ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ଗସ୍ତ


ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୦୧ ଓ ୦୨ ତାରିଖ ଦିନ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ଗସ୍ତ କରିବେ

ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ୩୫୭୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ

ପ୍ରଧାନମନ୍ତ୍ରୀ ସିନ୍ଧ୍ରୀ ସାର କାରଖାନାକୁ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବେ । ଗୋରଖପୁର ଓ ରାମଗୁଣ୍ଡମ ପରେ ଏହା ତୃତୀୟ ସାର କାରଖାନା ଭାବେ ପୁନଃ କାର୍ଯ୍ୟକ୍ଷମ ହୋଇଛି ।

ପ୍ରଧାନମନ୍ତ୍ରୀ ଛତ୍ରାରେ ଉତ୍ତର କରନପୁର, ସୁପର ତାପଜ ବିଦ୍ୟୁତ କେନ୍ଦ୍ର ଜାତି ଉଦେଶ୍ୟରେ ଉତ୍ସର୍ଗ କରିବେ

ଝାଡ଼ଖଣ୍ଡରେ ରେଳବାଇ କ୍ଷେତ୍ର ପାଇବ ପ୍ରାଧାନ୍ୟ । ପ୍ରଧାନମନ୍ତ୍ରୀ ରାଜ୍ୟରେ ତିନିଟି ନୂତନ ଟ୍ରେନର ଚଳାଚଳର କରିବେ ଶୁଭାରମ୍ଭ

ପ୍ରଧାନମନ୍ତ୍ରୀ ପଶ୍ଚିବଙ୍ଗରେ ୨୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦଘାଟନ

ପ୍ରଧାନମନ୍ତ୍ରୀ ରଘୁନାଥପୁର ତାପଜ ବିଦ୍ୟୁତ କେନ୍ଦ୍ର ଦ୍ୱିତୀୟ ପର୍ଯ୍ୟାୟର କରିବେ ଶିଳାନ୍ୟାସ

ପ୍ରଧାନମନ୍ତ୍ରୀ ହଳଦିଆ-ବାରାଉଣୀ ଅଶୋଧିତ ତୈଳ ପାଇପଲାଇନକୁ କରିବେ ଉଦଘାଟନ

ପ୍ରଧାନମନ୍ତ୍ରୀ କୋଲକାତାସ୍ଥିତ ଶ୍ୟାମାପ୍ରସାଦ ମୁଖାର୍ଜୀ ବନ୍ଦର ଭିତ୍ତିଭୂମି ମଜଭୁତ କରିବା ପାଇଁ କରିବେ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

ପଶ୍ଚିମବଙ୍ଗରେ ରେଳ, ସଡ଼କ, ଏଲପିଜି ଯୋଗାଣ ଓ ବର୍ଜ୍ୟ ଜଳ ନିଷ୍କାସନ ପରିଚାଳନା ପ୍ଲାଣ୍ଟ ପ୍ରକଳ୍ପ ଉପରେ ଦିଆଯିବ ଗୁରୁତ୍ୱ

ଦେଶରେ ଶକ୍ତି କ୍ଷ

Posted On: 29 FEB 2024 3:48PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧-୨ ତାରିଖ ଦିନ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ଗସ୍ତ କରିବେ ।

ମାର୍ଚ୍ଚ ପହିଲା ଦିନ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ଧାନବାଦସ୍ଥିତ ସିନ୍ଧ୍ରୀରେ ପୂର୍ବାହ୍ନ ୧୧ଟା ବେଳେ ପହଞ୍ଚô ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ୩୫୭୦୦ କୋଟି ଟଙ୍କାର ଝାଡ଼ଖଣ୍ଡ ନିମନ୍ତେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କରିବେ । ପ୍ରାୟ ଅପରାହ୍ଣ ୩ଟା ବେଳେ ପ୍ରଧାନମନ୍ତ୍ରୀ ଏକ ସାଧାରଣ କାର୍ଯ୍ୟକ୍ରମରେରେ ଯୋଗଦେଇ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ଆରାମବାଗ ଠାରେ ୭୨୦୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କରିବେ ।

