ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଫେବୃଆରୀ ୧୯ରେ ଉତ୍ତର ପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ


ଶ୍ରୀ କଲ୍କି ଧାମ ମନ୍ଦିରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ


ୟୁପି ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ ୨୦୨୩ ର ଚତୁର୍ଥ ଗ୍ରାଉଣ୍ଡ ବ୍ରେକିଂ ସମାରୋହରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶରେ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୪୦୦୦ ପ୍ରକଳ୍ପର ଶୁଭାରମ୍ଭ କରିବେ

Posted On: 17 FEB 2024 8:45PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୯, ୨୦୨୪ରେ ଉତ୍ତର ପ୍ରଦେଶ ଗସ୍ତ କରିବେ।

ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ସମ୍ଭାଲ ଜିଲ୍ଲାରେ ଶ୍ରୀ କଲ୍କି ଧାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ କଲ୍କି ଧାମ ମନ୍ଦିରର ମଡେଲ ଉନ୍ମୋଚନ କରିବେ ଏବଂ ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବେ ଶ୍ରୀ କଲ୍କି ଧାମ ନିର୍ମାଣ ଟ୍ରଷ୍ଟ ଦ୍ୱାରା ଶ୍ରୀ କଲ୍କି ଧାମ ନିର୍ମାଣ କରାଯାଉଛି ଯାହାର ଅଧ୍ୟକ୍ଷ ହେଉଛନ୍ତି ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣାମ୍ ଏହି କାର୍ଯ୍ୟକ୍ରମରେ ବହୁ ସାଧୁସନ୍ଥ, ଧାର୍ମିକ ନେତା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ

ଫେବୃଆରୀ ୨୦୨୩ ରେ ଅନୁଷ୍ଠିତ ୟୁପି ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ ୨୦୨୩ (ୟୁପିଜିଆଇଏସ ୨୦୨୩) ସମୟରେ ମିଳିଥିବା ପୁଞ୍ଜି ନିବେଶ ପ୍ରସ୍ତାବପାଇଁ ଚତୁର୍ଥ ଗ୍ରାଉଣ୍ଡ ବ୍ରେକିଂ ସମାରୋହରେ ପ୍ରଧାନମନ୍ତ୍ରୀ ଅପରାହ୍ନ ପ୍ରାୟ ୧ଟା ୪୫ ମିନିଟରେ ସମଗ୍ର ଉତ୍ତର ପ୍ରଦେଶରେ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୪୦୦୦ ପ୍ରକଳ୍ପର ଶୁଭାରମ୍ଭ କରିବେ ମାନୁଫାକ୍ଚରିଂ, ଅକ୍ଷୟ ଶକ୍ତି, ଆଇଟି ଆଇଟିଇଏସ୍, ଫୁଡ୍ ପ୍ରୋସେସିଂ, ହାଉସିଂ ଆଣ୍ଡ ରିଅଲ୍ ଇଷ୍ଟେଟ୍, ଆତିଥ୍ୟ ମନୋରଞ୍ଜନ, ଶିକ୍ଷା ଆଦି କ୍ଷେତ୍ରରେ ଏହି ପ୍ରକଳ୍ପ ରହିଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିଳ୍ପପତି, ଶୀର୍ଷ ବୈଶ୍ୱିକ ଭାରତୀୟ କମ୍ପାନୀର ପ୍ରତିନିଧି, ରାଷ୍ଟ୍ରଦୂତ ହାଇ କମିଶନର ଏବଂ ଅନ୍ୟାନ୍ୟ ସମ୍ମାନିତ ଅତିଥିଙ୍କ ସମେତ ପାଖାପାଖି ୫୦୦୦ ପ୍ରତିଯୋଗୀ ଯୋଗଦେବେ

 

BS



(Release ID: 2007139) Visitor Counter : 58