ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ଚାଉଳ ଓ ଧାନ ବ୍ୟବସାୟୀ, ପାଇକାରୀ ବିକ୍ରେତା, ଖୁଚୁରା ବିକ୍ରେତା, ବିଗ୍‌ଚେନ ରିଟେଲର, ମିଲର୍ସ ଓ ପ୍ରୋସେସରଙ୍କୁ ନିଜ ନିଜର ଷ୍ଟକର ତଥ୍ୟ ବାଧ୍ୟତାମୂକଳ ଭାବେ ପ୍ରଦର୍ଶନ କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ


‘ଭାରତ ରାଇସ’ ବ୍ରାଣ୍ଡରେ କେନ୍ଦ୍ର ସରକାର ଖାଉଟିଙ୍କୁ ଖୁଚୁରାରେ ଚାଉଳ ବିକିବେ

ଅତ୍ୟାବଶ୍ୟକ ଦ୍ରବ୍ୟର ରପ୍ତାନୀ ନିୟନ୍ତ୍ରଣ ବ୍ୟବସ୍ଥାର ସମୀକ୍ଷା ପ୍ରସ୍ତାବ ନାହିଁ: କେନ୍ଦ୍ର ଯୋଗାଣ ସଚିବ

ଗହମର ମୂଲ୍ୟ ହ୍ରାସ ଧାରା ଆରମ୍ଭ ହୋଇଛି; ଏଯାଏ ଓଏମ୍‌ଏସ୍‌‌ଏସ୍ (ଡି) ଅଧୀନରେ ୭୫.୨୬ ଲକ୍ଷ ମେଟ୍ରିକ ଟନ୍ ଗହମ ବିକ୍ରି ସରିଲାଣି: ଯୋଗାଣ ସଚିବ

Posted On: 02 FEB 2024 2:08PM by PIB Bhubaneshwar

ଦେଶରେ ଦେଖାଦେଇଥିବା ଖାଦ୍ୟ ମହଙ୍ଗାକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଚାଉଳ ଓ ଅଟା ଭଳି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଏବଂ କଳାବଜାରୀ ଆଦିକୁ ରୋକିବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଧାନ ଓ ଚାଉଳ ବ୍ୟବସାୟୀ ଏହାର ପାଇକାରୀ ଓ ଖୁଚୁରା ବିକ୍ରେତା, ବିଗ୍‌ଚେନ ରିଟେଲର, ମିଲର୍ସ ଓ ପ୍ରସେସରମାନଙ୍କୁ ସେମାନଙ୍କ ପାଖରେ ଥିବା ସାମଗ୍ରୀର ଷ୍ଟକ (ମହଜୁଦ) ପରିମାଣ ବାଧ୍ୟତାମୂଳକ ଭାବେ ପ୍ରଦର୍ଶନ କରିବାକୁ ପଡିବ । ଏହାର ଅର୍ଥ ସେମାନଙ୍କ ପାଖରେ ଯେତେ ଚାଉଳ ଓ ଧାନ ଥିବ ତାହା ସେମାନେ ଦର୍ଶାଇବେ ଏବଂ ତା’ଠାରୁ ଅଧିକ ରଖିଲେ ତାହା ଦଣ୍ଡନୀୟ ଅପରାଧ ଭାବେ ଗଣ୍ୟ ହେବ । ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଏହି ନିୟମ ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ । ସମ୍ପୃକ୍ତ ବିକ୍ରେତା, ମିଲର୍ସ ଓ ପ୍ରୋସେସରମାନଙ୍କୁ ମଧ୍ୟ ନିଜର ଷ୍ଟକକୁ ବିଭିନ୍ନ ବର୍ଗରେ ଦର୍ଶାଇବାକୁ ପଡିବ । ଯଥା ଭଙ୍ଗା, ଅଭଙ୍ଗା ଚାଉଳ, ଅଣବାସମତି ଧଳା ଚାଉଳ, ଉଷୁନା ଚାଉଳ, ବାସମତି ଚାଉଳ ଓ ଧାନ ବିଭିନ୍ନ ବର୍ଗରେ ଷ୍ଟକ ପରିମାଣ ଦର୍ଶାଇବାକୁ ପଡିବ । ନିର୍ଦ୍ଦେଶ ଅନୁସାରେ ଏହି ବ୍ୟବସାୟୀମାନେ ପ୍ରତି ସପ୍ତାହର ଶୁକ୍ରବାର ନିଜ ନିଜର ଧାନ ଚାଉଳ ଷ୍ଟକ ପରିମାଣ ଏକ ସରକାରୀ ପୋର୍ଟାଲରେ ଦର୍ଶାଇବେ । ସେହି ପୋର୍ଟାଲ ହେଲା (https://evegoils.nic.in/rice/login.html)। ଏହି ପୋର୍ଟାଲ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଦ୍ୱାରା ପରିଚାଳିତ । ଏହି ସରକାରୀ ନିର୍ଦ୍ଦେଶ ଜାରି ହେବାର ସାତଦିନ ମଧ୍ୟରେ ସମ୍ପୃକ୍ତ ବ୍ୟବସାୟୀ, ମିଲର୍ସ ଓ ପ୍ରୋସେସରଙ୍କୁ ଧାନ ଚାଉଳର ଷ୍ଟକ ପୋର୍ଟାଲରେ ପ୍ରଦର୍ଶନ କରିବାକୁ ପଡିବ । 