ମାର୍ଚ୍ଚ ୨ ତାରିଖ ଦିନ ପୂର୍ବାହ୍ନ ସାଢ଼େ ଦଶଟା ବେଳେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ନଦୀୟା ଜିଲ୍ଲା କି୍ରଷ୍ଣ ନଗର ଠାରେ ପହଞ୍ଚô ୧୫୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଅପରାହ୍ଣ ୨ଟା ୩୦ରେ ସେ ବିହାର, ଔରଙ୍ଗାବାଦରେ ୨୧୪୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଅପରାହ୍ଣ ୫ଟା ୧୫ରେ ଶ୍ରୀ ମୋଦୀ ବିହାର ବେଗୁସରାଇର ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେଇ ୧.୪୮ ଲକ୍ଷ କୋଟି ଟଙ୍କାର ବିଭିନ୍ନ ତୈଳ ଓ ଗ୍ୟାସ କ୍ଷେତ୍ର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଏହାଛଡ଼ା ବିହାରରେ ୧୩୪୦୦ କୋଟି ଟଙ୍କାର କେତେକ ବିକାଶମୂଳକ କାର୍ଯ୍ୟର ମଧ୍ୟ ଶିଳାନ୍ୟାସ ଓ ଉଦଘାଟନ କରିବେ ।

ଝାଡ଼ଖଣ୍ଡରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ଧାନବାଦ ଅନ୍ତର୍ଗତ ସିନ୍ଧ୍ରୀରେ ସାର, କୋଇଲା, ରେଳ ଓ ଶକ୍ତି କ୍ଷେତ୍ରରେ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ।

ଶ୍ରୀ ମୋଦୀ ହିନ୍ଦୁସ୍ତାନ ଉର୍ବରକ ଓ ରସାୟନ ଲିମିଟେଡ (ଏଚଭିଆରଆଇ) ସିନ୍ଧ୍ରୀ ସାର କାରଖାନାକୁ ଉଦଘାଟନ କରିବେ । ୮୯୦୦ କୋଟିରୁ ଊଦ୍ଧ୍ୱର୍ ଟଙ୍କା ବ୍ୟୟରେ ନିର୍ମିତ ଏହି ସାର କାରଖାନା ୟୁରିଆ କ୍ଷେତ୍ରରେ ଦେଶର ଆତ୍ମନିର୍ଭରଶୀଳତା ବୃଦ୍ଧି କରିବ । ଏହା ବାର୍ଷିକ ୧୨୭ ଲକ୍ଷ ମେଟ୍ରିକ ଟନ ୟୁରିଆ ଉତ୍ପାଦନ କରି ଚାଷୀମାନଙ୍କୁ ସୁବିଧା ପହଂଚାଇବ । ଏହା ଦେଶର ତୃତୀୟ ପୁନରୁଥାନକାରୀ ସାର କାରଖାନା । ଏହା ଆଗରୁ ଗୋରଖପୁର ଓ ରାମଗୁଣ୍ଡମ ପୁନଃକାର୍ଯ୍ୟକ୍ଷମ ହୋଇଥିଲା ଓ ପ୍ରଧାନମନ୍ତ୍ରୀ ଡିସେମ୍ବର ୨୦୨୧ ଓ ନଭେମ୍ବର ୨୦୨୨ରେ ଦେଶ ଉଦେଶ୍ୟରେ ଏହାକୁ ଉତ୍ସର୍ଗ କରିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଝାଡ଼ଖଣ୍ଡରେ ୧୭୬୦୦ କୋଟି ଟଙ୍କାର କେତେକ ରେଳ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିବେ । ଏଗୁଡ଼ିକ ମଧ୍ୟରେ ସୋନନଗର-ଅଣ୍ଡେଲର ଚତୁର୍ଥ ଲାଇନ, ତୋରୀ-ଶିବପୁର ପ୍ରଥମ ଓ ଦ୍ୱିତୀୟ ଲାଇନ, ବାରାଟୋଲ-ଶିବପୁର ତୃତୀୟ ରେଳ ଲାଇନ (ଏହା ଟୋରି-ଶିବପୁର ପ୍ରକଳ୍ପର ଅଂଶବିଶେଷ), ମୋହନପୁର-ହଂସଡିହା ନୂତନ ରେଳପଥ, ଧାନବାଦ-ଚନ୍ଦ୍ରପୁର ରେଳପଥ ଇତ୍ୟାଦି ଅନ୍ତର୍ଭୁକ୍ତ ।

