ପୋଷ୍ଟ କରାଯିବା ଦିନାଙ୍କ:
08 MAR 2024 8:56AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ସେ ନାରୀ ଶକ୍ତିର କ୍ଷମତା, ସାହସ ଏବଂ ଦୃଢ଼ତାକୁ ଅଭିନନ୍ଦନ ଜଣାଇବା ସହ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ସଫଳତାକୁ ପ୍ରଶଂସା କରିଛନ୍ତି।
ଏକ ଟ୍ବିଟର ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶୁଭେଚ୍ଛା! ଆମେ ଆମ ନାରୀ ଶକ୍ତିର କ୍ଷମତା, ସାହସ ଏବଂ ଦୃଢ଼ତାକୁ ପ୍ରଣାମ କରୁଛୁ ଏବଂ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ସଫଳତାକୁ ପ୍ରଶଂସା କରୁଛୁ । ଶିକ୍ଷା, ଉଦ୍ୟୋଗ, କୃଷି, ବୈଷୟିକ ଜ୍ଞାନକୌଶଳ ଆଦି କ୍ଷେତ୍ରରେ ପଦକ୍ଷେପ ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ବିଗତ ଦଶନ୍ଧିରେ ଆମର ସଫଳତାରେ ମଧ୍ୟ ଏହା ପ୍ରତିଫଳିତ ହେଉଛି।
BS