ପୋଷ୍ଟ କରାଯିବା ଦିନାଙ୍କ:
25 DEC 2023 9:52AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ସ୍ମରଣ କରିଛନ୍ତି ।
ଦେଶ ପ୍ରତି ତାଙ୍କ ଉତ୍ସର୍ଗକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶ୍ରୀ ବାଜପେୟୀ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବେ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଦେଶର ସମସ୍ତ ପରିବାରଜନଙ୍କ ପକ୍ଷରୁ ମୁଁ ପୂର୍ବତନ ପ୍ରଧାନମନ୍ତ୍ରୀ ସମ୍ମାନନୀୟ ଅଟଳ ବିହାରୀ ବାଜପେୟୀଙ୍କୁ କୋଟି କୋଟି ପ୍ରଣାମ । ମା ଭାରତୀ ପାଇଁ ତାଙ୍କ ସମର୍ପଣ ଏବଂ ସେବା ଭାବ ଅମୃତକାଳରେ ବି ପ୍ରେରଣାର ସ୍ରୋତ ହୋଇ ରହିବ ।’
SR