ଏହି ରେଳ ପ୍ରକଳ୍ପଗୁଡ଼ିକ ରେଳ ସେବା ସମ୍ପ୍ରସାରଣ କରିବା ସହ ସେ ଅଞ୍ଚଳର ସାମାଜିକ-ଆର୍ଥିକ ବିକାଶ ସାଧନ କରିବେ । ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଅଧିନରେ ତିନିଟି ନୂତନ ଟ୍ରେନ ଯାତ୍ରାର ମଧ୍ୟ ଶୁଭାରମ୍ଭ କରିବେ । ଏଗୁଡ଼ିକ ହେଲା ଦେଓଘର-ଦିବ୍ରୁଗଡ଼ ଟ୍ରେନ ସେବା, ଟାଟା ନଗର ବାଦାମପାହାଡ଼ (ଦୈନିକ) ମେମୁ ଟ୍ରେନ ସେବା ଓ ଶିବପୁର ଷ୍ଟେସନରୁ ମାଲ ପରିବହନ ଟ୍ରେନ ସେବା ।

ପ୍ରଧାନମନ୍ତ୍ରୀ ମଧ୍ୟ ଝାଡ଼ଖଣ୍ଡରେ ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପ ଜାତି ଉଦେଶ୍ୟରେ ଉଦଘାଟନ କରିବେ । ତାହା ମଧ୍ୟରେ ୬୬୦ ମେଗାୱାଟ ଉତ୍ତର କରନପୁରା ସୁପର ତାପଜ ବିଦ୍ୟୁତ ପ୍ରକଳ୍ପ (ଏସଟିପିପି)ର ପ୍ରଥମ ୟୁନିଟ ଛତ୍ରା ଅନ୍ତର୍ଭୁକ୍ତ । ୭୫୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ସେ ଅଞ୍ଚଳରେ ବିଦ୍ୟୁତ ଶକ୍ତି ସରବରାହକୁ ଉନ୍ନତ କରିବ । ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟର ସାମାଜିକ ଆର୍ଥିକ ବିକାଶରେ ସହାୟକ ହେବ । ପ୍ରଧାନମନ୍ତ୍ରୀ ମଧ୍ୟ କୋଇଲା କ୍ଷେତ୍ରରେ ପ୍ରକଳ୍ପ ଦେଶ ଉଦେଶ୍ୟରେ ଉତ୍ସର୍ଗ କରିବେ ।

ପଶ୍ଚିମବଙ୍ଗର ଆରାମବାଗରେ ପ୍ରଧାନମନ୍ତ୍ରୀ

ହୁଗୁଳି ଜିଲ୍ଲାର ଆରମବାଗ ଠାରେ ପ୍ରଧାନମନ୍ତ୍ରୀ ରେଳ, ବନ୍ଦର, ତୈଳ ପାଇପ ଲାଇନ, ଏଲପିଜି ଯୋଗାଣ ଓ ବର୍ଜ୍ୟ ଜଳ ପରିଚାଳନା କ୍ଷେତ୍ରରେକେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀ ପ୍ରାୟ ୨୭୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଭାରତୀୟ ତୈଳ ନିଗମର ୫୧୮ କିଲୋମିଟର ଦୀର୍ଘ ହଳଦିଆ-ବାରାଉଣୀ ଅଶୋଧିତ ତୈଳ ପାଇପଲାଇନର ଉଦଘାଟନ କରିବେ । ଏହି ପାଇପଲାଇନ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଦେଇ ଯିବ । ଏହି ପାଇପଲାଇନ ବାରାଉଣୀ ବଶୋଧନାଗାର, ବୋଙ୍ଗାରଗାଓଁ ବିଶୋଧନାଗାର ଓ ଗୌହାଟୀ ବିଶୋଧନଗାରକୁ ନିରାପଦ ଓ ସୁଲଭ ମୂଲ୍ୟଯୁକ୍ତ ଓ ପରିବେଶ ଅନୁକୂଳ ଢଙ୍ଗରେ ତେଲ ଯୋଗାଇବ ।

