ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶ୍ରୀ ଭଜନ ଲାଲ ଶର୍ମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ଡେପୁଟି ସିଏମ୍ ଭାବେ ଶପଥ ଗ୍ରହଣ କରିଥିବାରୁ ଶ୍ରୀମତୀ ଦିୟା କୁମାରୀ ଓ ଶ୍ରୀ ପ୍ରେମଚାନ୍ଦ ବୈରୱାଙ୍କୁ ଅଭିନନ୍ଦନ
Posted On:
15 DEC 2023 4:15PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଭଜନ ଲାଲ ଶର୍ମାଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଶ୍ରୀମତୀ ଦିୟା କୁମାରୀ ଓ ପ୍ରେମଚାନ୍ଦ ବୈରୱାଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି:
‘‘ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ଭଜନ ଲାଲ୍ ଶର୍ମା ଜିଙ୍କ ସହିତ ଉପ ମୁଖ୍ୟମନ୍ତ୍ରୀ ଦିୟା କୁମାରୀ ଜି ଏବଂ ପ୍ରେମଚାନ୍ଦ ବେରୱା ଜିଙ୍କୁ ଅନେକ ଅନେକ ଅଭିନନ୍ଦନ ! ମୋର ବିଶ୍ବାସ ଯେ ବୀର-ବୀରାଙ୍ଗନାଙ୍କ ଏହି ପ୍ରଦେଶ ଆପଣଙ୍କ ନେତୃତ୍ବରେ ସୁଶାସନ, ସମୃଦ୍ଧି ଓ ବିକାଶର ତିନିଟି ନୂତନ ମାନଦଣ୍ଡ ସ୍ଥାପିତ କରିବ। ଏଠାରେ ମୋର ପରିବାର ଯେଉଁ ଭରସା ଓ ଆଶା ସହିତ ଆମକୁ ଭରପୁର ଆଶୀର୍ବାଦ ଦେଇଛନ୍ତି, ତାହାକୁ ପୂରଣ କରିବା ପାଇଁ ଭାଜପା ସରକାର ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟ କରିବ।’’
BS
(Release ID: 1991770)
Read this release in:
Kannada
,
English
,
Urdu
,
Marathi
,
Hindi
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam