ଅର୍ଥ ମନ୍ତ୍ରଣାଳୟ

ପିଏଫଆରଡିଏ ଜାତୀୟ ପେନସନ ବ୍ୟବସ୍ଥା ପାଇଁ କେବଳ ଗୋଟିଏ ପଞ୍ଜୀକରଣ ଆବଶ୍ୟକ କରୁଥିବା ପଏଣ୍ଟ ଅଫ୍ ପ୍ରେଜେନ୍ସ (ପିଓପି) ନିୟମାବଳୀକୁ ସୂଚିତ କରେ

Posted On: 17 JAN 2024 5:49PM by PIB Bhubaneshwar

ପେନସନ ପାଣ୍ଠି ନିୟାମକ ଏବଂ ଉନ୍ନୟନ କର୍ତ୍ତୃପକ୍ଷ (ପିଏଫଆରଡିଏ) ପଏଣ୍ଟ ଅଫ୍ ପ୍ରେଜେନ୍ସ (ପିଓପି) ନିୟମାବଳୀ ୨୦୨୩ ବିଜ୍ଞପ୍ତି ଜାରି କରିଛନ୍ତି, ଯାହା ବ୍ୟବସାୟ କରିବାରେ ସହଜତା ଏବଂ ଡିଜିଟାଲ ମୋଡର ଅଧିକ ବ୍ୟବହାର ଉଦ୍ଦେଶ୍ୟରେ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରିଛି।

ଏହି ବିଜ୍ଞପ୍ତି ଜରିଆରେ ବ୍ୟାଙ୍କ ଓ ଅଣବ୍ୟାଙ୍କଗୁଡ଼ିକ ଏନ୍ ପିଏସ୍ ଗ୍ରାହକଙ୍କୁ ପିଓପି ଭାବେ କାର୍ଯ୍ୟ କରିପାରିବେ। ବର୍ତ୍ତମାନ, ସେମାନେ ପୂର୍ବରୁ ଏକାଧିକ ପଞ୍ଜୀକରଣ ପରିବର୍ତ୍ତେ ଏନପିଏସ ପାଇଁ କେବଳ ଏକକ ପଞ୍ଜୀକରଣ ଆବଶ୍ୟକ କରନ୍ତି ଏବଂ ବ୍ୟାପକ ଡିଜିଟାଲ ଉପସ୍ଥିତି ସହିତ କେବଳ ଗୋଟିଏ ଶାଖା ରେ କାର୍ଯ୍ୟ କରିପାରିବେ । ଆବେଦନଗୁଡ଼ିକର ସମାଧାନ ସମୟ ସୀମା ୬୦ ଦିନରୁ ୩୦ ଦିନକୁ ହ୍ରାସ କରାଯାଇଛି।

ଉପରୋକ୍ତ ସରଳୀକରଣ କେନ୍ଦ୍ର ବଜେଟ ୨୦୨୩-୨୪ ଅନୁଯାୟୀ ଅନୁପାଳନ ଖର୍ଚ୍ଚ ହ୍ରାସ କରିବା ଏବଂ ବ୍ୟବସାୟ କରିବାର ସହଜତା ବୃଦ୍ଧି ପାଇଁ ନିୟମାବଳୀର ସମୀକ୍ଷା କରିବାକୁ ଘୋଷଣା କରାଯାଇଛି ।

https://www.pfrda.org.in//MyAuth/Admin/showimg.cshtml?ID=2861

ବିଜ୍ଞପ୍ତି ପାଇଁ ଏଠାରେ କ୍ଲିକ୍ କରନ୍ତୁ

*********

NS/MB



(Release ID: 1997113) Visitor Counter : 65