ପ୍ରଧାନମନ୍ତ୍ରୀ ପ୍ରାୟ ଏକ ହଜାର କୋଟି ଟଙ୍କା ବ୍ୟୟରେ କୋଲକାତାର ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦରର ଭିତ୍ତିଭୂମି ମଜଭୁତ କରିବା ଉଦେଶ୍ୟରେ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଯେଉଁ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ ହେବ, ସେଗୁଡ଼ିକ ହେଲା ବର୍ଥ ନମ୍ବର ୮ ଏନଏସଡି ଓ ବର୍ଗ ୭ ଓ ୮ର ଯାନ୍ତ୍ରିକୀକରଣ ଓ ଏହା କୋଲକାତା ଡକ୍ ସିଷ୍ଟମରେ ହେବ । ହଳଦିଆ ବନ୍ଦ ପରିସର ଶ୍ୟାମା ପ୍ରସାଦ ମୁଖାର୍ଜ ବନ୍ଦରରେ ଅଏଲ ଜେଟିରେ ପ୍ରଧାନମନ୍ତ୍ରୀ ଅଗ୍ନିନିରୋଧକ ପଦ୍ଧତି ଉନ୍ନୀତକରଣ ପ୍ରକଳ୍ପକୁ ଉଦଘାଟନ କରିବେ । ଅତ୍ୟାଧୁନିକ ଅଗ୍ନି ନିରୋଧକ ପଦ୍ଧତି ସ୍ୱୟଂସକ୍ରିୟ ଓ ଏହା ସଙ୍ଗେ ସଙ୍ଗେ ଆସନ୍ନ ବିପଦର ସୂଚନା ଦେଇପାରିବ । ପ୍ରଧାନମନ୍ତ୍ରୀ ହଳଦିଆ ବନ୍ଦର ପରିସରରେ ତୃତୀୟ ରେଲ ମାଉଣ୍ଟ କ୍ୱେକ୍ରୋନ (ଆରଏମକ୍ୟୁସି)କୁ ଦେଶ ପାଇଁ ଉତ୍ସର୍ଗ କରିବେ । ଏହା ୪୦ ଟନ ପର୍ଯ୍ୟନ୍ତ ଭାର ଉଠାଇବାର ସାମର୍ଥ୍ୟ ରହିଛି । ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦର, କୋଲକାତାର ଏହି ନୂତନ ପ୍ରକଳ୍ପ ବନ୍ଦରର ଉତ୍ପାଦକତା ଯଥେଷ୍ଟ ବୃଦ୍ଧି କରିବା ସହ ପଣ୍ୟ ଦ୍ରବ୍ୟ ବୋଝେଇ ଓ ଖଲାସ ଅନାୟାସରେ କରିପାରିବ ।

ପ୍ରଧାନମନ୍ତ୍ରୀ ପ୍ରାୟ ୨୬୮୦ କୋଟି ଟଙ୍କାର ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଝାରଗ୍ରାମ-ସାଲଘାଝରୀ (୯୦ କିଲୋମିଟର), ସେନଡାଲିଆ-ଚମ୍ପାପୁକୁର ରେଳପଥ (୨୪ କିମି), ଡାଙ୍କୁଣୀ-ଭଟ୍ଟନଗର-ବାଲଟିକୁରୀ ରେଳପଥ (୯ କିମି) ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପଗୁଡ଼ିକ ସେ ଅଞ୍ଚଳର ରେଳ ପରିବହନ ସୁବିଧାର ସମ୍ପ୍ରସାରଣ କରିବା ସହ ଯାତାୟତ ସୁବିଧା, ମାଲ ପରିବହନ ଇତ୍ୟାଦି କରିବା ସହ ଆର୍ଥିକ ଓ ଶିଳ୍ପ ଅଭିବୃଦ୍ଧି ସେ ଅଞ୍ଚଳରେ ଘଟାଇବ ।

ପ୍ରଧାନମନ୍ତ୍ରୀ ଖଡ଼ଗପୁର ବିଦ୍ୟାସାଗର ଶିଳ୍ପ ଉଦ୍ୟାନରେ ଭାରତୀୟ ତୈଳ ନିଗମର ୧୨୦ ଟିଏମଟିପିଏ ବଟଲିଂ ପ୍ଲାଣ୍ଟର ଉଦଘାଟନ କରିବେ । ୨୦୦ କୋଟିରୁ ଅଧିକ ବ୍ୟୟରେ ସ୍ଥାପିତ ଏହି ବଟଲିଂ ପ୍ଲାଣ୍ଟ ସେ ଅଞ୍ଚଳର ପ୍ରଥମ ଏଲପିଜି ବଟଲିଂ ପ୍ଲାଣ୍ଟ । ଏହି ପ୍ଲାଣ୍ଟ ପଶ୍ଚିମବଙ୍ଗର ୧୪.୫ ଲକ୍ଷ ଗ୍ରାହକଙ୍କୁ ଏଲପିଜି ଯୋଗାଇବ ।

