ଯୋଗାଯୋଗ ମନ୍ତ୍ରଣାଳୟ
azadi ka amrit mahotsav

ଅନ୍ତର୍ଜାତୀୟ ନମ୍ବରରୁ ଆସୁଥିବା ଆତଙ୍କ ସୃଷ୍ଟିକାରୀ କଲ୍‌ ପ୍ରତି ସତର୍କ ରହିବାକୁ ନାଗରିକମାନଙ୍କୁ ଦୂରସଞ୍ଚାର ବିଭାଗର ପରାମର୍ଶ


ଏଭଳି କଲ୍ ସମ୍ପର୍କରେ ଡିଓଟି କିମ୍ବା ଟେଲିକମ୍ ସେବା ପ୍ରଦାନକାରୀଙ୍କୁ ଜଣାଇବାକୁ ନାଗରିକଙ୍କୁ କୁହାଯାଇଛି

ପୋଷ୍ଟ କରାଯିବା ଦିନାଙ୍କ: 04 JAN 2024 5:08PM by PIB Bhubaneswar

ଭାରତର ଷ୍ଟକ ଏକ୍ସଚେଞ୍ଜ ଏବଂ ଟ୍ରେଡିଂରେ ବାଧା ସୃଷ୍ଟି କରିବା ନେଇ ଦାବି କରୁଥିବା ଅନ୍ତର୍ଜାତୀୟ ନମ୍ବରରୁ ଆସୁଥିବା ଆତଙ୍କ ସୃଷ୍ଟିକାରୀ କଲ୍ ଠାରୁ ସାବଧାନ ରହିବା ଲାଗି କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନ ଦୂରସଞ୍ଚାର ବିଭାଗ (ଡିଓଟି) ନାଗରିକମାନଙ୍କୁ ପରାମର୍ଶ ଦେଇଛି । ଆତଙ୍କ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଦେଶ ବିରୋଧୀ ତତ୍ତ୍ୱମାନେ ଏଭଳି ବିପଜ୍ଜନକ କଲ୍ କରୁଛନ୍ତି।

ଡିଓଟି ସମସ୍ତ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାକୁ ଏଭଳି ନମ୍ବରରୁ ଆସୁଥିବା ବିପଜ୍ଜନକ କଲ୍‌କୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛି। ଏଭଳି କଲ୍ ପାଇବା ପରେ ନାଗରିକମାନେ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାକୁ ହେଲ୍ପ-ସଂଚାରସାଥୀ କିମ୍ବା ସେମାନଙ୍କ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାରେ ରିପୋର୍ଟ କରିବାକୁ ପରାମର୍ଶ ଦିଆଯାଇଛି।

 

*****

P.S/Swadhin/PIB BBSR


(ରିଲିଜ ଆଡି: 1993252) ପରିଦର୍ଶକ କାଉଣ୍ଟର : 159
ଏହି ରିଲିଜ ପଢନ୍ତୁ : English , Gujarati , Urdu , हिन्दी , Marathi , Telugu