ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ‘ଆଉଟରିଚ’ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଦ୍ୱାରା ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ ‘ଅଙ୍ଗନବାଡି ପ୍ରୋଟୋକଲ’ର ଶୁଭାରମ୍ଭ


“ଶିଶୁର ସମର୍ଥ ହୃଦୟର ଦକ୍ଷତା ଆମ ବିଚାରରେ ମାପିବା କାମରୁ ଆମେ କ୍ଷ୍ୟାନ୍ତ ହେବା ଆବଶ୍ୟକ: ଶ୍ରୀମତୀ ସ୍ମୃତି ଇରାନୀ, କେନ୍ଦ୍ର ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ

ଆମ ଶିଶୁମାନଙ୍କର ବିକାଶର ପ୍ରଗତି ‘ପୋଷଣ’ ମାପକରେ ନିର୍ଦ୍ଧାରିତ ହେବ

‘ଅଙ୍ଗନବାଡି କେନ୍ଦ୍ରରେ ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟ’ ଥଇଥାନ ଓ ଅନ୍ତର୍ଭୁକ୍ତୀକରଣ ବିଷୟ ଉପରେ ପ୍ୟାନେଲ ଆଲୋଚନା

Posted On: 29 NOV 2023 9:31AM by PIB Bhubaneshwar

ଦିବ୍ୟାଙ୍ଗ ଶିଶୁମାନଙ୍କ ପାଇଁ ନିୟମାବଳୀ (ପ୍ରୋଟୋକଲ) ଏଠାରେ ଗତକାଲି ଆୟୋଜିତ ଜାତୀୟ ‘ଆଉଟରିଚ’ କାର୍ଯ୍ୟକ୍ରମ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ମୁନ୍‌ଜପରା ମହେନ୍ଦ୍ରଭାଇ, ମନ୍ତ୍ରଣାଳୟର ସଚିବ ଇନ୍ଦିବର ପାଣ୍ଡେ, ଦିବ୍ୟାଙ୍ଗ ସଶକ୍ତିକରଣ ସଚିବ ଶ୍ରୀ ରାଜେଶ ଅଗ୍ରୱାଲ ଏବଂ ମହିଳା ଓ ଶିଶୁକଲ୍ୟାଣ ବିଭାଗର ଅର୍ଥନୀତିକ ପରାମର୍ଶଦାତା ଡକ୍ଟର କେ କେ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ବିଜ୍ଞାନ ଭବନରେ ଆୟୋଜିତ ଏହି ଜାତୀୟ ଆଉଟରିଚ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଦିବ୍ୟାଙ୍ଗ ଶିଶୁମାନଙ୍କ ବିକାଶ ପ୍ରତି ସରକାରଙ୍କ ଯେଉଁ ପ୍ରଗତିମୂଳକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି ଏହାର ଲାଭ ଯେପରି ସମସ୍ତେ ପାଆନ୍ତି ସେଥି ପାଇଁ ଆବଶ୍ୟକ ସଚେତନତା ଓ ବିଧିବ୍ୟବସ୍ଥା ସୃଷ୍ଟି କରିବା ସହିତ ପ୍ରଚଳିତ କାର୍ଯ୍ୟକ୍ରମର ସ୍ଥିତି ପରଖିବା ।

ଏହି କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଅଧିକାରୀମାନଙ୍କ ସହିତ ରାଜ୍ୟର ମହିଳା ଓ ଶିଶୁ ବିକାଶ ଅଧିକାରୀଗଣ, ଅଙ୍ଗନବାଡି କର୍ମୀ ଏବଂ ନିମହାନ୍ସ ଭଳି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାର ପ୍ରତିନିଧିମାନେ ଯୋଗଦେଇଥିଲେ । 

ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଏଥିରେ ମୁଖ୍ୟ ଅଭିଭାଷଣ ପ୍ରଦାନ କରି କହିଥିଲେ ଯେ ଦେଶର ୩ରୁ ୬ବର୍ଷ ବୟସ ମଧ୍ୟରେ ଥିବା ମୋଟ ୪ କୋଟି ୩୭ ଲକ୍ଷ ଶିଶୁଙ୍କୁ ଗରମ ରନ୍ଧା ଖାଦ୍ୟ ଓ ପ୍ରାକ୍ ଶୈଶବ ଯତ୍ନ ଓ ଶିକ୍ଷା (ଇସିସିଇ) ସବୁ ଦିନ ପାଇଁ ଯୋଗାଇ ଦିଆଯାଉଛି । ଏହାଛଡା ଶୂନରୁ ୩ ବର୍ଷ ବୟସର ପିଲାଙ୍କ ପାଇଁ ସେମାନଙ୍କ ଘରକୁ ଦୈନିକ ରେସନ ପଠାଯାଉଛି ଏବଂ ଅଙ୍ଗନବାଡି କର୍ମୀମାନେ ସେମାନଙ୍କ ଘରକୁ ଯାଇ ପିଲାଙ୍କ ଭଲମନ୍ଦ ବୁଝୁଛନ୍ତି । ଏହା ଛଡା ଶୂନରୁ ଆଠବର୍ଷ ବୟସ ମଧ୍ୟରେ ଥିବା ଦେଶର ଆଠ କୋଟି ଶିଶୁଙ୍କର ଶାରୀରିକ ଓ ମାନସିକ ଅଭିବୃଦ୍ଧି ତଦାରଖ କରାଯିବା ସହିତ ସେମାନଙ୍କୁ ପୋଷକ ତତ୍ୱ ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ଅଙ୍ଗନବାଡି କର୍ମୀମାନେ ବିଗତ ଚାରିମାସ ମଧ୍ୟରେ ୧୬ କୋଟି ଘରକୁ ଯାଇ ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ପୋଷଣ କଥା ବୁଝୁଛନ୍ତି । ଏହା ଛଡା ଶୂନରୁ ଆଠବର୍ଷ ବୟସ ମଧ୍ୟରେ ଥିବା ଦେଶର ଆଠ କୋଟି ଶିଶୁଙ୍କର ଶାରୀରିକ ଓ ମାନସିକ ଅଭିବୃଦ୍ଧି ତଦାରଖ କରାଯିବା ସହିତ ସେମାନଙ୍କୁ ପୋଷଣ ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ଅଙ୍ଗନବାଡି କର୍ମୀମାନେ ବିଗତ ଚାରିମାସ ମଧ୍ୟରେ ୧୬ କୋଟି ଘରକୁ ଯାଇ ପିଲାମାନଙ୍କୁ ସ୍ୱାସ୍ଥ୍ୟ ଓ ପୋଷଣ କଥା ବୁଝିଛନ୍ତି ବୋଲି ମନ୍ତ୍ରୀ କହିବା ସହ ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡିକର ପ୍ରଗତି ଘେନି ସନ୍ତୋଷ ପ୍ରକାଶ କରିଥିଲେ । 