ପ୍ରଧାନମନ୍ତ୍ରୀ ବର୍ଜ୍ୟ ଜଳ ପରିଚାଳନାରେ ତିନିଟି କାରଖାନା ପଶ୍ଚିମବଙ୍ଗରେ ଉଦଘାଟନ କରିବେ । ବିଶ୍ୱବ୍ୟାଙ୍କ ଆର୍ଥିକ ସହାୟତା ପ୍ରାୟ ୬୦୦ କୋଟି ଟଙ୍କାରେ ଏଗୁଡ଼ିକ ନିର୍ମିତ ହୋଇଅଛି । ପ୍ରକଳ୍ପଗୁଡ଼ିକ ମଧ୍ୟରେ ଇଣ୍ଟରସୋସନ ଓ ଡାଇଭରସନ (ଆଇଆଣ୍ଡଡି) କାର୍ଯ୍ୟ ଓ ବର୍ଜ୍ୟ ପରିଚାଳନା ପ୍ଲାଣ୍ଟ (ଏସଟିପି) ହାଓଡ଼ାରେ ହେବ । ୬୨ ଏମଏଲଡି ସହ ଏସଟିପି ବାଲିରେ ହେବ । ଏହାଛଡ଼ା କମରହଟି ଓ ବରାନଗରରେ ୬୦ ଏମଏଲଡି ଓ ବର୍ଜ୍ୟବସ୍ତୁ ନେଟୱର୍କ ୮.୧୫ କିମିର ହେବ ।

ପଶ୍ଚିମବଙ୍ଗ କ୍ରିଷ୍ଣା ନଗରରେ ପ୍ରଧାନମନ୍ତ୍ରୀ ଶକ୍ତି, ସଡ଼କ ଓ ରେଳବାଇ କ୍ଷେତ୍ରରେ ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଦେଶର ଶକ୍ତି କ୍ଷେତ୍ରକୁ ମଜଭୁତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ପୁରୁଲିଆ ଜିଲ୍ଲାର ରଘୁନାଥପୁର ତାପଜ ଶକ୍ତି କେନ୍ଦ୍ରର ଦ୍ୱିତୀୟ ପର୍ଯ୍ୟାୟ (୨ ଗୁଣନ ୬୬୬୦ ମେଗାୱାଟ)ର ଶିଳାନ୍ୟାସ କରିବେ । ଦାମୋଦର ଉପତ୍ୟକା ନିଗମର ଏହି କୋଇଲାଭିତ୍ତିକ ତାପଜ ଶକ୍ତି ପ୍ରକଳ୍ପ ଅତ୍ୟାଧୁନିକ ଯାନ୍ତ୍ରିକ ବ୍ୟବସ୍ଥା ଦ୍ୱାରା ପରିଚାଳିତ । ଏହା ଦେଶର ଶକ୍ତି ସୁରକ୍ଷା ଦିଗରେ ବେଶ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ମେଜିଆ ତାପଜ ଶକ୍ତି କେନ୍ଦ୍ରର (ଏଫଜିଡି) ପ୍ରଣାଳୀ ଏହାର ସାଢ଼େ ୮ ନମ୍ବର ୟୁନିଟର ଉଦଘାଟନ କରିବେ । ୬୫୦ କୋଟି ଟଙ୍କା ବ୍ୟୟରେ ଏହି ଏଫଜିଡି ପ୍ରଣାଳୀ ଫ୍ଲୁ ଗ୍ୟାସରୁ ସଲଫର ଡାଇଅକ୍ସାଇଡ ଅଲଗା କରି ଗନ୍ଧକ ପ୍ରସ୍ତୁତ କରିବ ଓ ତାହା ସିମେଣ୍ଟ କାରଖାନାରେ ବ୍ୟବହୃତ ହୋଇପାରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ୧୦୦ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଫାରାକ୍କା-ରାଇଗଞ୍ଜ ଏନଏଚ-୧୨ର ଚାରିଲେନ ବିଶିଷ୍ଟ ସଡ଼କ ପ୍ରକଳ୍ପ ଉଦଘାଟନ କରିବେ । ପ୍ରାୟ ୧୯୮୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଯୋଗୁ ଗହଳି ହ୍ରାସ ପାଇବା ସହ ଉତ୍ତର ବଙ୍ଗ ଓ ଉତ୍ତର-ପୂର୍ବ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶ ହେବ ।

