ଅର୍ଥ ମନ୍ତ୍ରଣାଳୟ
କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ ଇଡିଆଇଓ ଲ୍ୟାଣ୍ଡ କଷ୍ଟମ୍ କେନ୍ଦ୍ର ଆସନ୍ତାକାଲି ଉଦ୍ଘାଟନ କରିବେ
Posted On:
28 FEB 2024 5:33PM by PIB Bhubaneshwar
କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆସନ୍ତାକାଲି ଉତ୍ତର ପୂର୍ବଞ୍ଚଳ ରାଜ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ ଲ୍ୟାଣ୍ଡ କଷ୍ଟମ୍ସ କେନ୍ଦ୍ର ଓ ଏଥିରେ ଥିବା ଇଲେକ୍ଟ୍ରୋନିକ ଡାଟା ଇଣ୍ଟରଚେନ (ଇଡିଆଇ) ବ୍ୟବସ୍ଥାକୁ ଉଦ୍ଘାଟନ କରିବେ । ଆଭାସୀ ବ୍ୟବସ୍ଥାରେ ଏହି ଉଦ୍ଘାଟନ କାର୍ଯ୍ୟ ସମାପନ ହେବ । ଏହା ଫଳରେ ଉତ୍ତର ପୂର୍ବାଞ୍ଚଳରେ ବ୍ୟାବସାୟିକ ସୁଗମତା ବଢିବା ସହିତ ଆଞ୍ଚଳିକ ବାଣିଜ୍ୟ କାରବାର ସୁବିଧା ବୃଦ୍ଧି ପାଇବ ।
ଏହି କାର୍ଯ୍ୟକ୍ରମ ପରେ କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ଏକ ଉତ୍ସବର ଆୟୋଜନ କରିବ । ଏଥିରେ ସୀମା ଶୁଳ୍କ ବିଭାଗ ଦ୍ୱାରା ଜବତ ହୋଇଥିବା ମୂଲ୍ୟବାନ କଳାକୃତିଗୁଡିକୁ ଭାରତୀୟ ପ୍ରତ୍ନତାତ୍ତିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)କୁ ହସ୍ତାନ୍ତର କରାଯିବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମ ମଧ୍ୟ ଆଭାସୀ ବ୍ୟବସ୍ଥାରେ ଅନୁଷ୍ଠିତ ହେବ ।
କେନ୍ଦ୍ରୀୟ ସୀମା ଶୁଳ୍କ ବିଭାଗ ଦେଶର ବିଭିନ୍ନ ଅଞ୍ଚଳରୁ ଚୋରି ହୋଇଯାଇଥିବା ଅନେକ ପ୍ରାଚୀନ କଳାକୃତିକୁ ଜବତ କରିଛି । ସେଥିମଧ୍ୟରୁ ୧୦୧ଟି ପ୍ରାଚୀନ କଳାକୃତ୍ତିକୁ ଏସଏସ୍ଆଇର ସାତୋଟି ଆଞ୍ଚଳିକ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯିବ । ଏହି ଆଞ୍ଚଳିକ କାର୍ଯ୍ୟାଳୟଗୁଡିକ ହେଲା, ଭୁବନେଶ୍ୱର, ଭୋପାଳ, ବେଙ୍ଗାଲୁରୁ, ଗୁଆହାଟୀ, ପୁଣେ, ମୁମ୍ବାଇ ଓ ଦିଲ୍ଲୀ ।
*****
TKM/SLP
(Release ID: 2009924)
Visitor Counter : 62