ଶକ୍ତି ମନ୍ତ୍ରଣାଳୟ
ଜାତୀୟ ଶକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ପିଟିସି ଇଣ୍ଡିଆ ନିରନ୍ତର ବିକାଶ ଲକ୍ଷ୍ୟ ଉପରେ ଧ୍ୟାନ ଦେଇ ଶକ୍ତି କ୍ଷେତ୍ରରେ ମିଳିତ ଗବେଷଣା ଓ ବିକାଶ କରିବେ
ପୋଷ୍ଟ କରାଯିବା ଦିନାଙ୍କ:
30 MAR 2024 12:50PM by PIB Bhubaneswar
ଜାତୀୟ ବିଦ୍ୟୁତ ପ୍ରଶିକ୍ଷଣ ସସ୍ଥାନ (ଏନପିଟିଆଇ) ଏବଂ ପିଟିସି ଇଣ୍ଡିଆ ଲିମିଟେଡ ନିରନ୍ତର ବିକାଶ ଲକ୍ଷ୍ୟକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେଇ ଶକ୍ତି କ୍ଷେତ୍ରରେ ଗବେଷଣା ଏବଂ ବିକାଶ ପାଇଁ ଏକ ଉତ୍କର୍ଷ କେନ୍ଦ୍ର (ସିଓଇ) ପ୍ରତିଷ୍ଠା କରିବା ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ସିଓଇର ଗବେଷଣା ଓ ବିକାଶ ପ୍ରୟାସର ଫଳାଫଳକୁ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ମାଧ୍ୟମରେ ଶକ୍ତି କ୍ଷେତ୍ରକୁ ପ୍ରସାରିତ କରାଯିବ । ଏହି ବୁଝାମଣାପତ୍ର ଅଧୀନରେ ଏନପିଟିଆଇ ଏବଂ ପିଟିସି ଇଣ୍ଡିଆ ଲିମିଟେଡ ଉତ୍କର୍ଷତା କେନ୍ଦ୍ର ମାଧ୍ୟମରେ ଗବେଷଣା, ବିକାଶ ଏବଂ ଜ୍ଞାନ ଆଦାନପ୍ରଦାନ ପାଇଁ ସହଯୋଗ କରିବେ ।

ଏହି ବୁଝାମଣା ଜ୍ଞାପନ (ଏମଓୟୁ) ଉପରେ ୨୮ ମାର୍ଚ୍ଚ, ୨୦୨୪ରେ ନୂଆଦିଲ୍ଲୀସ୍ଥିତ ଶକ୍ତି ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ଏନପିଟିଆଇର ମହାନିର୍ଦେଶକ ଡକ୍ଟର ତୃପ୍ତ ଠାକୁର ଏବଂ ପିଟିସି ଇଣ୍ଡିଆ ଲିମିଟେଡର ସିଏମଡି ଡକ୍ଟର ରାଜିବ କେ ମିଶ୍ର ଙ୍କ ତରଫରୁ ପିଟିସି ଇଣ୍ଡିଆ ଲିମିଟେଡର ବରିଷ୍ଠ ଉପାଧ୍ୟକ୍ଷ (ମାନବ ସମ୍ବଳ) କୋଏଲ ସିଂଘଲ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ । ଏହି ଅବସରରେ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟର ସଚିବ ଶ୍ରୀ ପଙ୍କଜ ଅଗ୍ରୱାଲଙ୍କ ଉପସ୍ଥିତ ଥିଲେ

***********
NS/MB
(ରିଲିଜ ଆଡି: 2016877)
ପରିଦର୍ଶକ କାଉଣ୍ଟର : 127