 ଶ୍ରୀମତୀ ସ୍ମୃତି ଇରାନୀ କହିଛନ୍ତି ଯେ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଅମୃତକାଳର ସ୍ୱଚ୍ଛ ସୁପୋଷିତ ଭାରତ ଗଠନ’ ଲକ୍ଷ୍ୟ ପୂରଣ ଦିଗରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ କାମ କରୁଛି । ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଅଙ୍ଗନବାଡିରେ ଯେଉଁ ନୂଆ ନୀତିନିୟମ (ପ୍ରୋଟୋକଲ) ପ୍ରବର୍ତ୍ତନ ହେଲା ତାହା ଏକ ବଳିଷ୍ଠ ସାମାଜିକ ମଡେଲ । ଏହାର ଉଦ୍ଦେଶ୍ୟ ମହତ୍ ଏବଂ ପୋଷଣ ଅଭିଯାନ ଅଧୀନରେ ଏହା ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହୋଇ ଏହି ବର୍ଗର ଶିଶୁଙ୍କ ବିକାଶ ଲକ୍ଷ୍ୟକୁ ପୂରଣ କରିବାରେ ସହାୟକ ହେବ । ଏଥିରେ ଯେଉଁ ସବୁ ପଦକ୍ଷେପ ଗୋଟିଏ ପରେ ଗୋଟିଏ କାର୍ଯ୍ୟକାରୀହେବ ସେଗୁଡିକ ହେଲା- ପଦକ୍ଷେପ-୧- ପିଲାଙ୍କ ଶରୀରରେ ଦେଖାଦେଉଥିବା ଅକ୍ଷମତା ଲକ୍ଷଣକୁ ପ୍ରାରମ୍ଭିକ ଅବସ୍ଥାରୁ ଚିହ୍ନଟ କରିବା, ପଦକ୍ଷେପ-୨ ଗୋଷ୍ଠୀ କାର୍ଯ୍ୟକ୍ରମକୁ ଅନ୍ତର୍ଭୁକ୍ତ କରିବା ସହିତ ପରିବାରକୁ ସମୃଦ୍ଧ କରାଯିବ ଓ ତୃତୀୟ ପଦକ୍ଷେପରେ ଆଶା, ଏଏମ୍‌ଏସ୍ ଏବଂ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସ୍‌କେ) ଟିମ୍ ଦ୍ୱାରା ସେମାନଙ୍କ ଚିକିତ୍ସା ଓ ଯତ୍ନ ବ୍ୟବସ୍ଥା ଗ୍ରହଣ କରାଯିବ ।

 ମନ୍ତ୍ରୀ ଶ୍ରୀମତୀ ଇରାନୀ ଆହୁରି କହିଛନ୍ତି ଦିବ୍ୟାଙ୍ଗ ପ୍ରୋଟୋକଲ ଦ୍ୱାରା ସବୁ ଜିଲ୍ଲା ପ୍ରଶାସନ ଭିନ୍ନକ୍ଷମ ପିଲାମାନଙ୍କର ଶିକ୍ଷା, ପୁଷ୍ଟିସାଧନ ଓ ଅନ୍ୟାନ୍ୟ ସ୍ୱତନ୍ତ୍ର ଆବଶ୍ୟକତା ପୂରଣ ନିମନ୍ତେ ଆବଶ୍ୟକ ଦିଗ୍‌ଦର୍ଶନ ଓ ପରାମର୍ଶ ପାଇବେ । ଏହି ପିଲା ଓ ସେମାନଙ୍କ ପରିବାରକୁ ସଶକ୍ତ କରିବା ପାଇଁ ସ୍ୱାବଲମ୍ବନ କାର୍ଡ ପ୍ରଦାନ କରାଯିବ । “ପୋଷଣ” ଟ୍ରାକର ବା ମାପକ ମାଧ୍ୟମରେ ଏସବୁ ପିଲାଙ୍କ ବିକାଶ ପ୍ରକ୍ରିୟାକୁ ମପାଯିବ । ଏହା ଦ୍ୱାରା ସେମାନଙ୍କର ବିକାଶ ସ୍ଥିତିର ଉପଯୁକ୍ତ ତଥ୍ୟ ମିଳିପାରିବ । ଏଥିରୁ ଯେଉଁ ସବୁ ତଥ୍ୟ ମିଳିବ ତାହାକୁ ସମ୍ପୃକ୍ତ ବିଭିନ୍ନ ମନ୍ତ୍ରଣାଳକୁ ଦିଆଯାଏ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଖସଡା ପ୍ରସ୍ତୁତ ହେବ । ମନ୍ତ୍ରୀ ମଧ୍ୟ ‘କିରଣ’ ଓ ‘ସମ୍ବାଦ’ ହେଲପ୍‌ଲାଇନକୁ ମିଶାଇ ଏକକ ଓ ଅଧିକ ସଶକ୍ତ ବ୍ୟବସ୍ଥା ଏହା ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଛନ୍ତି । 

