉସ୍ ହେବା ଏବଂ ଉନ୍ନତ ରୋଗୀ ଫଳାଫଳ ପାଇଁ ଗୁଣାତ୍ମକ ନିଦାନ, ଚିକିତ୍ସା ଏବଂ ବୈଜ୍ଞାନିକ ଉପକରଣ ସହିତ ହୋମିଓପ୍ୟାଥିକ ଔଷଧକୁ ସମୃଦ୍ଧ କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ ।
******
NS/SLP
(ରିଲିଜ ଆଡି: 2017714)
ପରିଦର୍ଶକ କାଉଣ୍ଟର : 120