କେନ୍ଦ୍ର ଯୋଗାଣ ସଚିବଙ୍କ ସୂତ ଅନୁସାରେ ଦେଶର ଖାଦ୍ୟ ଅର୍ଥନୀତିରେ ଏବେ ଯେଉଁ ସ୍ଫୀତି ଆସିଛି ଓ ଖାଦ୍ୟଶସ୍ୟର ମୂଲ୍ୟ ବୃଦ୍ଧି ଘଟିଛି ତାହାକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ଲୋକଙ୍କୁ ସିଧାସଳଖ ଚାଉଳ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଚାଉଳ ‘ଭାରତ ରାଇସ’ବ୍ରାଣ୍ଡରେ ସାଧାରଣ ଖାଉଟିକୁ ଖୁଚୁରା ବଜାରରେ ବିକ୍ରି କରାଯିବ । ପ୍ରଥମ ପର୍ଯ୍ୟାୟରେ ‘ଭାରତ ରାଇସ’ ବ୍ରାଣ୍ଡରେ ବିକ୍ରି ପାଇଁ ୫ଲକ୍ଷ ମେଟ୍ରିକ ଟନ୍ ଚାଉଳ ବରାଦ କରାଯାଇଛି । ଏସବୁ ଚାଉଳ ନାଫେଡ, ଏନ୍‌ସିସିଏଫ ଓ କେନ୍ଦ୍ରୀୟ ଭଣ୍ଡାର ମାଧ୍ୟମରେ ସିଧାସଳଖ ବିକ୍ରି କରାଯିବ । ଏହି ‘ଭାରତ ରାଇସ’ର ମୂଲ୍ୟ କେଜି ପିଛା ୨୯ଟଙ୍କା ରଖାଯାଇଛି । ଏହା ପାଞ୍ଚ ଓ ୧୦ କିଲୋଗ୍ରାମ ବିଶିଷ୍ଟ ପ୍ୟାକେଟରେ ମିଳିବ । ଏହି ଭାରତ ରାଇସ ଉପରଲିଖିତ ତିନିଟି କେନ୍ଦ୍ରୀୟ ସମବାୟ ସଂସ୍ଥାର ବିକ୍ରୟ କେନ୍ଦ୍ର ତଥା ମୋବାଇଲ ଭ୍ୟାନରୁ ଖାଉଟିଙ୍କୁ ତତ୍କାଳ ମିଳିପାରିବ । ପରେ ଇ-କମର୍ସ ପ୍ଲାଟଫର୍ମରୁ ମଧ୍ୟ ଖାଉଟି ଏହି ଭାରତ ରାଇସ ସକରାରଙ୍କ ଦ୍ୱାରା ସ୍ଥିରୀକୃତ ମୂଲ୍ୟରେ କିଣି ପାରିବେ ।