ମନ୍ତ୍ରୀ ଶ୍ରୀମତୀ ଇରାନୀ ମଧ୍ୟ ଅଙ୍ଗନବାଡିଗୁଡିକର ଉନ୍ନତି ଓ ମାନବୃଦ୍ଧି ଉପରେ ଗୁରୁତ୍ୱପ୍ରଦାନ କରିଛନ୍ତି । ଅଙ୍ଗନବାଡି କେନ୍ଦ୍ରକୁ ଅଧିକ ସମାବେଶୀ କରିବାକୁ ସରକାର ଚାହାନ୍ତି ବୋଲି ସେ କହିଛନ୍ତି । ତାଙ୍କ ସୂଚନା ଅନୁସାରେ ଅଙ୍ଗନବାଡି କର୍ମୀମାନଙ୍କ ତାଲିମ ଓ ଦକ୍ଷତା ବିକାଶ ପାଇଁ ୩୦୦ କୋଟି ଟଙ୍କା ମଞ୍ଜୁରୀ ହୋଇଛି । ଏହି ତାଲିମ ଓ ପ୍ରଶିକ୍ଷଣରେ ଅଙ୍ଗନବାଡି କର୍ମୀ ଓ ସମ୍ପୃକ୍ତ ଅଧିକାରୀଙ୍କୁ ଦିବ୍ୟାଙ୍ଗ ପିଲାଙ୍କ ଚିହ୍ନଟ, ସେମାନଙ୍କ ଥଇଥାନ ଏବଂ ସରକାରୀ ଯୋଜନାରେ ସାମିଲ କରିବା ପ୍ରୟାସକୁ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ଦିବ୍ୟାଙ୍ଗ ସଶକ୍ତିକରଣରେ ଗୋଷ୍ଠୀ ବା ସମ୍ପ୍ରଦାୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତୃଣମୂଳ ସ୍ତରରେ ଦିବ୍ୟାଙ୍ଗଙ୍କ ବିକାଶ ପାଇଁ ଯେତେବେଳେ ଅଙ୍ଗନବାଡି କର୍ମୀମାନେ ସଚେତନତାର ନେତୃତ୍ୱ ନେବେ ସେତେବେଳେ ଏକ ନୀରବ ବିପ୍ଳବ ସୃଷ୍ଟି ହେବ । ଆଗରୁ ଦିବ୍ୟାଙ୍ଗ ପିଲାଙ୍କ ପାଠପଢା ଖର୍ଚ୍ଚବହୁଳ ଥିବାରୁ ତାଙ୍କ ପିତାମାତା ଓ ଅଭିଭାବକ ସେମାନ୍ରୁ ପାଠ ପଢାଇବାକୁ ଆଗ୍ରହୀ ନ ଥିଲେ । ଏବେ ସେ ପରିସ୍ଥିତି ବଦଳି ଯାଇଛି ଏବଂ ସମାବେଶୀ ଶିକ୍ଷା ଓ ସରକାରୀ ସହାୟତା ଫଳରେ ଦିବ୍ୟାଙ୍ଗ ଶିକ୍ଷା ସହଜ ହୋଇଛି । ତେଣୁ ଦିବ୍ୟାଙ୍ଗ ପିଲାଙ୍କ ପ୍ରତିଭା ବିକାଶ ପାଇଁ ସେମାନଙ୍କ ଶିକ୍ଷା ବିଶେଷ ମହତ୍ୱ ରଖେ । ପ୍ରତ୍ୟେକ ପିତାମାତା ନିଜର ଦିବ୍ୟାଙ୍ଗ ସନ୍ତାନଙ୍କ ଶିକ୍ଷା ପ୍ରତି ସଚେତନ ରହିବା ଆବଶ୍ୟକ । 

