କ୍ୟାବିନେଟ

କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ଓ ମହଙ୍ଗା ସହାୟତାର ଅତିରିକ୍ତ କିସ୍ତି ପ୍ରଦାନକୁ କ୍ୟାବିନେଟ୍ ମଞ୍ଜୁରୀ


୪୯.୧୮ ଲକ୍ଷ କର୍ମଚାରୀ ଓ ୬୭.୯୫ ଲକ୍ଷ ପେନସନଭୋଗୀ ହେବେ ଉପକୃତ

୪% ଲାଭ ପାଇଁ ରାଜକୋଷରୁ ଖର୍ଚ୍ଚ ହେବ ବାର୍ଷିକ ୧୨,୮୬୮.୭୨ କୋଟି ଟଙ୍କା

Posted On: 07 MAR 2024 7:55PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀମାନଙ୍କୁ ମହଙ୍ଗା ସହାୟତା(ଡିଆର)ର ଅତିରିକ୍ତ କିସ୍ତି ପ୍ରଦାନ କରିବାକୁ ଅନୁମୋଦନ କରାଯାଇଛି । ସରକାରୀ କର୍ମଚାରୀଙ୍କୁ ବର୍ତ୍ତମାନ ମୂଳ ଦରମା/ପେନସନର ୪୬% ଡିଏ/ଡିଆର୍‌ ମିଳୁଥିବା ବେଳେ ଏଥିରେ ଅତିରିକ୍ତ ୪% ବୃଦ୍ଧି କରାଯାଇଛି ଯାହାକି ଜାନୁଆରୀ ପହିଲା ୨୦୨୪ ଠାରୁ ପିଛିଲା ଭାବେ ଲାଗୁ ହେବ ।

ଉଭୟ ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତା ବାବଦରେ ରାଜକୋଷ ଉପରେ ବାର୍ଷିକ ୧୨,୮୬୮.୭୨ କୋଟି ଟଙ୍କାର ମିଳିତ ବୋଝ ପଡ଼ିବ । ଏହା ଦ୍ୱାରା ପ୍ରାୟ ୪୯.୧୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୭.୯୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ।

ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସୁପାରିସ ଆଧାରରେ ସ୍ୱୀକୃତ ସୂତ୍ର ଅନୁଯାୟୀ ଏହି ବୃଦ୍ଧି କରାଯାଇଛି।

*****

P.S.



(Release ID: 2012404) Visitor Counter : 228