ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରାଣ ପ୍ରତିଷ୍ଠା ପାଇଁ ଶୁଭକାମନା ଜଣାଇଥିବାରୁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ

Posted On: 21 JAN 2024 11:30PM by PIB Bhubaneshwar

ଅଯୋଧ୍ୟା ଧାମରେ ଶ୍ରୀ ରାମ ମନ୍ଦିରରେ କାଲି ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ପାଇଁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଶୁଭକାମନା ଜଣାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ଐତିହାସିକ ମୁହୂର୍ତ୍ତ ଦେଶର ଐତିହ୍ୟ ଏବଂ ସଂସ୍କୃତିକୁ ସମୃଦ୍ଧ କରିବା ସହ ଭାରତର ବିକାଶ ଯାତ୍ରାକୁ ନୂଆ ଉଚ୍ଚତାକୁ ନେଇଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

 

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ମାନନୀୟା ରାଷ୍ଟ୍ରପତି ଜୀ,

 

ଅଯୋଧ୍ୟା ଧାମରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ପବିତ୍ର ଅବସରରେ ଶୁଭକାମନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ମୁଁ ନିଶ୍ଚିତ ଯେ ଏହି ଐତିହାସିକ ମୁହୂର୍ତ୍ତ ଭାରତୀୟ ଐତିହ୍ୟ ଏବଂ ସଂସ୍କୃତିକୁ ଆହୁରି ସମୃଦ୍ଧ କରିବ ଏବଂ ଆମ ବିକାଶ ଯାତ୍ରାକୁ ନୂତନ ଉଚ୍ଚତାକୁ ନେଇଯିବ ।’     

 SR



(Release ID: 1998505) Visitor Counter : 56