ଶିଶୁର ସମର୍ଥ ହୃଦୟର ଦକ୍ଷତାକୁ ଆମ ବିଚାରରେ ମାପିବା କାମରୁ ଆମେ କ୍ଷାନ୍ତ ହେବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀମତୀ ଇରାନୀ କହିଛନ୍ତି । ଆମେ ଆମ ଦୃଷ୍ଟିଭଙ୍ଗୀ ଓ ବିଚାର ବୃଦ୍ଧିରେ ଗୋଟିଏ ପିଲା ବା ଦିବ୍ୟାଙ୍ଗର ସାମର୍ଥ୍ୟ, ପ୍ରତିଭା, ଜ୍ଞାନ ଗରିମାକୁ ଯଦି ମାପିବା ବା ତା ଭିତରେ ସେ ଶିଶୁର ଜ୍ଞାନ, ଦକ୍ଷତାକୁ ଯଦି ସୀମିତ ରଖିବା ଆମେଭୁଲ କରି ବସିବା ବୋଲି ସେ ସ୍ପଷ୍ଟ କରିଦେଇ ତାଙ୍କ ବକ୍ତବ୍ୟ ଶେଷ କରିଛନ୍ତି ।

 ମହିଳା ଓ ଶିଶୁ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ମୁଂଜପରା ମହେନ୍ଦ୍ରଭାଇ ତାଙ୍କ ଭାଷଣରେ ଦେଶର ସବୁ ଅଞ୍ଚଳର ଶିଶୁମାନଙ୍କୁ ସମାନ ଓ ସମୁଚିତ ବିକାଶର ସୁବିଧା ସୁଯୋଗ ପ୍ରଦାନ ଉପରେ ଗୁରୁତ୍ୱା ଦେଇଥିଲେ । ତେବେ ଏଥି ପାଇଁ ଅଙ୍ଗନବାଡି କର୍ମୀମାନଙ୍କର ବିଶେଷ ଭୂମିକା ରହିଥିବା ଉଲ୍ଲେଖ କରି ସେ କହିଛନ୍ତି ଯେ ଦିବ୍ୟାଙ୍ଗ ଶିଶୁଙ୍କ ବିକାଶରେ ନୂଆ ଅଙ୍ଗନବାଡି ପ୍ରୋଟୋକଲ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ଏହା ଦ୍ୱାରା ଦିବ୍ୟାଙ୍ଗ ଶିଶୁଙ୍କ ବିକାଶ ପାଇଁ ଏକ ଯଥାର୍ଥ ବାତାବରଣ ସୃଷ୍ଟି ହେବ ବୋଲି ସେ କହିଛନ୍ତି । 

ମହିଳା ଓ ଶିଶୁ ବିକାଶ ସଚିବ ଶ୍ରୀ ଇନ୍ଦିବର ପାଣ୍ଡେ ଏଥିରେ ସ୍ୱାଗତ ଭାଷଣ ପ୍ରଦାନ କରି ଅଙ୍ଗନବାଡି ପ୍ରୋଟୋକଲର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ସେ କହିଥିଲେ ଯେ ଭାରତର ଶିଶୁମାନେ ସମ୍ମୁଖୀନ ହେଉଥିବା ଅକ୍ଷମତା ମଧ୍ୟରୁ ୩୦ ଶତାଂଶଙ୍କୁ ସ୍ଥାୟୀ ଭାବେ ଦୂର କରାଯାଇପାରିବ ବୋଲି ଅନୁଧ୍ୟାନରୁ ଜଣାପଡିଛି । ତେଣୁ ସେଭଳି ପିଲାଙ୍କୁ ଚିହ୍ନଟ କରି ଉପଯୁକ୍ତ ଚିକିତ୍ସା ଓ ପୋଷଣର ସୁଯୋଗ ଯୋଗାଇ ଦେବାକୁ ସରକାର ଉଦ୍ୟମ କରୁଛନ୍ତି ।

