ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ
azadi ka amrit mahotsav

ଭାରତକୁ ଇଭିର ଉତ୍ପାଦନ କେନ୍ଦ୍ର କରିବା ପାଇଁ ଇ - ଯାନ ନୀତିକୁ ଅନୁମୋଦନ କରିଛନ୍ତି ସରକାର


ଏଥିପାଇଁ ସର୍ବନିମ୍ନ ନିବେଶ ୪୧୫୦ କୋଟି ଟଙ୍କା ଆବଶ୍ୟକ ଏବଂ ସର୍ବାଧିକ ନିବେଶ ଉପରେ କୌଣସି ସୀମା ନାହିଁ

ଭାରତରେ ଉତ୍ପାଦନ କାରଖାନା ସ୍ଥାପନ ଏବଂ ଇଭିର ବାଣିଜ୍ୟିକ ଉତ୍ପାଦନ ଆରମ୍ଭ କରିବା ପାଇଁ ୩ ବର୍ଷର ସମୟ ସୀମା; ସର୍ବାଧିକ ୫ ବର୍ଷ ମଧ୍ୟରେ ୫୦% ଘରୋଇ ମୂଲ୍ୟ ସଂଯୋଜନ ହାସଲ କରାଯିବ

ଇଭି ପାଇଁ ଉତ୍ପାଦନ କାରଖାନା ସ୍ଥାପନ କରୁଥିବା କମ୍ପାନୀ ଗୁଡ଼ିକୁ କମ୍ ସୀମା ଶୁଳ୍କରେ ସୀମିତ ସଂଖ୍ୟକ କାର୍ ଆମଦାନୀ ପାଇଁ ଅନୁମତି ଦିଆଯିବ

प्रविष्टि तिथि: 15 MAR 2024 1:35PM by PIB Bhubaneshwar

ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଇ - ଯାନ (ଇଭି) ଯେପରି ଦେଶରେ ଉତ୍ପାଦନ ହୋଇ ପାରିବ, ସେଥିପାଇଁ ଭାରତକୁ କେନ୍ଦ୍ର ସରକାର ଏକ ଉତ୍ପାଦନ ସ୍ଥଳରେ ପରିଣତ କରିବା ପାଇଁ ଏକ ଯୋଜନାକୁ ଅନୁମୋଦନ କରିଛନ୍ତି । ବିଶ୍ୱର ପ୍ରତିଷ୍ଠିତ ଇଭି ଉତ୍ପାଦନକାରୀମାନଙ୍କ ଦ୍ୱାରା ଇ - ଯାନ କ୍ଷେତ୍ରରେ ପୁଞ୍ଜି ନିବେଶକୁ ଆକୃଷ୍ଟ କରିବା ପାଇଁ ଏହି ନୀତି ପ୍ରସ୍ତୁତ କରାଯାଇଛି ।

ଏହା ଭାରତୀୟ ଉପଭୋକ୍ତାଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଲବ୍ଧ କରାଇବ, ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ପ୍ରୋତ୍ସାହନ ମିଳିବ, ଇଭି କମ୍ପାନୀମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହନ ଦେଇ ଇଭି ପାରିବେଶିକ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ, ଯାହା ଦ୍ୱାରା ଅଧିକ ପରିମାଣର ଉତ୍ପାଦନ ହେବ, ଉଚ୍ଚ ସ୍ତରର ଅର୍ଥନୀତି ହାସଲ ହୋଇ ପାରିବ, ଉତ୍ପାଦନ ଖର୍ଚ୍ଚ କମ୍ ହେବ, ଅଶୋଧିତ ତୈଳ ଆମଦାନୀ ହ୍ରାସ ପାଇବ, ବାଣିଜ୍ୟ ନିଅଣ୍ଟ ହ୍ରାସ ପାଇବ, ବାୟୁ ପ୍ରଦୂଷଣ ହ୍ରାସ ପାଇବ, ବିଶେଷ କରି ସହର ମାନଙ୍କରେ ଏହା ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ସକାରାତ୍ମକ ପ୍ରଭାବ ପକାଇବ ।

ଏହି ନୀତି ନିମ୍ନଲିଖିତ ଗୁଡ଼ିକୁ ଅନ୍ତର୍ଭୁକ୍ତ କରେ :-

ସର୍ବନିମ୍ନ ନିବେଶ ଆବଶ୍ୟକ: ୪୧୫୦ କୋଟି ଟଙ୍କା ( ୫୦୦ ନିୟୁତ ଆମେରିକୀୟ ଡଲାର ସର୍ବନିମ୍ନ)

