ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଉଲ୍ଫା ସହ ବୁଝାମଣା ପତ୍ର ସ୍ୱାକ୍ଷରକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 29 DEC 2023 10:15PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ଉଲ୍ଫା ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ଆସାମରେ ସ୍ଥାୟୀ ପ୍ରଗତି ର ପଥ ପ୍ରଶସ୍ତ ହେବ ।

ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ ଭାରତ ସରକାର ଏବଂ ଆସାମ ସରକାର ରାଜ୍ୟର ସର୍ବପୁରାତନ ବିଦ୍ରୋହୀ ଗୋଷ୍ଠୀ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି । ହିଂସାର ମାର୍ଗ ଛାଡି ସମସ୍ତ ଅସ୍ତ୍ରଶସ୍ତ୍ର ସମର୍ପଣ କରିବା, ଆଇନ ଦ୍ୱାରା ସ୍ଥାପିତ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହେବା ଏବଂ ଦେଶର ଅଖଣ୍ଡତାକୁ ବଜାୟ ରଖିବାକୁ ବିଦ୍ରୋହୀ ଗୋଷ୍ଠୀ ରାଜି ହୋଇଛି।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ଉତ୍ତରରେ ପୋଷ୍ଟ କରିଛନ୍ତି:

ଶାନ୍ତି ଓ ବିକାଶ ଦିଗରେ ଆସାମର ଯାତ୍ରାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହି ବୁଝାମଣା ଆସାମରେ ସ୍ଥାୟୀ ପ୍ରଗତି ପାଇଁ ବାଟ ପ୍ରଶସ୍ତ କରିବ। ଏହି ଐତିହାସିକ ସଫଳତାରେ ସମ୍ପୃକ୍ତ ସମସ୍ତଙ୍କ ଉଦ୍ୟମକୁ ମୁଁ ପ୍ରଶଂସା କରୁଛି। ସମସ୍ତେ ମିଳିମିଶି ସମସ୍ତଙ୍କ ପାଇଁ ଏକତା, ଅଭିବୃଦ୍ଧି ଓ ସମୃଦ୍ଧିର ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛୁ।

 

BS



(Release ID: 1991700) Visitor Counter : 55