ଦିବ୍ୟାଙ୍ଗ ସଶକ୍ତିକରଣ ସଚିବ ଓ ଶ୍ରୀ ରାଜେଶ ଅଗ୍ରୱାଲ ଅଙ୍ଗନବାଡି ପ୍ରୋଟକଲ ପ୍ରବର୍ତ୍ତନକୁ ସ୍ୱାଗତ କରିବା ସହ ଏହା ଐତିହାସିକ ୍‌ବୋଲି କହିଥିଲେ । ସେ ଆହୁରି କହିଥିଲେ ଯେ ୨୦୧୧ଜନଗଣନା ତଥ୍ୟ ଅନୁସାରେ ଭାରତରେ ମୋଟ ଜନସଂଖ୍ୟାର ୨.୨ % ଦିବ୍ୟାଙ୍ଗ । ଏମାନଙ୍କ ସଂଖ୍ୟା ବର୍ତ୍ତମାନର ଲୋକସଂଖ୍ୟା ଅନୁସାରେ ପ୍ରାୟ ୩ କୋଟି । ତେଣୁ ପିଲାବେଳୁ ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରି ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କଲେ ଅନେକ ସ୍ୱାଭାବିକ ଭାବେ ଜୀବନଯାପନ କରିପାରିବେ । ଏଯାଏ ଦେଶରେ ଏକ କୋଟି ଭିନ୍ନକ୍ଷମକୁ ୟୁନିକ୍ ଡିସାବିଲିଟି କାର୍ଡ ବା ୟୁଡିଆଇଡି ପ୍ରଦାନ କରାଯାଇଛି । ସମସ୍ତ କାର୍ଡଧାରୀଙ୍କ ବ୍ୟକ୍ତିଗତ ତଥ୍ୟ ଅନ୍‌ଲାଇନ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଛି । ଜନ୍ମର ପ୍ରଥମ ତିନିବର୍ଷ ମଧ୍ୟରେ ଶିଶୁଙ୍କ ସ୍ୱାଭାବିକ ଚାଲବୁଲ ଦକ୍ଷତା, ସ୍ମରଣଶକ୍ତି ଓ ବୃଦ୍ଧି ତଥା ମାନସିକ ବିକାଶ ଘଟିଥାଏ । ଏହି ସମୟରେ ଏ କ୍ଷେତ୍ରରେ ବ୍ୟତିକ୍ରମ ପରିଲକ୍ଷିତ ହେଲେ ପିତାମାତାମାନେ ଚିକିତ୍ସକଙ୍କ ପରାମର୍ଶ ନେଇ ତୁରନ୍ତ ପ୍ରତିକାର କରିବା ଉଚିତ ବୋଲି ସେ କହିଥିଲେ । 

ମହିଲା ଓ ଶିଶୁକଲ୍ୟାଣ ମନ୍ତ୍ରଣାଳୟର ଅର୍ଥନୀତିକ ପରାମର୍ଶଦାତା ଡକ୍ଟର କେ.କେ. ତ୍ରିପାଠୀ ଏଥିରେ ଉଦ୍‌ବୋଧନ ଦେଇଥିଲେ । ଏହାପରେ ଅଙ୍ଗନବାଡି କେନ୍ଦ୍ରର ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟ, ଥଇଥାନ ଓ ଅନ୍ତର୍ଭୁକ୍ତୀକରଣ ଉପରେ ଏକ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ଡାକ୍ତର ଗୀତା ଚୋପ୍ରା, ନିପୁଲ ମାଲହୋତ୍ରା, ଡକ୍ଟର ଶେଖର ଶେଷାଦ୍ରୀ ଓ ଅନ୍ୟାନ୍ୟ ବିଶେଷଜ୍ଞମାନେ ଅଂଶଗ୍ରହଣ କରିଥିଲେ ।

 

*****

TKM/SLP



(Release ID: 1980968) Visitor Counter : 91