ସର୍ବାଧିକ ନିବେଶ ଉପରେ କୌଣସି ସୀମା ନାହିଁ ।

ଉତ୍ପାଦନ ପାଇଁ ସମୟ ସୀମା: ଭାରତରେ ଉତ୍ପାଦନ କାରଖାନା ସ୍ଥାପନ ଏବଂ ଇ - ଯାନର ବାଣିଜ୍ୟିକ ଉତ୍ପାଦନ ଆରମ୍ଭ କରିବା ପାଇଁ ୩ ବର୍ଷ ଏବଂ ସର୍ବାଧିକ ୫ ବର୍ଷ ମଧ୍ୟରେ ୫୦% ଘରୋଇ ମୂଲ୍ୟ ସଂଯୋଜନ (ଡିଭିଏ) ରେ ପହଂଚିବା ।

ଉତ୍ପାଦନ ସମୟରେ ଘରୋଇ ମୂଲ୍ୟ ସଂଯୋଜନ (ଡିଭିଏ): ତୃତୀୟ ବର୍ଷ ସୁଦ୍ଧା ସ୍ଥାନୀୟକରଣ ସ୍ତର ୨୫% ଏବଂ ପଞ୍ଚମ ବର୍ଷ ସୁଦ୍ଧା ୫୦% ସ୍ଥାନୀୟକରଣ ସ୍ତର ହାସଲ କରିବାକୁ ପଡ଼ିବ ।

 

 

୧୫% ସୀମା ଶୁଳ୍କ (ସିକେଡି ୟୁନିଟ୍ ମାନଙ୍କ ପାଇଁ ପ୍ରଯୁଜ୍ୟ) ସର୍ବନିମ୍ନ ସିଆଇଏଫ୍ ମୂଲ୍ୟ ୩୫,୦୦୦ ଆମେରିକୀୟ ଡଲାର କିମ୍ବା ତା\'ଠାରୁ ଅଧିକ ମୂଲ୍ୟର ଗାଡ଼ି ଉପରେ ୩ ବର୍ଷର ଅବଧି ମଧ୍ୟରେ ଭାରତରେ ଉତ୍ପାଦନ କାରଖାନା ସ୍ଥାପନ କରୁଥିବା ନିର୍ମାତାଙ୍କ ଉପରେ ମୋଟ ୫ ବର୍ଷର ଅବଧି ପାଇଁ ଲାଗୁ ହେବ ।

ଆମଦାନୀ ପାଇଁ ଅନୁମତି ପ୍ରାପ୍ତ ମୋଟ ଇଭି ସଂଖ୍ୟା ଉପରେ ପୂର୍ବ ନିର୍ଦ୍ଧାରିତ ଶୁଳ୍କ କେବଳ କରାଯାଇଥିବା ନିବେଶ କିମ୍ବା ୬୪୮୪ କୋଟି ଟଙ୍କା (ପିଏଲଆଇ ସ୍କିମ୍ ଅଧୀନରେ ପ୍ରୋତ୍ସାହନ ସହିତ ସମାନ), ଯେଉଁଟି କମ୍ ହେବ, ସେତିକିରେ ସୀମିତ ରହିବ । ଯଦି ନିବେଶ ୮୦୦ ନିୟୁତ ଆମେରିକୀୟ ଡଲାର କିମ୍ବା ତା'ଠାରୁ ଅଧିକ ହୁଏ, ତେବେ ବାର୍ଷିକ ୮,୦୦୦ରୁ ଅଧିକ ହାରରେ ହୋଇ ନଥିବା ସର୍ବାଧିକ ୪୦,୦୦୦ ଇଭିକୁ ଅନୁମତି ଦିଆଯିବ । ଅନୁପଯୋଗ ବାର୍ଷିକ ଆମଦାନୀ ସୀମା ବହନ କରିବାକୁ ଅନୁମତି ଦିଆଯିବ ।

କଂପାନୀ  ଦ୍ୱାରା ଦିଆଯାଇଥିବା ନିବେଶ ପ୍ରତିଶ୍ରୁତିକୁ ସୀମା ଶୁଳ୍କ ବଦଳରେ ବ୍ୟାଙ୍କ ଗ୍ୟାରେଣ୍ଟି ଦ୍ୱାରା ସମର୍ଥନ କରିବାକୁ ପଡ଼ିବ ।

ଡିଭିଏ ହାସଲ ନ ହେଲେ ବ୍ୟାଙ୍କ ଗ୍ୟାରେଣ୍ଟିକୁ ଏବଂ ସ୍କିମ୍ ଗାଇଡଲାଇନ୍ ଅଧୀନରେ ନିର୍ଦ୍ଧାରିତ ସର୍ବନିମ୍ନ ନିବେଶ ମାନଦଣ୍ଡକୁ ଉପଯୋଗ କରାଯିବ ।

*****

SSP



 


(रिलीज़ आईडी: 2015007) आगंतुक पटल : 188
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Tamil , Telugu