ଶ୍ରୀ ମୋଦୀ ମଧ୍ୟ ପଶ୍ଚିମବଙ୍ଗରେ ୯୪୦ କୋଟିରୁ ଊଦ୍ଧ୍ୱର୍ ଅର୍ଥର ଚାରିଟି ରେଳ ପ୍ରକଳ୍ପ ଉଦଘାଟନ କରିବେ । ଏଥିମଧ୍ୟରେ ଦାମୋଦର-ମୋହିଶୀଲା ରେଳପଥ ଦୋହରୀକରଣ, ରାମପୁରହାଟ-ମୁରାରାଇର ତୃତୀୟ ରେଳପଥ, ବଜାରସାଓ-ଅଜିମଗଞ୍ଜ ରେଳପଥ ଦୋହରୀକରଣ ଓ ଅଜିମଗଞ୍ଜ-ମୁର୍ଶିଦାବାଦ ନୂତନ ରେଳପଥ ସଂଯୋଗୀକରଣ ଅନ୍ତର୍ଭୁକ୍ତ ।

ବିହାର ଔରଙ୍ଗାବାଦରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଔରଙ୍ଗାବାଦରେ ୨୧୪୦୦ କୋଟି ଟଙ୍କାର ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀ ମଧ୍ୟ ୧୮୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର କେତେକ ଜାତୀୟ ରାଜପଥର ଶିଳାନ୍ୟାସ ଓ ଉଦଘାଟନ କରିବେ । ଯେଉଁ ପ୍ରକଳ୍ପଗୁଡ଼ିକ ଉଦଘାଟିତ ହେବ ସେଥିମଧ୍ୟରେ ୬୩.୪ କିଲୋମିଟର ଦୀର୍ଘ ଜୟନଗର-ନରହିଆ ସେକ୍ସନ ଏନଏଚ-୨୨୭, ଏନଏଚ-୧୩୧ଜି ଅନ୍ତର୍ଗତ କାହ୍ୱାଉଲୀରୁ ରାମନଗର ଛଅ ଲେନ ବିଶିଷ୍ଟ ପାଟନା ରିଂ ରୋଡ, କିଶନଗଞ୍ଜ ସହରରେ ୩.୨ କିମି ଦୀର୍ଘ ଉଡ଼ନ୍ତା ପୋଲ, ୪୭ କିମି ଦୀର୍ଘ ବକ୍ତିଆରପୁର-ରାଜୌଲୀ ଚାରି ଲେନ ଯୁକ୍ତ ସଡ଼କ ଓ ୫୫ କିମି ଦୀର୍ଘ ଆରା-ପରାରିୟା ଏନଏଚ-୩୯ ସେକ୍ସନ ରୋଡ଼ ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ଛଅଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିବେ । ସେଗୁଡ଼ିକ ମଧ୍ୟରେ ଅମାସରୁ ଶିବରାମପୁର ୫୫ କିମି ଦୀର୍ଘ ସବୁଜ ଜାତୀୟ ରାଜପଥ, ୫୪ କିମି ଦୀର୍ଘ ଶିବରାମପୁର-ରାମନଗର ରାଜପଥ, ୪୭ କିମି ଦୀର୍ଘ ଚାରି ଲେନ ଯୁକ୍ତ ବଳଭଦ୍ରପୁର-ବେଲା ନୱାଜା, ୨୫ କମି ଦୀର୍ଘ ଦାନାପୁର-ବିହିଟା-କେଇଆର ସେକ୍ସନ ସଡ଼କ ଅନ୍ତର୍ଭୁକ୍ତ

ନମାମି ଗଙ୍ଗେ ପ୍ରକଳ୍ପ ଅଧିନରେ ପ୍ରଧାନମନ୍ତ୍ରୀ ପ୍ରାୟ ୨୧୯୦ କୋଟି ଟଙ୍କା ବ୍ୟୟରେ ୧୨ଟି ପ୍ରକଳ୍ପ ଉଦଘାଟନ କରିବେ । ସେଗୁଡ଼ିକ ମଧ୍ୟରେ ସଇଦପୁର-ପାହାଲି ବର୍ଜ୍ୟ ପରିଚାଳନା ପ୍ଲାଣ୍ଟ, ସଇଦପୁର, ବେଉର, ପାହାରୀ ଜେନା ଆଇଭିଏ, କର୍ମାଲୀଛକ ସେଓରନେଟୱର୍କ, ବାରା, ଛାପ୍ରା, ନୈଗାଛିଆ, ସୁଲତାନଗଞ୍ଜ, ସୋନପୁର ଟାଉନ ମଇଳା ଜଳ ନିଷ୍କାସନ ଓ ବର୍ଜ୍ୟ ପରିଚାଳନା ପ୍ଲାଣ୍ଟ ଅନ୍ତର୍ଭୁକ୍ତ । ଗଙ୍ଗା ନଦୀକୁ ଜଳ ନିଷ୍କାସନ ଆଗରୁ ଏହି ସବୁ ପ୍ଲାଣ୍ଟ ଜଳ ବିଶୋଧନକୁ ସୁନିଶ୍ଚିତ କରିବ ।

