ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଇସ୍ରାଏଲ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

Posted On: 01 DEC 2023 6:44PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧ ଡିସେମ୍ବର ୨୦୨୩ ରେ ଦୁବାଇରେ ସିଓପି ୨୮ ଶିଖର ସମ୍ମିଳନୀ ଅବସରରେ ଇସ୍ରାଏଲ ରାଷ୍ଟ୍ରର ରାଷ୍ଟ୍ରପତି ମହାମହିମ ଶ୍ରୀ ଆଇଜାକ୍ ହର୍ଜୋଗଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ ।

ଏହି କ୍ଷେତ୍ରରେ ଲାଗି ରହିଥିବା ଇସ୍ରାଏଲ - ହମାସ୍ ଯୁଦ୍ଧ ଉପରେ ଦୁଇ ନେତା ମତ ବିନିମୟ କରିଥିଲେ । ଅକ୍ଟୋବର ୭ରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ବନ୍ଧକ ଥିବା ଲୋକମାନଙ୍କର ମୁକ୍ତିକୁ ସ୍ୱାଗତ କରିଥିଲେ ।

ପ୍ରଭାବିତ ଲୋକମାନଙ୍କ ପାଇଁ ମାନବିକ ସହାୟତା ନିରନ୍ତର ଏବଂ ସୁରକ୍ଷିତ ଭାବେ ପ୍ରଦାନ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ଆଲୋଚନା ଓ କୂଟନୀତି ମାଧ୍ୟମରେ ଇସ୍ରାଏଲ ପାଲେଷ୍ଟାଇନ ସମସ୍ୟାର ଶୀଘ୍ର ଏବଂ ସ୍ଥାୟୀ ସମାଧାନ ପାଇଁ ଭାରତର ସମର୍ଥନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ରାଷ୍ଟ୍ରପତି ହର୍ଜୋଗ ଭାରତର ଜି - ୨୦ ଅଧ୍ୟକ୍ଷତାର ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଭାରତ - ମଧ୍ୟ ପୂର୍ବ - ୟୁରୋପ ଅର୍ଥନୈତିକ କରିଡରର ଶୁଭାରମ୍ଭକୁ ସ୍ୱାଗତ କରିଥିଲେ ।

******

 

SSP

 

 



(Release ID: 1981767) Visitor Counter : 65