ଚଳିତବର୍ଷ ଖରିଫ ଋତୁରେ ଉତ୍ତମ ଫସଲ ଅମଳ ସତ୍ୱେ ଦେଶରେ ଚାଉଳର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ଚାଉଳ ରପ୍ତାନୀ ଉପରେ ସରକାର ବିଭିନ୍ନ ପ୍ରକାର କଟକଣା ଜାରି କରିଥିବାବେଳେ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଏବଂ ଅନ୍ୟାନ୍ୟ ଯୋଗାଣ ଶୃଙ୍ଖଳାରେ ପ୍ରଚୁର ଚାଉଳ ମହଜୁଦ ରହିଛି । ଗତ ଏକବର୍ଷ ମଧ୍ୟରେ ଦେଶରେ ଚାଉଳର ଖୁଚୁରା ମୂଲ୍ୟ ୧୪.୫୧ ଶତାଂଶ ବଢିଛି । ସୁତରାଂ ଚାଉଳର ମୂଲ୍ୟ ବୃଦ୍ଧିକୁ ରୋକିବା ପାଇଁ ଭାରତ ସରକାର ଇତିମଧ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିସାରିଛନ୍ତି ।

 ଏଫସିଆଇ ପାଖରେ ଉତ୍ତମ ମାନର ପ୍ରଚୁର ଚାଉଳ ଗଚ୍ଛିତ ଅଛି । ଏହାକୁ ଓଏମ୍‌ଏସ୍‌ଏସ୍‌(ଡି) ଅଧୀନରେ ବ୍ୟବସାୟୀ, ପାଇକାରୀ ବିକ୍ରେତାଙ୍କୁ କିଲୋ ପିଛା ୨୯ ଟଙ୍କା ମୂଲ୍ୟରେ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଖୋଲା ବଜାରରେ ଚାଉଳର ବିକ୍ରି ବଢାଇବା ପାଇଁ ଭାରତ ସରକାର ଚାଉଳର ସଂରକ୍ଷିତ ମୂଲ୍ୟ (ରିଜର୍ଭ ପ୍ରାଇସ) କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରୁ ୨୯୦୦ ଟଙ୍କାକୁ ହ୍ରାସ କରିଛନ୍ତି । ଆହୁରି ମଧ୍ୟ ଏହି ଯୋଜନାରେ ସର୍ବନିମ୍ନ ଓ ସର୍ବାଧିକ ଚାଉଳ ଯୋଗାଣ (ବିକ୍ରି) ପରିମାଣକୁ ସଂଶୋଧିତ କରାଯାଇ ଯଥାକ୍ରମେ ଏକ ମେଟ୍ରିକ ଟନ୍ ଓ ୨୦୦୦ ମେଟ୍ରିକ ଟନ୍ କରାଯାଇଛି । ଏହା ସହିତ ଲୋକଙ୍କୁ ଚାଉଳ ଯୋଗାଣ ଓ ଏହାର ସ୍ଥିତି ଘେନି ଏଫ୍‌ସିଆଇ ଆଞ୍ଚଳିକ ଦପ୍ତରଗୁଡିକ ମାଧ୍ୟମରେ ବ୍ୟାପକ ପ୍ରଚାର କାର୍ଯ୍ୟ ଚାଲିଛି । ଏହା ଫଳରେ ଚାଉଳର ବିକ୍ରି କ୍ରମଶଃ ବଢୁଛି । ୨୦୨୪ ଜାନୁୟାରୀ ୩୧ତାରିଖ ସୁଦ୍ଧା ଖୋଲା ବଜାରରେ ୧.୬୬ ଲକ୍ଷ ମେଟ୍ରିକ ଟନ୍ ଚାଉଳ ବିକ୍ରି କରାଯାଇଛି । ଓଏମ୍‌ଏସ୍‌ଏସ୍‌(ଡି) ଅଧୀନରେ ଖୋଲା ବଜାରରେ ଏହା ସବୁଠୁ ଅଧିକ ଚାଉଳ ବିକ୍ରି ।

 ଏହାଛଡା ଭଙ୍ଗା ଚାଉଳର ରପ୍ତାନୀ ନୀତକୁ ସଂଶୋଧନ କରାଯାଇ ‘ମୁକ୍ତରୁ’ବର୍ଗରୁ ‘ନିଷିଦ୍ଧ’ ବର୍ଗ କରାଯାଇଛି । ୨୦୨୨ ସେପ୍ଟେମ୍ବର ୯ରୁ ଏହା କାର୍ଯ୍ୟକାରୀ ହୋଇଛି । ଅଣବାସମତି ଚାଉଳ କ୍ଷେତ୍ରରେ ଏହାର ରପ୍ତାନୀ ଉପରେ ୨୦% ରପ୍ତାନୀ ଶୁଳ୍କ ୨୦୨୨ ସେପ୍ଟେମ୍ବର ୮ରୁ ଲାଗୁ କରାଯାଇଛି । ଭାରତରୁ ରପ୍ତାନୀ ହେଉଥିବା ମୋଟ ଚାଉଳ ମଧ୍ୟରେ ଅଣବାସମତି ଚାଉଳର ଅଂଶ ୨୫ ଶତାଂଶ । ଚାଉଳ ମୂଲ୍ୟକୁ ନିୟନ୍ତ୍ରିତ କରିବା ପାଇଁ ଏଭଳି ପଦକ୍ଷେପ ସରକାର ଗ୍ରହଣ କରିଛନ୍ତି ।

ପରବର୍ତ୍ତୀ ।ସମୟରେ ସରକାର ଅଣବାସମତି ଧଳା ଚାଉଳର ରପ୍ତାନୀ ନୀତିକୁ ସଂଶୋଧିତ କିର ଏହାକୁ ‘ମୁକ୍ତ’ରୁ ‘ନିଷିଦ୍ଧ’ ପର୍ଯ୍ୟାୟଭୁକ୍ତ କରିଛନ୍ତି । ୨୦୨୩ ଜୁଲାଇ ୨୦ ରୁ ଏହା ଲାଗୁ ହୋଇଛି । ବାସମତି ଚାଉଳ କ୍ଷେତ୍ରରେ ଯାହା ମେଟ୍ରିକ ଟନ୍ ମୂଲ୍ୟ ୯୫୦ ଆମେରିକୀୟ ଡଲାର ବା ତା’ଠାରୁ ଅଧିକ କେବଳ ତାହାର ରପ୍ତାନୀକୁ ଅନୁମତି ଦିଆଯାଇଛି । ଉଷୁନା ଚାଉଳ ରପ୍ତାନୀ ଉପରେ ୨୦ଶତାଂଶ ରପ୍ତାନୀ ଟିକସ ଲାଗୁ କରାଯାଇଛି ଓ ତାହା ୨୦୨୪ ମାର୍ଚ୍ଚ ୩୧ ଯାଏ ବଳବତ୍ତର ରହିବ । ଏସବୁ ପଦକ୍ଷେପ ଫଳରେ ଦେଶରେ ଚାଉଳ ମୂଲ୍ୟ ବୃଦ୍ଧି ଉପରେ ନିୟନ୍ତ୍ରଣ ରଖିବାକୁ ସରକାର ଉଦ୍ୟମ କରୁଛନ୍ତି । 

ଏହାଛଡା ଚାଉଳର କୃତ୍ରିମ ଅଭାବ, ମହଜୁଦୀ, କଳାବଜାରୀ ଓ ଅନୈତିକ ବ୍ୟବସାୟକୁ ରୋକିବାକୁ କେନ୍ଦ୍ର ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ତାହାକୁ ବିଭିନ୍ନ ରାଜ୍ୟ ସରକାରଙ୍କ ଜରିଆରେ କାର୍ଯ୍ୟକାରୀ କରାଉଛନ୍ତି । ବଜାରରେ ଚାଉଳର ଅଭାବ ଯେପରି ନ ରହେ ସରକାର ତାହାକୁ ସୁନିଶ୍ଚିତ କରିଛନ୍ତି । 