ପ୍ରଧାନମନ୍ତ୍ରୀ ପାଟନା ୟୁନିଟ ମଲର ମଧ୍ୟ ଶିଳାନ୍ୟାସ କରିବେ । ୨୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏହି ମଲ ଆନ୍ତର୍ଜାତିକ ଡିଜାଇନ ମାନର ରହିବା ସହ ଏହା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅନ୍ୟାନ୍ୟ ସାମଗ୍ରୀ ଓ କଳାକୃତି ପ୍ରଦର୍ଶନ ପାଇଁ ସ୍ଥାନ ଦେବେ । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ ୩୬ଟି ବୃହତ ଷ୍ଟଲ ଓ ବିହାରର ପ୍ରତ୍ୟେକ ଜିଲ୍ଲା ନିମନ୍ତେ ୩୮ଟି କ୍ଷୁଦ୍ର ଷ୍ଟଲ ରହିବ । ଏହି ମଲ ଗୋଟିଏ ଜିଲ୍ଲା ଗୋଟିଏ ସାମଗ୍ରୀ, ଭୌଗଳିକ ପରିଚିତି (ଜିଆଇ) ସାମଗ୍ରୀ ଓ ବିହାର ଏବଂ ଭାରତର ହସ୍ତକଳା ସାମଗ୍ରୀ ଜନାଦ୍ରୁତ କରାଇବ ।

ପ୍ରଧାନମନ୍ତ୍ରୀ ମଧ୍ୟ ବିହାରର ତିନିଟି ରେଳ ପ୍ରକଳ୍ପକୁ ଉତ୍ସର୍ଗ କରିବେ । ସେଗୁଡ଼ିକ ମଧ୍ୟରେ ପାଟଳିପୁତ୍ର-ପହେଲଦା ପ୍ରକଳ୍ପ ଦୋହାରୀକରଣ, ୨୬ କିମି ଦୀର୍ଘ ବନ୍ଧୁଆ-ପାରମର ନୂତନ ରେଳପଥ ଓ ଗୟାରେ ମେମୁ ରହଣିସ୍ଥଳ ଅନ୍ତର୍ଭୁକ୍ତ । ଶ୍ରୀ ମୋଦୀ ଆରା ବାଇପାସ ରେଳପଥର ଶିଳାନ୍ୟାସ କରିବେ ।

 

ବିହାର ବେଗୁସରାଇରେ ପ୍ରଧାନମନ୍ତ୍ରୀ

ବେଗୁସରାଇରେ ଅନୁଷ୍ଠିତ ସାଧାରଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୧.୪୮ ଲକ୍ଷ କୋଟି ଟଙ୍କାର ତୈଳ ଓ ବାଷ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଏହି ପ୍ରକଳ୍ପ ଦେଶର ଅନେକ ରାଜ୍ୟ ଯଥା ବିହାର, ହରିୟାଣା, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ ଓ କର୍ଣ୍ଣାଟକ ସହିତ କେଜି ବେସିନକୁ ସଂଯୋଗ କରିବ ।

ପ୍ରଧାନମନ୍ତ୍ରୀ କେଜି ବେସିନରୁ ପ୍ରଥମ ତୈଳ ଉତ୍ପାଦନ ଦେଶ ଉଦେଶ୍ୟରେ ସମର୍ପଣ କରିବେ । ପ୍ରଥମ ଅଶୋଧିତ ତୈଳ ଟ୍ୟାଙ୍କର ଓଏନଜିସି କ୍ରିଷ୍ଣା ଗୋଳାବରୀ ଗଭୀର ଜଳ ପ୍ରକଳ୍ପ ପରିବହନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଭାରତ ଶକ୍ତି କ୍ଷେତ୍ରରେ ଏହି ଐତିହାସିକ ସଫଳତା ଯୋଗୁ ଆମର ଶକ୍ତି ଆମଦାନୀ ନେଇ ବିଦେଶ ଉପରେ ନିର୍ଭରଶୀଳତା ମଧ୍ୟ ହ୍ରାସ ପାଇବ ।