ବଜାରରେ ଏବେ ଅଟାର ମୂଲ୍ୟ ବୃଦ୍ଧି ଘଟିଛି ଏବଂ ଏହି ଧାରା ସର୍ବଭାରତୀୟ ସ୍ତରରେ ପରିଲକ୍ଷିତ ହେଉଛି । ଗହମ ଓ ଅଟାର ଗଚ୍ଛିତ ସ୍ଥିତି ତଥା ଯୋଗାଣ ଉପରେ ସରକାର ତୀକ୍ଷ୍ମ ନଜର ରଖିଛନ୍ତି । ବିଭିନ୍ନ ପ୍ରକାରରା ପଦକ୍ଷେପ ଗ୍ରହଣ କରାଯିବା ପରେ ଉଭୟ ଗହମ ଓଅଟାର ମୂଲ୍ୟ କ୍ରମଶଃ ହ୍ରାସ ପାଉଥିବା ଦେଖାଦେଇଛି । ଉଭୟ ପାଇକାରୀ ଓ ଖୁଚୁରା ବଜାରରେ ଅଟା ମୂଲ୍ୟ ତଳ ମୁହାଁ ହୋଇଛି । ଖୋଲା ବଜାରରେ ଅଧିକ ଗହମ ଉପଲବ୍ଧ କରି ଅଟା ଦର ଉପରେ ନିୟନ୍ତ୍ରଣ ରଖିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ୨୦୨୩ ଜୁନ ୨୮ରୁ ସାପ୍ତାହିକ ଇ-ଅକ୍ସନ ମାଧ୍ୟମରେ ଖୋଲା ବଜାରକୁ ଗହମ ଅଧିକ ପରିମାଣରେ ଛଡାଯାଇଛି । ଘରୋଇ ମୁକ୍ତ ବଜାର ଯୋଜନା ବା ଓଏମ୍‌ଏସ୍‌ଏସ୍‌ଡି ଅଧୀନରେ ସରକାର ୧୦୧.୫ ଲକ୍ଷ ମେଟ୍ରିକ ଟନ୍ ଗହମ ଖୋଲା ବଜାରକୁ ଛାଡିଛନ୍ତି । ଏଥିରେ ଉନ୍ନତ କିସମ ଗହମର ସଂରକ୍ଷିତ କୁଇଣ୍ଟାଲ ପିଛା ମୂଲ୍ୟ ୨୧୫୦ ଟଙ୍କା ଓ ଏଥିରେ ସାଧାରଣ ଗହମର କୁଇଣ୍ଟାଲ ପିଛା ମୂଲ୍ୟ ୨୧୨୫ ଟଙ୍କା ରଖାଯାଇଥିଲା । ପ୍ରତି ସପ୍ତାହଷର ଗହମଣ ଇ-ଅକ୍ସନ ମାଧ୍ୟମରେ ଖୋଲା ବଜାରରେ ଯୋଗାଣ ବଢୁଥିବାରୁ ଅଟାମୂଲ୍ୟ କ୍ରମଶଃ ନିୟନ୍ତ୍ରଣକୁ ଆସୁଛି । ଏଣିକି ସାପ୍ତାହିକ ଇ-ଅକ୍ସନ ମାଧ୍ୟମରେ ବଜାରକୁ ଅଧିକ ଛାଡିବାକୁ ସରକାର ନିଷ୍ପତ୍ତିତ୍ତନେଇଛନ୍ତି । ଓଏମ୍‌ଏସ୍‌ଏସ୍‌(ଡି) ବ୍ୟବସ୍ଥାରେ ଏଯାଏ ୭୫.୨୬ ଲକ୍ଷ ମେଟ୍ରିକ ଟନ ଗହମ ବିକ୍ରି କରିସାରିଲାରି ବୋଲି କେନ୍ଦ୍ର ଯୋଗାଣ ସଚିବ କହିଛନ୍ତି ।

ସେ କହିଛନ୍ତି ଯେ ଭାରତ ସରକାର ଖାଇବା ତେଲର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାକୁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଅଶୋଧିତ ପାମ୍‌, ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲର ଆମଦାନୀ ଶୁଳ୍କକୁ୨.୫%ରୁ କମାଇା ଶୂନ୍ୟ କରାଯାଇଛି ।ଏସବୁ ରିଫାଇନ ତେଲର ମୌଳିକ ଶୁଳ୍କକୁ ୧୨.୫ ଶତାଂଶଙ୍କୁ ହ୍ରାସ କରାଯାଇଛି ଓ ଏହା ୨୦୨୫ ମାର୍ଚ୍ଚ ୩୧ଯାଏ ବଳବତ୍ତର ରହିବ ।

 

*****

TKM/SLP



(Release ID: 2002108) Visitor Counter : 66