୧୪୦୦୦ କୋଟି ଟଙ୍କାର ତୈଳ ଓ ଗ୍ୟାସ କ୍ଷେତ୍ର ପ୍ରକଳପ୍ ବିହାରରେ ହାତକୁ ନିଆଯିବ । ଏଥି ମଧ୍ୟରେ ୧୧୪୦୦ କୋଟି ଟଙ୍କାର ବାରାଉଣୀ ତୈଳ ବିଶୋଧନ ପ୍ରକଳ୍ପ ସମ୍ପ୍ରସାରଣ ଓ ବାରାଉଣୀ ତୈଳ ବିଶୋଧନାଗାର ଗ୍ରୀଡ୍ ଭିତ୍ତିଭୂମି ପ୍ରକଳ୍ପ ଉଦଘାଟନ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ପାରାଦୀପ-ହଳଦିଆ-ଦୁର୍ଗାପୁର ଏଲପିଜି ପାଇପଲାଇନର ପାଟନା ମୁଜାଫରପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ଅନ୍ତର୍ଭୁକ୍ତ ।

ଅନ୍ୟାନ୍ୟ ତୈଳ ଓ ଗ୍ୟାସ ପ୍ରକଳ୍ପ ସମ୍ପ୍ରସାରଣ ମଧ୍ୟରେ ପାନିପଥ ବିଶୋଧନାଗାର ଓ ପେଟ୍ରୋରସାୟନ କମ୍ପ୍ଲେକ୍ସ ହରିୟାଣା, ପାନିପଥ ବିଶୋଧନାଗାରରେ ୩୪ ଇଥାନଲ ପ୍ଲାଣ୍ଟ ଓ କାଟାଲିଷ୍ଟପ୍ଲାଣ୍ଟ, ଆନ୍ଧ୍ର ପ୍ରଦେଶରେ ବିକାଶ ବିଶୋଧନାଗାର ଆଧୁନିକୀକରଣ ପ୍ରକଳ୍ପ (ଭିଆରଏମପି), ବାଜିଲିକା, ଗଙ୍ଗା ନଗର ଓ ହନୁମାନ ଗ୍ରହ ଜିଲ୍ଲାରେ ନଗରୀ ଗ୍ୟାସ ବଣ୍ଟନ ବ୍ୟବସ୍ଥା, କର୍ଣ୍ଣାଟକର ଗୁଲବର୍ଗାରେ ନୂତନ ପିଓଏଲ ଡିପୋ ଇତ୍ୟାଦି । ପ୍ରଧାନମନ୍ତ୍ରୀ ମଧ୍ୟ ଭାରତୀୟ ପେଟ୍ରୋଲିୟମ ଓ ଶକ୍ତି ପ୍ରତିଷ୍ଠାନ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ହିନ୍ଦୁସ୍ତାନ ଭର୍ବରିକ ଓ ରସାୟନ ଲିମିଟେଡ ସାର କାରଖାନା ବାରାଉଣୀରେ ଉଦଘାଟନ କରିବେ । ୯୫୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି କାରଖାନା ଯୋଗୁ ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ୟୁରିଆ ମିଳିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ୩୯୧୭ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପ ଉଦଘାଟନ କରିବେ । ସେଥିମଧ୍ୟରେ ରାଘୋପୁର-ଫର୍ବିସଗଞ୍ଜ ରେଳପଥ ପ୍ରଶସ୍ତୀକରଣ, ମକୁରିଆ-କଟିହାର-କୁମେଜପୁର ରେଳପଥ, ବାରାଉଣୀ-ବଚୱାରା ତୃତୀୟ ଓ ଚତୁର୍ଥ ଲାଇନ, କଟିହାର-ଯୋଗବାଣୀ ବିଦ୍ୟୁତିକରଣ ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ଗୃହପାଳିତ ପଶୁଙ୍କ ନିମନ୍ତେ ଡିଜିଟାଲ ଡାଟାବେସ ‘ଭାରତ ପଶୁଧନ’ ଉତ୍ସର୍ଗ କରିବେ । ଏହା ଚାଷୀମାନଙ୍କୁ ସଶକ୍ତ କରିବ ଓ ସେମାନେ ବିଭିନ୍ନ ରୋଗ ନିରୀକ୍ଷଣ କରିପାରିବେ ।

ପ୍ରଧାନମନ୍ତ୍ରୀ ମଧ୍ୟ ୧୯୬୨ ଫାର୍ମର୍ସ ଆପ, ଚାଷୀଙ୍କ ହିତ ନିମନ୍ତେ ଶୁଭାରମ୍ଭ କରିବେ ।

********

SM/MB



(Release ID: 2010799) Visitor Counter : 47